/odishatv-khabar/media/post_attachments/uploadimage/library/16_9/16_9_0/sp-balas-ubramnayam_1625295977.jpg)
sp-balas-ubramnayam,
ଚେନ୍ନାଇ: ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍ପି ବାଲାସୁବ୍ରମଣ୍ୟମଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଚେନ୍ନାଇର ଏକ ସ୍ମଶାନରେ ଏସ୍ପିବିଙ୍କ ଶେଷକୃତ୍ୟ କରାଯାଇଛି। ଏଥିରେ ତାମିଲ ସିନେମାର ବର୍ଷୀୟାନ ନିର୍ଦ୍ଦେଶକ ଭାରତୀରାଜାଙ୍କ ସମେତ ବହୁ କଳାକାର, ସିନେପ୍ରେମୀ ଓ ସୁବ୍ରମଣ୍ୟମଙ୍କ ପ୍ରଶଂସକ ଯୋଗ ଦେଇଥିଲେ।/odishatv-khabar/media/post_attachments/indiatoday/styles/photo_slider_753x543/public/images/photogallery/202009/S1_IT_1601108206688.jpg)
ଗତକାଲି ଅପରାହ୍ଣରେ ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ୭୪ ବର୍ଷରେ ସୁବ୍ରମଣ୍ୟମଙ୍କ ପରଲୋକ ହୋଇଥିଲା। ପରେ ସଂଧ୍ୟାରେ ହସ୍ପିଟାଲରୁ ମର ଶରୀର ଅଣାଯାଇ ନୁଙ୍ଗାମ୍ବକମ ବାସଭବନକୁ ନିଆଇଥିଲା। ଏହାପରେ ମରଶରୀରକୁ ତିରୁଭାଲୁରର ଥମରାଇପକମ ଫାର୍ମ ହାଉସ ନିଆଯାଇଥିଲା। ସେଠାରେ ଅତ୍ମୀୟସ୍ୱଜନ ଓ ଫିଲ୍ମ ଜଗତର ଲୋକେ ତାଙ୍କର ଶେଷ ଦର୍ଶନ କରିଥିଲେ।
/odishatv-khabar/media/post_attachments/indiatoday/styles/photo_slider_753x543/public/images/photogallery/202009/S2_IT_1601108206688.jpg)
ଏହାପରେ ଆଜି ସକାଳୁ ମର ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା। ଶେଷକୃତ୍ୟ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
/odishatv-khabar/media/post_attachments/indiatoday/styles/photo_slider_753x543/public/images/photogallery/202009/S3_IT_1601108206688.jpg)
Soulful, Pure, Benevolent. #SPB#SPBalasubrahmanyampic.twitter.com/PIoFPhvnB0
— Revathi (@revathitweets) September 25, 2020
ଏହି ପ୍ରଖ୍ୟାତ ଗାୟକଙ୍କ ଶରୀର ସିନା ପଞ୍ଚଭୂତରେ ଲୀନ ହୋଇଗଲା, ତାଙ୍କ ସ୍ୱର କିନ୍ତୁ ମହାକାଶରେ ମିଶିଯାଇଛି। ହୃଦୟ ଲଗାଇ କାନ ଡେରି ଶୁଣିଲେ ମହାକାଶରେ ପୁଣି ଗୁଞ୍ଜରି ଉଠିବ ତାଙ୍କର ସେଇ ଲଳିତ ସ୍ୱର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)