/odishatv-khabar/media/media_files/2026/03/04/new-worldwide-release-date-announced-2026-03-04-14-28-48.jpg)
ୟଶଙ୍କ ପ୍ରଶଂସକମାନଙ୍କୁ ବଡ ଝଟ୍କା Photograph: (OTV)
କନ୍ନଡ ସୁପରଷ୍ଟାର ୟଶଙ୍କ ପ୍ରଶଂସକମାନଙ୍କୁ ବଡ ଝଟ୍କା। ଗତ ଚାରି ବର୍ଷ ଧରି ପ୍ରତୀକ୍ଷିତ "ଟକ୍ସିକ: ଏ ଫେୟାରଟେଲ୍ ଫର୍ ଗ୍ରୋନ୍-ଅପ୍ସ" ଫିଲ୍ମଟି ନିର୍ଦ୍ଧାରିତ ତାରିଖରେ ମୁକ୍ତିଲାଭ କରିବ ନାହିଁ। ରକି ଭାଇ ବା ୟଶଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର "ଟକ୍ସିକ," ଆଉ ମାର୍ଚ୍ଚ ୧୯ ତାରିଖରେ ସିନେମା ହଲରେ ଆସିବ ନାହିଁ।
ନିର୍ମାତା ଆନୁଷ୍ଠାନିକ ଭାବରେ ଫିଲ୍ମକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବିଳମ୍ବର ମୁଖ୍ୟ କାରଣ ହେଉଛି ଅନ୍ତର୍ଜାତୀୟ ପରିସ୍ଥିତି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଅନିଶ୍ଚିତତା ଯୋଗୁଁ, ନିର୍ମାତା ଅନୁଭବ କରିଛନ୍ତି ଯେ ଏହା ବିଶ୍ୱବ୍ୟାପୀ ମୁକ୍ତି ପାଇଁ ଉପଯୁକ୍ତ ସମୟ ନୁହେଁ।
ନିର୍ମାତା କହିଛନ୍ତି ଯେ ସେ ଏହାକୁ ଏକ "ବିଶ୍ୱବ୍ୟାପୀ ଦୃଷ୍ଟିକୋଣ" ରଖି ନିର୍ମାଣ କରିଛନ୍ତି। ଏହାକୁ କନ୍ନଡ ଏବଂ ଇଂରାଜୀ ଭାଷାରେ ସୁଟିଂ କରାଯାଇଥିଛି ଯାହା ଦ୍ୱାରା ଦର୍ଶକମାନେ ଏହାକୁ ସାରା ବିଶ୍ୱରେ ଦେଖିପାରିବେ। ବର୍ତ୍ତମାନର ଯୁଦ୍ଧ ଭଳି ପରିସ୍ଥିତି ହୁଏତ ଫିଲ୍ମଟିକୁ ସମସ୍ତଙ୍କ ପାଖରେ ନ ପହଞ୍ଚାଇପାରେ।
ନିର୍ମାତା ଆଉ ଏକ ନୂତନ ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି। ୟଶଙ୍କ ଭାଇପର୍-ଭାଓଲେଣ୍ଟ୍ ଆକ୍ସନ୍ ଷ୍ଟୋରୀ ଏବେ ୪ ଜୁନ୍, ୨୦୨୬ରେ ସାରା ବିଶ୍ୱରେ ସିନେମା ହଲରେ ମୁକ୍ତିଲାଭ କରିବ। ଆଶା କରାଯାଏ, ସେତେବେଳକୁ ଅନ୍ତର୍ଜାତୀୟ ପରିସ୍ଥିତି ଶାନ୍ତ ହୋଇଯାଇଥିବ।
ଷ୍ଟାର-ପ୍ରଯୋଜକ ୟଶ ସୋସିଆଲ ମିଡିଆରେ କହିଛନ୍ତି ଯେ ଏହି ନିଷ୍ପତ୍ତି ଉଭୟ ପାର୍ଟନର ଏବଂ ଦର୍ଶକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଆଯାଇଛି। ସେ ପ୍ରଶଂସକମାନଙ୍କୁ ଟିକେ ଅଧିକ ଧୈର୍ଯ୍ୟ ଏବଂ ସହଯୋଗ ପାଇଁ ନିବେଦନ କରିଛନ୍ତି।
ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ୟଶଙ୍କ ସହ ନୟନତାରା, କିୟାରା ଆଡଭାନୀ, ହୁମା କୁରେଶୀ ଏବଂ ତାରା ସୁତାରିଆ ଭଳି ବଡ ବଡ ନା ଅଭିନୟ କରିଛନ୍ତି। ପୂର୍ବରୁ ଫିଲ୍ମର ଟିଜର ଏବଂ ୟଶଙ୍କ ଲୁକ୍ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିସାରିଛି। "ଟକ୍ସିକ" କେବଳ ଏହାର ଷ୍ଟାରକାଷ୍ଟ ପାଇଁ ନୁହେଁ, ବରଂ ସୁଟିଂ ସ୍ଥାନ ଏବଂ ଲୁକ୍ ସମ୍ପର୍କିତ କିଛି ବିବାଦ ପାଇଁ ମଧ୍ୟ ଖବରରେ ରହିଛି। ତଥାପି, ଫିଲ୍ମ ପ୍ରତି ପ୍ରଶଂସକଙ୍କ ଉତ୍ସାହ ହ୍ରାସ ପାଇ ନାହିଁ।
ତେବେ "ଟକ୍ସିକ"ର ରିଲିଜ୍ ଡେଟ୍ ଘୁଞ୍ଚିବାର ସବୁଠାରୁ ବଡ଼ ଫାଇଦା ରଣବୀର ସିଂହଙ୍କ ଫିଲ୍ମ "ଧୁରନ୍ଧର ୨"କୁ ମିଳିବ। ଆଦିତ୍ୟ ଧରଙ୍କ ଏହି ସ୍ପାଇ ଥ୍ରୀଲର ଫିଲ୍ମ ମାର୍ଚ୍ଚ ୧୯ ତାରିଖରେ ମୁକ୍ତିଲାଭ କରୁଛି। ଏବେ, ୟଶଙ୍କ ଫିଲ୍ମ ନ ଆସୁଥିବାରୁ, ରଣବୀର ସିଂହଙ୍କ ସିଙ୍ଗଲ୍ ରିଲିଜ୍ ହେବ, ଯାହା ଫଳରେ ବକ୍ସ ଅଫିସ୍ କଲେକ୍ସନ ବୃଦ୍ଧି ପାଇବାର ଆଶଙ୍କା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)