/odishatv-khabar/media/post_attachments/uploadimage/library/16_9/16_9_0/sonu-sood_1625152653.jpg)
sonu-sood
ମୁମ୍ବାଇ: ଲକ୍ଡାଉନ୍ରେ ଲୋକଙ୍କ ପାଇଁ ପ୍ରକୃତରେ ହିରୋ ପାଲଟି ଯାଇଥିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍। ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏମିତି କି ସୋନୁ କେମିତି ଗରିବ ଲୋକ ରୋଜଗାର କରିବ ପିଲା ପାଠ ପଢିବ ସେଥିପ୍ରତି ଧ୍ୟାନ ଦେଇଥିଲେ। କିଛି ଲୋକଙ୍କୁ ସେ ଚାଷ ପାଇଁ ଗାଡି ଉପହାର କରିଥିଲେ ଏବଂ ଅନ୍ଲାଇନ୍ କ୍ସାସ୍ ପାଇଁ ପିଲାଙ୍କୁ ମୋବାଇଲ୍ ଫୋନ୍ ଉପହାର କରିଥିଲେ।
ସାହାଯ୍ୟ କରିବାପାଇଁ ସୋନୁଙ୍କ ତତ୍ପରତା ଦେଖି ଅଧିକରୁ ଅଧିକ ଲୋକ ସେମାନଙ୍କର ସମସ୍ୟା ବିଷୟରେ ସୋନୁଙ୍କୁ ଜଣାଇବା ଆରମ୍ଭ କଲେ। ନିକଟରେ ଜଣେ ଟ୍ୱିଟର ବ୍ୟବହାରକାରୀ ସେ ତାଙ୍କ ଜନ୍ମଦିନ ଶାହାରୁଖଙ୍କ ଷ୍ଟାଇଲ୍ରେ ବୁର୍ଜ ଖଲିଫାରେ ମନାଇବାକୁ ଚାହାନ୍ତି ବୋଲି ଟ୍ୱିଟ୍ କରିଥିଲେ।
ଯାହାର ଉତ୍ତରରେ ସୋନୁ ଲେଖିଛନ୍ତି, ଆପଣ ୩ଦିନ ବିଳମ୍ବ କରିଦେଲେ। ଆଗକୁ ପରିଶ୍ରମ କର ଏବଂ ନାଁ କମାଅ। ବୁର୍ଗ ଖଲିଫା ନୁହେଁ ସାରା ଦୁନିଆ ତୁମ ନାଁ ମନେ ରଖିବ।
बस आपका जन्मदिन 3 दिन लेट हो गया भाई।
ख़ैर थोड़ी से महनत करो और नाम कमाओ ज़िंदगी में फिर देखना bhurj khalifa क्या आसमान पे नाम लिख देगी दुनिया 👍 https://t.co/tDYteCwVsI— sonu sood (@SonuSood) November 3, 2020
ସୂଚନାଯୋଗ୍ୟ, ନଭେମ୍ବର ୨ତାରିଖରେ କିଙ୍ଗ ଖାନ୍ ଶାହାରୁଖଙ୍କର ଜନ୍ମଦିନ ଥିଲା। ବୁର୍ଜ ଖଲିଫାରେକୁ ଲାଇଟ୍ କରି ଶାହାରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଯାଇଥିଲା।
ଏଥିପାଇଁ ସୋଶାଲ୍ ମିଡିଆରେ ପୋଷ୍ଟ କରି ଶାହାରୁଖ ବୁର୍ଜ ଖଲିଫା ଏବଂ ତାଙ୍କ ବନ୍ଧୁ ମହମ୍ମଦ ଅଲବରଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)