/odishatv-khabar/media/post_attachments/uploadimage/library/16_9/16_9_0/sajid_1626696166.jpg)
sajid
ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଗାୟକ ୱାଜିଦ୍ ଖାନ୍ ମାତ୍ର ୪୨ ବର୍ଷରେ ଦୁନିଆକୁ ଛାଡ଼ି ଚାଲିଯାଇଛନ୍ତି। ୱାଜିଦ୍ଙ୍କ ପରଲୋକ ପରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଗଳା ଓ କିଡ୍ନୀଜନିତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ସେ କରୋନାରେ ସଂକ୍ରମିତ ଥିଲେ ବୋଲି ଖବର ଶୁଣିବାକୁ ମିଳୁଛି। ବର୍ତ୍ତମାନ ତାଙ୍କ ମା’ ରଜିଆ ଖାନ୍ ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ମୁମ୍ୱାଇର ଚେମ୍ୱୁର ସ୍ଥିତ ସୁରାଣା ସେଥିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠି ୱାଜିଦ୍ଙ୍କର ଦେହାନ୍ତ ହୋଇଥିଲା।
ଖବର ଅନୁଯାୟୀ, ୱାଜିଦ୍ କରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ତାଙ୍କ ମା’ ପ୍ରଥମେ କରୋନା ଭାଇରସରେ ଆକ୍ରାନ୍ତ ଥିଲେ। ପୂର୍ବରୁ ୱାଜିଦ୍ କିଡନୀ ଓ ଗଳା ସଂକ୍ରମଣ ରୋଗରେ ପୀଡିତ ଥିଲେ। ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ଜଣେ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ୱାଜିଦ୍ ଅସୁସ୍ଥ ହୋଇ ଯେତେବେଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ, ସେତେବେଳେ ୱାଜିଦ୍ଙ୍କର ଦେଖାଶୁଣା କରିବା ପାଇଁ ତାଙ୍କ ମା’ ମେଡିକାଲରେ ଥିଲେ। ସେହି ମେଡିକାଲରେ ଚିକିତ୍ସିତ ଅନ୍ୟ କରୋନା ରୋଗୀଙ୍କ ସମ୍ପର୍କରେ ତାଙ୍କ ମା’ କରୋନା ପଜିଟିଭ୍ ହୋଇଥିଲେ। ମାଙ୍କଠାରୁ ୱାଜିଦ୍ଙ୍କୁ କରୋନା ସଂକ୍ରମଣ ହୋଇଥିବା କୁହାଯାଉଛି।
ସାଜିଦ-ୱାଜିଦ୍ଙ୍କ ଯୋଡି ବଲିଉଡ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀ ଖୁବ୍ ପ୍ରସିଦ୍ଧ ଯୋଡ଼ି। ସେ ପ୍ରଥମେ ୧୯୯୮ରେ ସଲମାନ୍ ଖାନ୍ଙ୍କ ଫିଲ୍ମ ‘ପ୍ୟାର କିୟା ତୋ ଡରନା କିୟା’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ପରେ ୧୯୯୯ରେ ସୋନୁ ନିଗମଙ୍କ ଆଲବମ୍ ’ଦିୱନା’ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଯେଉଁଥିରେ ‘ଦିୱାନା ତେରା’, ‘ଆବ୍ ମୁଝେ ରାତ ଦିନ୍’ ଓ ‘ଇସ୍ କଦର ପ୍ୟାର ହେ’ ଭଳି ଗୀତ ଅନ୍ତର୍ଭୁକ୍ତ। ସେହି ବର୍ଷ ସେ ‘ହେଲୋ ବ୍ରଦର’ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ପରେ ପରେ ‘ହଟା ସାୱାନ କି ଘାଟା’, ‘ଚୁପ୍କେ ସେ କୋଇ ଅର୍’ ଓ ‘ହେଲୋ ବ୍ରଦର’ ଭଳି ଗୀତ ଲେଖିଥିଲେ। ତେବେ ମୃତ୍ୟୁ ପୂର୍ବରୁ ମେଡିକାଲ୍ ବେଡ୍ରେ ୱାଜିଦ୍ ଗାଇଥିବା ଏକ ଗୀତ ଏବେ ଖୁବ୍ ଭାଇରାଲ୍ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)