Advertisment

Toxic Faces Controversy After intimate Scene: ବିବାଦରେ ୟଶଙ୍କ ‘ଟକ୍ସିକ’; ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି କାର୍‌ରେ ବୋଲ୍ଡ ସିନ୍

କନ୍ନଡ ସୁପରଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ "ଟକ୍ସିକ" ରିଲିଜ୍ ହେବା ପୂର୍ବରୁ ବିବାଦରେ ଫସିଯାଇଛି। ଫିଲ୍ମର ଟିଜରରେ ଦେଖାଯାଇଥିବା ଏକ ଅନ୍ତରଙ୍ଗ କାର ସିନ୍ ସୋସିଆଲ ମିଡିଆ ସହିତ ରାଜନୈତିକ ଏବଂ ଆଇନଗତ ମହଲରେ ମଧ୍ୟ ବିତର୍କ ଆରମ୍ଭ କରିଛି।

author-image
Pramod Behera
Toxic Faces Controversy After intimate Scene

ବିବାଦରେ ୟଶଙ୍କ ‘ଟକ୍ସିକ’ Photograph: (OTV)

କନ୍ନଡ ସୁପରଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ "ଟକ୍ସିକ" ରିଲିଜ୍ ହେବା ପୂର୍ବରୁ ବିବାଦରେ ଫସିଯାଇଛି। ଫିଲ୍ମର ଟିଜରରେ ଦେଖାଯାଇଥିବା ଏକ ଅନ୍ତରଙ୍ଗ କାର ସିନ୍ ସୋସିଆଲ ମିଡିଆ ସହିତ ରାଜନୈତିକ ଏବଂ ଆଇନଗତ ମହଲରେ ମଧ୍ୟ ବିତର୍କ ଆରମ୍ଭ କରିଛି। ଏହି ସିନ୍‌ରେ ଯଶଙ୍କ ସହିତ ଦେଖାଯାଇଥିବା ଜଣେ ବିଦେଶୀ ଅଭିନେତ୍ରୀଙ୍କ ପରିଚୟ ପ୍ରକାଶ ପାଇବା ପରେ ମାମଲା ଆହୁରି ଉଗ୍ର ରୂପ ନେଇଛି।

Advertisment


ଟିଜରରେ ବ୍ରାଜିଲିୟ ମଡେଲ-ଅଭିନେତ୍ରୀ ବିଟ୍ରିଜ୍ ଟଫେନବାଚ୍‌ଙ୍କ ସହ ଏକ କାରରେ ଥିବା ଅନ୍ତରଙ୍ଗ ସିନ୍‌ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏହି ସିନ୍‌କୁ "ଅଶ୍ଳୀଳ," "ଯୌନ ସମ୍ବନ୍ଧୀୟ" ଏବଂ "ନୈତିକ ଭାବରେ ଆପତ୍ତିଜନକ" ବୋଲି କୁହାଯାଇ ଅନେକ ଅଭିଯୋଗ ଦାଖଲ ହୋଇଛି। ଏହାକୁ ନେଇ ଯେତେବେଳେ ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଗଲା, ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ୍ କରିଦେଲେ।


ଫିଲ୍ମର ଟିଜର ରିଲିଜ୍ ହେବା ପରେ, ଏହି ସୁନ୍ଦରୀ କିଏ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇଯାଇଛି। ନିର୍ଦ୍ଦେଶକ ଗୀତୁ ମୋହନଦାସ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ବିଟ୍ରିଜ୍‌ଙ୍କ ପରିଚୟ ପ୍ରକାଶ କରିଛନ୍ତି। ବିଟ୍ରିଜ୍ ଟଫେନବାଚ୍‌ଙ୍କ ପରିଚୟ ପ୍ରକାଶ ପାଇବା ପରେ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ପ୍ରତିକ୍ରିୟା ଏବଂ ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡ଼ିଛି। 

Advertisment

ଏହାରି ଭିତରେ ବର୍ତ୍ତମାନ, ଅଭିନେତା ୟଶଙ୍କ ଏକ ପୁରୁଣା ସାକ୍ଷାତକାରର ଏକ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଅଭିନେତା କନ୍ନଡ ଟକ୍ ଶୋ "ୱିକେଣ୍ଡ ୱିଥ୍ ରମେଶ"ରେ ଚର୍ଚ୍ଚା କରୁଥିବାର ଦେଖାଯାଉଛନ୍ତି। ଅଭିନେତା ହୋଷ୍ଟଙ୍କୁ କହୁଛନ୍ତି, "ମୁଁ ଫିଲ୍ମରେ ଏପରି କୌଣସି ସିନ କରିବି ନାହିଁ ଯାହାକୁ ମୋ ବାପାମାଙ୍କ ସହ ଦେଖିବାରେ ମୁଁ ଅସହଜ ହେବି।" ଏହାର ଉତ୍ତରରେ, ହୋଷ୍ଟ ଉତ୍ତର ଦେଉଛନ୍ତି, "ଖୁବ୍ ବଢିଆ।"

ୟଶଙ୍କ ଏହି ପୁରୁଣା ମତକୁ ନେଇ ନେଟିଜେନମାନଙ୍କ ପ୍ରତିକ୍ରିୟା ଆସୁଛି। କିଛି ୟୁଜର ଅଭିନେତାଙ୍କୁ ଟ୍ରୋଲ୍ କରୁଛନ୍ତି, ଅନ୍ୟମାନେ ତାଙ୍କୁ ସମର୍ଥନ କରୁଛନ୍ତି। ତେବେ ଫିଲ୍ମ "ଟକ୍ସିକ" ୧୯ ମାର୍ଚ୍ଚ, ୨୦୨୬ରେ ସିନେମା ହଲରେ ରିଲିଜ୍ ହେବ। 

Kannada Film Industry Bollywood Yash
Advertisment
Advertisment