/odishatv-khabar/media/post_attachments/uploadimage/library/16_9/16_9_0/ajay_1625148332.jpg)
ajay
ମୁମ୍ବାଇ: ବଲିଉଡ୍ର ଦକ୍ଷ ଅଭିନେତ୍ରୀ ତବୁ। ଦୀର୍ଘ ୪୦ବର୍ଷ ଧରି ହିନ୍ଦୀ ସିନେମା ଜଗତରେ କାମ କରି ଆସିଛନ୍ତି। ପ୍ରେମ୍, ଫିତୁର, ଭାରତ, ବିର୍ସାତ୍, ବିଜୟ ପଥ ଆଜି ଫିଲ୍ମରେ କାମ କରିଥିବା ତବୁ ଆଜି ଯାଏ ଅବିବାହିତ ଅଛନ୍ତି। ବ୍ୟକ୍ତିଗତ ଜୀବନକୁ ନେଇ କମ୍ ଆଲୋଚନା କରୁଥିବା ତବୁ କିନ୍ତୁ ତାଙ୍କ ବିବାହ ନକରିବା ପାଇଁ ବଲିଉଡ୍ ଅଭିନେତା ଅଜୟ ଦେବଗନକୁ ଦାୟୀ କରନ୍ତି।
ଥରେ ଏକ ସାକ୍ଷାତକାରରେ ତବୁ କହିଥିଲେ, ଅଜୟ ଓ ସେ ପିଲା ବେଳୁ ସାଙ୍ଗ। ତବୁଙ୍କ ସମ୍ପର୍କୀୟ ସମୀର ଆର୍ଯ୍ୟଙ୍କର ପଡ଼ୋଶୀ ହେଉଛନ୍ତି ଅଜୟ ଦେବଗନ। ସେମାନେ ୩ ଜଣ ଏକାଠି ପାଠ ପଢୁଥିଲେ। ତବୁ ଖୁବ୍ ସୁନ୍ଦର ଥିବାରୁ ସ୍କୁଲ ଓ କଲେଜରେ ଅନେକ ପୁଅ ତାଙ୍କୁ ପସନ୍ଦ କରୁଥିଲେ। ସେମାନଙ୍କ ଭିତରୁ ତବୁଙ୍କ ସହ କେହି କଥାବାର୍ତ୍ତା କଲେ ଅଜୟ ଦେବଗନ ଓ ସମୀର ସେମାନଙ୍କୁ ମାରପିଟ୍ କରୁଥିଲେ। ପାଠ ପଢ଼ିବା ସମୟରେ ସମୀର ଏବଂ ଅଜୟ ଗୁଣ୍ଡା ଭଳି ହେଉଥିଲେ।
ସମସ୍ତେ ତାଙ୍କୁ ଭୟ କରୁଥିଲେ। ଏହି କାରଣରୁ ତବୁଙ୍କ ସହ କୌଣସି ପୁଅ କଥାବାର୍ତ୍ତା କରିବା ପାଇଁ ଭୟ କରୁଥିଲେ।
ତବୁ ଆଜି ଅଜୟଙ୍କ ପାଇଁ ତାଙ୍କୁ କୌଣସି ପୁଅ ମିଳୁନାହାନ୍ତି ବୋଲି ମଜାକିଆ ଢଙ୍ଗରେ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)