Advertisment

ବିନା ପିଆଜରେ ଷ୍ଟ୍ରିଟ୍‌ ଫୁଡ୍‌-ଚଟ୍‌ନୀ ଆଳୁ ଚାର୍ଟ | Chutney Aloo Chat Without Onion

ଭୁବନେଶ୍ୱର: ପିଆଜ ଦର ହୁ ହୁ ହୋଇ ବଢୁଛି। ତେଣୁ ରୋଷେଇ ଘରର ମହକ ବଢାଇବାକୁ ହେଲେ ଆମକୁ ବିନା ପିଆଜରେ ହିଁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ। ଆଜି ବିନା ପିଆଜର ଏକ Recipe ବିଷୟରେ କହିବୁ। Street Food କାହାକୁ ବା ଭଲ ଲଗେନି ? ହେଲେ ବିନା ପିଆଜରେ ଏହି ଷ୍ଟ୍ରିଟ ଖାଦ୍ୟର ତ ସ୍ୱାଦ ନ ଥାଏ। ତା’ଛଡ଼ା ଷ୍ଟ୍ରିଟ ଫୁଡ୍ କେତେ ସ୍ୱାସ୍ଥ୍ୟପ୍ରଦ ତାହା ସମସ୍ତେ ଜାଣନ୍ତି। ତେଣୁ […]

author-image
Minati Mishra
ବିନା ପିଆଜରେ ଷ୍ଟ୍ରିଟ୍‌ ଫୁଡ୍‌-ଚଟ୍‌ନୀ ଆଳୁ ଚାର୍ଟ | Chutney Aloo Chat Without Onion

ଚଟ୍‌ନୀ ଆଳୁ ଚାର୍ଟ

ଭୁବନେଶ୍ୱର: ପିଆଜ ଦର ହୁ ହୁ ହୋଇ ବଢୁଛି। ତେଣୁ ରୋଷେଇ ଘରର ମହକ ବଢାଇବାକୁ ହେଲେ ଆମକୁ ବିନା ପିଆଜରେ ହିଁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ। ଆଜି ବିନା ପିଆଜର ଏକ Recipe ବିଷୟରେ କହିବୁ।

Street Food କାହାକୁ ବା ଭଲ ଲଗେନି ? ହେଲେ ବିନା ପିଆଜରେ ଏହି ଷ୍ଟ୍ରିଟ ଖାଦ୍ୟର ତ ସ୍ୱାଦ ନ ଥାଏ। ତା’ଛଡ଼ା ଷ୍ଟ୍ରିଟ ଫୁଡ୍ କେତେ ସ୍ୱାସ୍ଥ୍ୟପ୍ରଦ ତାହା ସମସ୍ତେ ଜାଣନ୍ତି। ତେଣୁ ବିନା ପିଆଜରେ ଘରେ କିପରି ତିଆରି କରିବେ ଷ୍ଟ୍ରିଟ୍‌ ଫୁଡ୍‌ ଆସନ୍ତୁ ଜାଣିବା।

ଆସନ୍ତୁ ପ୍ରସ୍ତୁତ କରିବା ଚଟ୍‌ନି ଆଳୁ ଚାର୍ଟ (Chutney Aloo Chat)

ଆବଶ୍ୟକ ସାମଗ୍ରୀ:

କିଛି ଆଳୁ, ଗରମ ମସଲା ପାଉଡର, ଜିରା ପାଉଡର, ଛଣା ସେଉ, ବେଦେନା ଦାନା କିଛି, କଟା ହୋଇଥିବା ଆପଲ୍‌ । ଚଟ୍‌ନି ପାଇଁ -କଞ୍ଚା ଧନିଆ, ଅଦା, କଞ୍ଚା ଲଙ୍କା, ଲୁଣ, ଚିନି, ଲେମ୍ବୁ ରସ, ବାଦାମ ।

ପ୍ରସ୍ତୁତି ପ୍ରଣାଳୀ:

ଆଳୁକୁ ପ୍ରଥମେ ସିଝାଇ ଦେବେ। ଆଳୁ ଥଣ୍ଡା ହେବା ଭିତରେ ଚଟ୍‌ନୀ ପ୍ରସ୍ତୁତ କରି ନିଅନ୍ତୁ। ଚଟ୍‌ନି ପାଇଁ କଞ୍ଚା ଧନିଆ, ଅଦା, କଞ୍ଚା ଲଙ୍କା, ଲୁଣ, ଚିନି, ଲେମ୍ବୁ ରସ ଓ କିଛି ବାଦାମକୁ ଗ୍ରାଇଣ୍ଡରରେ ରଖନ୍ତୁ। ଅଳ୍ପ ପାଣି ଦେଇ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ।

ଏବେ ପ୍ୟାନ୍‌ରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ୍‌ ହୋଇଗଲା ପରେ ଜିରା ପକାନ୍ତୁ। ଜିରା ଫୁଟିବା ପରେ ଏଥିରେ ଆଳୁ, ଲୁଣ ପକାଇ ଭାଜନ୍ତୁ। ଆଳୁ ଅଳ୍ପ ନାଲି ହୋଇଗଲା ପରେ  ଏଥିରେ ଜିରା ପାଉଡର, ଗରମ ମସଲା ପାଉଡର ପକାଇ ଗୋଳାନ୍ତୁ। ଏବେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଆଳୁ ଅଳ୍ପ ଥଣ୍ଡା ହୋଇଗଲା ପରେ ଏଥିରେ ଚଟ୍‌ନୀ ପକାଇ ଗୋଳାଇ ଦିଅନ୍ତୁ। ଏଥିରେ ଚାହିଁଲେ ଚାର୍ଟ ମସଲା ବି ପକାଇ ପାରିବେ।  ବେଦେନା ଦାନା, କଟା ଯାଇଥିବା ଆପଲ୍ ଓ କିଛି ଛଣା ସେଉ ପକାଇ ପରସନ୍ତୁ। ପରସିବା ବେଳେ ଏହା ଉପରେ ଅଳ୍ପ ଲେମ୍ବୁରସ ପକାଇ ପାରନ୍ତି।

ସନ୍ଧ୍ୟାରେ ରାସ୍ତାକଡର ଚଟପଟା ଖାଦ୍ୟ ଅପେକ୍ଷା ଘର ପ୍ରସ୍ତୁତ ଏହି ଖାଦ୍ୟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ।

ଆହୁରି ପଢ଼ନ୍ତୁ: How to Prepare Butterfly Chicken Recipe

Advertisment
Odia Food Recipes
Advertisment
Advertisment