/odishatv-khabar/media/media_files/2025/10/05/laxmi-puja-2025-10-05-20-02-44.jpg)
LAXMI-PUJA Photograph: (OTV)
ଅକ୍ଟୋବର ୬ ନା ୭ ? ୟା ଭିତରୁ କେଉଁ ଦିନ କୁମାରପୂର୍ଣ୍ଣିମା ? କେଉଁ ଦିନ ପାଳନ ହେବ ଗଜଲକ୍ଷ୍ମୀ ପୂଜା ? କେଉଁ ବାରରେ ଭୋରରୁ ଆଞ୍ଜୁଳି ଟେକିବେ କୁଆଁରି କନ୍ୟା ? ପୁଣି ସେଦିନ ସନ୍ଧ୍ୟାରେ ବି କରିବେ ଚାନ୍ଦ ପୂଜା
ଏ ପର୍ବ ପାଳନକୁ ନେଇ ପାଞ୍ଜିରେ ଗୋଟେ ତ କ୍ୟାଲେଣ୍ଡରରେ ଅନ୍ୟ ଗୋଟେ ତାରିଖକୁ ନେଇ ସୃଷ୍ଟି ହୋଇଛି ବିରାଟ ଦ୍ବନ୍ଦ୍ବ। ସାଧାରଣତଃ କୁମାରପୂର୍ଣ୍ଣମୀ ଓ ଗଜଲକ୍ଷ୍ମୀ ପୂଜା ଗୋଟିଏ ଦିନରେ ପଡ଼ିଥାଏ। ଏବର୍ଷ କିନ୍ତୁ ଏଥିରେ ହୋଇଛି ବ୍ୟତିକ୍ରମ। ପାଞ୍ଜିରେ କୁମାର ପୂର୍ଣ୍ଣମୀ ବା ଆଶ୍ବିନ ପୂର୍ଣ୍ଣମୀ ତିଥି ୬ ତାରିଖ ଅର୍ଥାତ୍ ସୋମବାର ମଧ୍ୟାହ୍ନ ୧୨ଟା ୨୪ ମିନିଟରୁ ଆରମ୍ଭ ହୋଇ ତା ପରଦିନ ମଙ୍ଗଳବାର ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହୁଛି। ହେଲେ କ୍ୟାଲେଣ୍ଡରରେ ୭ ତାରିଖକୁ ପୂର୍ଣ୍ଣମୀ ଭାବେ ଦର୍ଶାଯାଇଛି ଓ ସେଦିନ ବି ସରକାରୀ ଛୁଟି ଷୋଷଣା ହୋଇଛି। ତେଣୁ ଏ ଦ୍ବନ୍ଦ୍ବ ଭିତରେ ଜ୍ୟୋତିର୍ବିଦ୍ ସ୍ପଷ୍ଟ କରିଛନ୍ତି- ଯେହେତୁ କୁମାରୀ ମାନେ ସନ୍ଧ୍ୟାରେ ଚାନ୍ଦ ପୂଜା କରିବାର ଶାସ୍ତ୍ରୀୟ ବିଧି ରହିଛି, ତେଣୁ ଏ ପର୍ବ ସୋମବାର ଦିନ ହିଁ ପାଳନ ହେବ। କାରଣ ମଙ୍ଗଳବାର ଦିନ ୯ଟା ପରେ ଆଉ ପୂର୍ଣ୍ଣମୀ ତିଥି ନାହିଁ।....
ସେହିପରି ମଣ୍ଡପରେ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜାକୁ ନେଇ ବି ଦ୍ବନ୍ଦ୍ବ ଦୂର କରିଛନ୍ତି ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ। କହିଛନ୍ତି- ଯେହେତୁ ମଆ ଲକ୍ଷ୍ମୀଙ୍କର ଭାଇ ଚନ୍ଦ୍ର ଦେବତା, ତେଣୁ ପୂର୍ଣ୍ଣଚନ୍ଦ୍ର ଉଦିତ ହେବା ପରେ ହିଁ ମାଆଙ୍କୁ ଆବାହନର ପରମ୍ପରା ରହିଛି। ତେଣୁ ୬ ତାରିଖ ରାତି ପୂର୍ଣ୍ଣମୀ ତିଥିରେ ଗଜଲକ୍ଷ୍ମୀ ପୂଜା ହେବ। ତେବେ ଶ୍ରୀମନ୍ଦିରରେ ଉଦୟ ପର୍ବକୁ ଧରି ନୀତିକାନ୍ତି ସଂପନ୍ନ ହେଉଥିବାରୁ ମଙ୍ଗଳବାର ଦିନ ମହାପ୍ରଭୁଙ୍କର କୁମାର ପୂର୍ଣ୍ଣମୀ ନୀତି ପାଳନ ହେବ ଓ ସ ଦିନ ସୁଦର୍ଶନ ମହାପ୍ରଭୁ ଚାରି ଆଶ୍ରମ ବିଜେ କରିବେ। ତାସହ ସେହି ମଙ୍ଗଳବାରଠାରୁ ହବିଷ୍ୟାଳୀମାନେ ମଧ୍ୟ କାର୍ତ୍ତିକ ବ୍ରତ ଆରମ୍ଭ କରିବେ। ତେବେ ଯେହେତୁ ମହାବିଷୁବ ସଂକ୍ରାନ୍ତିରେ ନୂଆ ପାଞ୍ଜିକା ପ୍ରଚଳନ ପୂର୍ବରୁ ଇଂରାଜୀ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଯାଉଛି ତେଣୁ ସେଥିରେ ଅନେକ ତ୍ରୁଟି ବିଚ୍ୟୁତି ରହୁଛି।...
ଏଣେ ଆସନ୍ତାକାଲି ଗଜଲକ୍ଷ୍ମୀଙ୍କୁ ଆବାହନ ପାଇଁ ପୁର ପଲ୍ଲୀରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ ସହରରେ ଚଳିତବର୍ଷ ପ୍ରାୟ ୪୦ଟି ଆଖି ଝଲସା ମଣ୍ଡପରେ ପୂଜା ପାଇବେ ଧନଦାତ୍ରୀ।
Techie Salary Jump: ୩ ବର୍ଷର ଅଭିଜ୍ଞତାରେ ୧.୬ କୋଟି ଟଙ୍କାର ପ୍ୟାକେଜ୍...କିଭଳି ମିଳିଲା ଏଭଳି ସଫଳତା

Kumara Purnima 2025: କାହିଁକି ପାଳନ କରାଯାଏ କୁମାର ପୂର୍ଣ୍ଣିମା; କ’ଣ ରହିଛି ଏହାର ବୈଜ୍ଞାନିକ ମତ

Viral Video: ବ୍ରେକଅପ ହେଲେ ବି ଏତେ କଷ୍ଟ ହୁଏନି, ଭାଇରାଲ ହେଉଛି ଭିଡିଓ....ଦେଖନ୍ତୁ ଗୋଟିଏ କ୍ଲିକରେ

Indian Dental Student Dead: ଆମେରିକାରେ ପୁଣି ଭାରତୀୟ ଛାତ୍ରଙ୍କୁ ହତ୍ୟା, ୨୮ବର୍ଷୀୟ ଚନ୍ଦ୍ରଶେଖରଙ୍କୁ ମାରିଲେ ଗୁଳି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)