/odishatv-khabar/media/post_attachments/uploadimage/library/16_9/16_9_0/dadshabe_1627367549.jpg)
dadshabeb falke award
ମୁମ୍ବାଇ: ଚଳିତ ବର୍ଷ ବିଭିନ୍ନ ବର୍ଗରେ ଭାରତୀୟ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍କେ ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି। ଆୱାର୍ଡର ୫ମ ସଂସ୍କରଣରେ ବେଷ୍ଟ ଫିଲ୍ମ, ଟେଲିଭିଜନ୍, ମ୍ୟୁଜିକ ଏବଂ ଅନ୍ୟାନ୍ୟ ବର୍ଗରେ ପୁରସ୍କାର ଘୋଷଣା କରାଯାଇଛି। ଗତ ବର୍ଷର ଦମ୍ଦାର କାର୍ଯ୍ୟ ପାଇଁ ଦୀପିକା ପାଦୁକୋନ, ଅକ୍ଷୟ କୁମାର, ଏବଂ ସୁଶ୍ମିତା ସେନ୍, ସୁଭ୍ରୀ ଚନ୍ଦନା ଏବଂ ନୋରା ଫତେହ ଦାଦା ସାହେବ ଫାଲ୍କେ ପୁରସ୍କାର ପାଇଛନ୍ତି।
ମେଘନା ଗୁଲ୍ଜାରଙ୍କ ଫିଲ୍ମ ଛପକରେ ଦମ୍ଦାର ଅଭିନୟ ପାଇଁ ଦୀପିକା ପାଦୁକୋନଙ୍କୁ ବେଷ୍ଟ ଆକ୍ଟର(ମହିଳା ବର୍ଗରେ) ପୁରସ୍କାର ଦିଆଯାଇଛି। ଏହି ଫିଲ୍ମଟି ଏସିଡି ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗରୱାଲଙ୍କ ଜୀବନ କାହାଣୀ ଉପରେ ଆଧାରିତ। ତା ସହିତ ବିକ୍ରାନ୍ତ ମେସିଙ୍କୁ ବେଷ୍ଟ ସପୋର୍ଟିଂ ଆକ୍ଟର ପୁରସ୍କାର ମଧ୍ୟ ମିଳିଛି।
ଅକ୍ଷୟ କୁମାରଙ୍କୁ ହରର୍ କମେଡି ଫିଲ୍ମ ‘ଲକ୍ଷ୍ମୀ’ ପାଇଁ ବେଷ୍ଟ ଆକ୍ଟର(ପୁରୁଷ ବର୍ଗରେ) ପୁରସ୍କାର ମିଳିଛି। ଏହି ଚଳଚିତ୍ରଟି ୨୦୧୧ରେ ରିଲିଜ୍ ହୋଇଥିବା ତାମିଲ ଫିଲ୍ମ ‘କାଞ୍ଚନା’ ରିମେକ୍। ସେହିପରି ଅଳ୍ପଦିନ ଭିତରେ ବଲିଉଡ୍ରେ ଲୋକପ୍ରିୟତା ହାସଲ କରିଥିବା କିୟାରା ଆଡ୍ଭାନୀଙ୍କୁ ନେଟ୍ଫ୍ଲିକ୍ସ ଫିଲ୍ମ 'ଗଲ୍ଟି' ପାଇଁ କ୍ରିଟିକ୍ ବେଷ୍ଟ ଆକ୍ଟ୍ରେସ୍ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଫିଲ୍ମରେ କିୟାରା ଏକ କଲେଜ୍ ପଢ଼ୁଆ ଝିଅ ଭୂମିକାରେ ଅଭିନୟ କରିଛନ୍ତି।
ଦିବଗନ୍ତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମରଣୋପରାନ୍ତ କ୍ରିଟିକ୍ ବେଷ୍ଟ ଆକ୍ଟର ପୁରସ୍କାର ମିଳିଛି। ହିନ୍ଦୀ ସିନେମା ଜଗତରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଦାଦା ସାହେବ ଫାଲ୍କେ କ୍ରିଟିକ୍ ବେଷ୍ଟ ଆକ୍ଟର ପୁରସ୍କାର ଦିଆଯାଇଛି। ୨୦୧୯ରେ ମୁକ୍ତିଲାଭ କରିଥିବା ନୀତେଶ ତିୱାରୀଙ୍କ ଫିଲ୍ମ 'ଛିଛୋରେ' ସୁଶାନ୍ତଙ୍କର ଶେଷ ଫିଲ୍ମ ଥିଲା।
ଅଜୟ ଦେବଗନ ଓ ସୈଫ୍ଅଲ୍ଲୀ ଖାନ୍ ଷ୍ଟାରର୍ ଫିଲ୍ମ ତାନାଜୀ ଦି ଅନ୍ସଙ୍ଗ ୱାରିୟରକୁ ବେଷ୍ଟ ଫିଲ୍ମ ପୁରସ୍କାର ମିଳିଛି। ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ଏହି ଫିଲ୍ମଟି ୨୦୨୦ରେ ସବୁଠାରୁ ଅଧିକ ଆୟ ମଧ୍ୟ କରିଥିଲା। ଏଥିରେ ଅଜୟଙ୍କ ବିପକ୍ଷରେ କାଜୋଲ୍ ଅଭିନୟ କରିଥିଲେ।
ସେହିପରି 'ଲୁଡୋ' ଫିଲ୍ମ ପାଇଁ ଅନୁରାଗ ବାସୁଙ୍କୁ ବେଷ୍ଟ ଡାଇରେକ୍ଟର ସମ୍ମାନ ମିଳିଥିବା ବେଳେ ଅଂଗ୍ରେଜୀ ମିଡିୟମ ଫିଲ୍ମ ପାଇଁ ରାଧିକା ମଦାନଙ୍କୁ ବେଷ୍ଟ ସପୋର୍ଟିଂ ଆକ୍ଟର ପୁରସ୍କାର ଦିଆଯାଇଛି। ଏହି ଫିଲ୍ମରେ ଦିବଙ୍ଗତ ଅଭିନେତା ଇର୍ଫାନ ଖାନ ରାଧିକାଙ୍କ ବାପା ଭୂମିକାରେ ଅଭିନୟ କରିଥିଲେ। ଇର୍ଫାନଙ୍କର ମଧ୍ୟ ଏହା ଶେଷ ଫିଲ୍ମ ଥିଲା। ଲୁଟକେଶ୍ ଫିଲ୍ମ ପାଇଁ କୁନାଲ କେମୁଙ୍କୁ ବେଷ୍ଟ କମେଡି ଆକ୍ଟର ପୁରସ୍କାର ଦିଯାଇଛି।
ଟେଲିଭିଜନ ଓ ୱେବ୍ ସିରିଜ୍ ପାଇଁ ପୁରସ୍କାର
'କୁଣ୍ଡଳୀ ଭାଗ୍ୟ’ ଟେଲିଭିଜନ ଶୋ ପାଇଁ ବେଷ୍ଟ ଆକ୍ଟ୍ରେସ୍ ସୁଭ୍ରୀ ଚନ୍ଦନା ବେଷ୍ଟ ଆକ୍ଟର ଧୀରଜ କପୁର। ନିର୍ଦ୍ଦେଶକ ହଁସଲ ମେହତାଙ୍କ ସ୍କାମ ୧୯୯୨କୁ ବେଷ୍ଟ ସିରିଜ୍ ପୁରସ୍କାର।
ଡିଜ୍ନୀ ପ୍ଲୁସ୍ ହଟ୍ଷ୍ଟାର ଶୋ ‘ଆର୍ଯ୍ୟା’ ପାଇଁ ସୁଶ୍ମିତା ସେନ୍ ବେଷ୍ଟ ଆକ୍ଟ୍ରେସ୍ ପୁରସ୍କାର।
ପ୍ରକାଶ ଝା'ଙ୍କ ୱେବ୍ ସିରିଜ୍ ଆଶ୍ରମ ପାଇଁ ବବି ଦେୱାଲ୍ଙ୍କୁ ବେଷ୍ଟ ଆକ୍ଟର ପୁରସ୍କାର।
ନିଜ ଡାନ୍ସ ମୁଭ୍ରେ ସମସ୍ତଙ୍କୁ ବାନ୍ଧି ରଖିଥିବା ନୋରା ଫତେହଙ୍କୁ ବେଷ୍ଟ ପରଫରମର ପୁରସ୍କାର।
କେକେ ମେନନଙ୍କୁ ମୋଷ୍ଟ ଭର୍ସାଟାଇଲ୍ ଆକ୍ଟର ପୁରସ୍କାର।
ଡବ୍ବୁ ରତ୍ନାନୀଙ୍କୁ ଦି ଫଟୋଗ୍ରାଫର୍ ଅଫ୍ ଦି ଇୟର ପୁରସ୍କାର।
ଦିବ୍ୟ ଖୋସ୍ଲାଙ୍କୁ ଷ୍ଟାଇଲ୍ ଦିଭା ଅପ୍ ଦି ଇୟର।
ସିନେମା ଓ ସାହିତ୍ୟ ଖେତ୍ରରେ ପ୍ରଶଂସନୀୟ ଯୋଗଦାନ ପାଇଁ ଚେତନ ଭଗତଙ୍କୁ ପୁରସ୍କାର। ସିନେମା ଖେତ୍ରରେ ଅତୁଳନୀୟ ଯୋଗଦାନ ପାଇଁ ଧର୍ମେନ୍ଦ୍ରଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର।
ତିତ୍ଲିଆଁକୁ ଆଲ୍ବମ୍ ଅଫ୍ ଦି ଇୟର ପୁରସ୍କାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)