/odishatv-khabar/media/post_attachments/uploadimage/library/16_9/16_9_0/hrithik-roshan-to-play-a-double-role-in-krissh-4-920x518_1626069638.jpg)
hrithik-roshan-to-play-a-double-role-in-krissh-4-920x518
ମୁମ୍ବାଇ: ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ‘ଦାଦା ସାହେବ ଫାଲ୍କେ ଇଣ୍ଟରନ୍ୟାଶ୍ନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡସ୍- ୨୦୨୦’ । ଏଥିରେ ବାଜି ମାରିଛି ହ୍ରିତିକ୍ ରୋଶନ୍ଙ୍କ ଫିଲ୍ମ ’ସୁପର ୩୦’। ଏହି ଫିଲ୍ମକୁ ଶ୍ରେଷ୍ଠ ଫିଲ୍ମ ଭାବେ ପୁରସ୍କୃତ କରାଯାଇଥିବା ବେଳେ ହ୍ରିତିକ୍ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଏଥିସହ ଏଥିରେ ଦିବ୍ୟଙ୍କା ତ୍ରିପାଠୀଙ୍କୁ ଶ୍ରେଷ୍ଠ ଟେଲି ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି। ଆଉ କେଉଁମାନେ କେଉଁ ବର୍ଗରେ ଏହି ପୁରସ୍କାର ପାଇଛନ୍ତି, ଦେଖି ନିଅନ୍ତୁ।
ମୋଷ୍ଟ ପ୍ରୋମିସିଂ ଆକ୍ଟର: କିଚ୍ଚା ସୁଦୀପ୍
ଶ୍ରେଷ୍ଠ ଗାୟିକା: ତୁଳସୀ କୁମାର୍
ଶ୍ରେଷ୍ଠ ଗାୟକ: ଅର୍ମାନ ମଲ୍ଲିକ
ମୋଷ୍ଟ ଫେଭରେଟ୍ ଟେଲିଭିଜନ୍ ଆକ୍ଟର: ହର୍ଷଦ ଚୋପ୍ରା
ଶ୍ରେଷ୍ଠ ଟେଲି ଅଭିନେତ୍ରୀ: ଦିବ୍ୟଙ୍କା ତ୍ରିପାଠୀ (ୟେ ହୈ ମୋହବତେଁ)
ଶ୍ରେଷ୍ଠ ଟେଲି ଅଭିନେତା: ଧୀରଜ ଧୂପର୍ (କୁଣ୍ଡଲି ଭାଗ୍ୟ)
ଶ୍ରେଷ୍ଠ ଟେଲିଭିଜନ୍ ଧାରାବାହିକ: କୁମ୍କୁମ୍ ଭାଗ୍ୟ
ଶ୍ରେଷ୍ଠ ଟେଲିଭିଜନ୍ ଯୋଡ଼ି: ଶ୍ରୁତି ଝା ଓ ଶବୀର ଆଲୁୱାଲିଆ
ଶ୍ରେଷ୍ଠ ୱେବସିରିଜ୍ ଅଭିନେତ୍ରୀ: ଦିଆ ମିର୍ଜା
ଶ୍ରେଷ୍ଠ ଆଙ୍କର୍: ମନୀଷ ପଲ୍
ଶ୍ରେଷ୍ଠ ଡିଜିଟାଲ୍ ଫିଲ୍ମ: ୟୋର୍ସ ଟ୍ରୁଲି
ଶ୍ରେଷ୍ଠ ରିଆଲିଟି ଶୋ’: ବିଗ୍ ବସ୍ ୧୩
ଡିକେଡ୍ ଷ୍ଟାର୍ ୨୦୨୦: ଅନୁପମ ଖେର୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)