/odishatv-khabar/media/post_attachments/uploadimage/library/16_9/16_9_0/terrenc_1625184723.jpg)
terrenc
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନୋରା ଫତେହି ଆଜିକାଲି ତାଙ୍କ ଗୀତ 'ନାଚ୍ ମେରି ରାନୀ'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏହି ମ୍ୟୁଜିକ୍ ଭିଡିଓକୁ ୟୁଟ୍ୟୁବ୍ରେ ୫ଦିନ ମଧ୍ୟରେ ୪୬କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଗୀତରେ ନୋରାଙ୍କ ସହ ଗାୟକ ଗୁରୁ ରାନ୍ଧୱା ଅଛନ୍ତି। ତେବେ ଏହି ଗୀତକୁ ନେଇ ଯେତିକି ଚର୍ଚ୍ଚା ହେଉଛି ନୋରାଙ୍କ ଏକ ଭିଡିଓକୁ ନେଇ ମଧ୍ୟ ଆଜିକାଲି ବେଶ୍ ଆଲୋଚନା ହେଉଛି। ଏହି ଭିଡିଓରେ ଲୋକପ୍ରିୟ କୋରିଓଗ୍ରାଫର ଟେରିନ୍ସ ଲୁଇସ୍ ନୋରା ଫତେହିଙ୍କୁ ପ୍ରେମ ନିବେଦନ କରୁଥିବା ଦେଖିବାକୁ ମିଳିଛି।
ନିକଟରେ ନୋରା 'ଇଣ୍ଡିଆସ୍ ବେଷ୍ଟ ଡ୍ୟାନ୍ସର' ଶୋ'ରେ ଯୋଗ ଦେଇଥିଲେ। ନୋରାଙ୍କୁ ଦେଖିବା ପରେ ଟେରିନ୍ସ 'ପେହେଲା ପେହେଲା ପ୍ୟାର୍' ଗୀତ ଲଗାଇ ତାଙ୍କ ସହ ନାଚିଥିଲେ। ଟେରିନ୍ସଙ୍କୁ ରୋମାଣ୍ଟିକ୍ ଅନ୍ଦାଜରେ ଦେଖି ନୋରା ଲାଜେଇଯିବା ସହ ଖୁସି ହୋଇଯାଇଥିଲେ। ଶୋରେ ଉପସ୍ଥିତ କୋରିଓଗ୍ରାଫର ଗୀତା କପୁର ମଧ୍ୟ ଟେରିନ୍ସଙ୍କ ଏମିତି ଅନ୍ଦାଜ୍ ଦେଖି ଖୁସି ହୋଇଯାଇଥିଲେ।
ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମରେ ବଲି ଗ୍ୟାଂଗ୍ସ ପେଜ୍ରୁ ଶେଆର କରାଯାଇଛି। ଭିଡିଓକୁ ୧୦ହଜାରରୁ ଅଧିକ ଲାଇକ୍ ମିଳିଥିବା ବେଳେ ଲୋକମାନେ ଏଥିରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। କିଛି ଲୋକ ନୋରା ଏବଂ ଟେରିନ୍ସଙ୍କ ଯୋଡି ଖୁବ୍ ଭଲ ଲାଗେ। ସେମାନେ ଏକାଠି କାମ କରନ୍ତୁ ବୋଲି କମେଣ୍ଟ କରିଥିବା ବେଳେ କିଛି ଲୋକ ନୋରା ଏବଂ ଟେରିନ୍ସଙ୍କ ଯୋଡି ଭଲ ଲାଗେ ଉଭୟ ତାଙ୍କ ସମ୍ପର୍କକୁ ଆଗକୁ ବଢାଇବା ଆବଶ୍ୟକ ବୋଲି ଲେଖିଛନ୍ତି।
ସୂଚନାଯୋଗ୍ୟ, ଇଣ୍ଡିଆସ୍ ବେଷ୍ଟ ଡ୍ୟାନ୍ସର ଶୋରେ ମଝିରେ ବିଚାରକ ଭାବେ ଯୋଗଦେଇଥିଲେ ନୋରା। ଏହି ଶୋର ବିଚାରକ ମଲାଇକ୍ ଅରୋରା କୋଭିଡ୍ରେ ଆକ୍ରାନ୍ତ ହେବା ପରେ ତାଙ୍କ ସ୍ଥାନରେ ନୋରା କିଛି ଦିନ ପାଇଁ ଶୋରେ ସାମିଲ୍ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)