Advertisment

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ମୁମ୍ବାଇ: ବଲିଉଡ୍‌ର ଅନ୍ୟ ସୁପରହିଟ୍ ଯୋଡି ମଧ୍ୟରେ ଗୋଟିଏ ଯୋଡ଼ି ହେଉଛନ୍ତି ଶାହରୁଖ-କାଜଲ। ରିଲ ଲାଇଫ ନୁହେଁ, ରିୟଲ ଲାଇଫ୍‌ରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି। ଦୁହେଁ ଏକାଠି ଥିବେ ଅଉ ସେଠି ଥଟ୍ଟାମଜ୍ଜା ନ ଥିବ-ଏମିତି କେବେ ଦେଖିବାକୁ ମିଳିନି। କାଜଲଲଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି କରଣ ଜୋହରଙ୍କ ‘କଫି ଉଇଥ୍ କରଣ’ର କିଛି ଅଂଶ। ୨୦୦୭ ମସିହାର ଏହ ଭିଡିଓ। ଭିଡିଓରେ ଦେଖିବାକୁ ମିଳିଛି, […]

author-image
Minati Mishra
ଅଦ୍ୟତନ ହୋଇଛି
ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

000

ମୁମ୍ବାଇ: ବଲିଉଡ୍‌ର ଅନ୍ୟ ସୁପରହିଟ୍ ଯୋଡି ମଧ୍ୟରେ ଗୋଟିଏ ଯୋଡ଼ି ହେଉଛନ୍ତି ଶାହରୁଖ-କାଜଲ। ରିଲ ଲାଇଫ ନୁହେଁ, ରିୟଲ ଲାଇଫ୍‌ରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି। ଦୁହେଁ ଏକାଠି ଥିବେ ଅଉ ସେଠି ଥଟ୍ଟାମଜ୍ଜା ନ ଥିବ-ଏମିତି କେବେ ଦେଖିବାକୁ ମିଳିନି। କାଜଲଲଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି କରଣ ଜୋହରଙ୍କ ‘କଫି ଉଇଥ୍ କରଣ’ର କିଛି ଅଂଶ। ୨୦୦୭ ମସିହାର ଏହ ଭିଡିଓ।

Advertisment

ଭିଡିଓରେ ଦେଖିବାକୁ ମିଳିଛି, କରଣ ଶାହରୁଖଙ୍କ ପୁଅ ଆର୍ୟ୍ୟନ ଖାନ୍‌ ଏବଂ କାଜଲଙ୍କ ଝିଅ ନ୍ୟାସା ଦେବଗନ୍‌ଙ୍କୁ ନେଇ ପ୍ରଶ୍ନ ପଚାରୁଛନ୍ତି। ହେଲେ ପ୍ରଶ୍ନର ଏମିତି  ଉତ୍ତର କାଜଲ ଦେଇଛନ୍ତି ଯାହା କରଣଙ୍କୁ ଚୁପ୍‌ ରହିବାକୁ ବାଧ୍ୟ କରିଛି।

ପ୍ରକୃତ କଥା ହେଲା, ଭାଇରାଲ ଭିଡିଓରେ କାଜଲ, ଶାହରୁଖ ଏବଂ ରାନୀ ମୁଖାର୍ଜୀ କରଣଙ୍କ ‘କଫି ଉଇଥ୍ କରଣ’କୁ ଆସିଥିବାବେଳେ କରଣ ଏକ ପ୍ରଶ୍ନ କାଜଲଙ୍କୁ ପଚାରିଥିଲେ। ପ୍ରଶ୍ନଟି ଥିଲା-ଯଦି ୧୦ ବର୍ଷ ପରେ ଆର୍ଯ୍ୟନ ଏବଂ ନ୍ୟାସା ପଳାଇ ଯାଆନ୍ତି, ତେବେ ଆପଣଙ୍କର ପ୍ରତିକ୍ରିୟା କ’ଣ ରହିବ ? କାଜଲ କହିଥିଲେ-‘ ଦିଲ୍‌ବାଲେ ଦୁଲ୍‌ହା ଲେ ଜାଏଁଗେ। ।’

Advertisment

କାଜଲ ବୁଲିପଡି ଶାହରୁଖଙ୍କୁ ହାଇ-ଫାଇ କରିବାକୁ ଚାହିଁଥିଲେ । ହେଲେ ଶାହରୁଖ ଟିକେ କନଫ୍ୟୁଜ୍‌ଡ ଥିଲେ। କରଣ ଶାହରୁଖଙ୍କ ଏମିତି ଏକ୍ସେପ୍ରେସନ ଦେଖି ପଚାରିଥିଲେ-ବୋଧହୁଏ ଶାହରୁଖଙ୍କୁ ଏହା ପସନ୍ଦ ଆସିଲାନି ?’ ଶାହରୁଖ ହସି କହିଥିଲେ-‘ ପ୍ରକୃତରେ ଜୋକ୍‌ ବୁଝି ପାରଲିନି। ତେବେ ମୁଁ ଏମିତି ଜିନିଷକୁ ନେଇ ଟିକିଏ ଡରି ଯାଇଛି। କାଜଲ କୌଣସି ପ୍ରକାର ମୋର ସମ୍ପର୍କୀୟ ହୋଇଯିବେ- ଏକଥା ମୁଁ ଭାବି ପାରୁନି।’

ଶାହରୁଖଙ୍କ କଥା ଶୁଣି କାଜଲ ଓ ରାନୀ ମୁଖାର୍ଜୀ ହସି ଉଠିଥିଲେ। ଏହି ଭିଡିଓ ଆଜି ବି ଦର୍ଶକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଉଛି। ସୂଚନାଥାଉ କି, କାଜଲ-ଶାହରୁଖଙ୍କ ଦିଲ୍‌ୱାଲେ ଦୁଲ୍‌ହନିଆ ଲେ ଯାଏଗେଁ’କୁ ୨୫ ବର୍ଷ ପୂରଣ ହୋଇଛି।

View this post on Instagram

A post shared by HashiyehLand (@hashiyehland) on

Advertisment
Advertisment