Advertisment

ଟି-ସିରିଜ୍ କମ୍ପାନୀ ମାଲିକଙ୍କୁ ଖୋଲା ଚେତାବନୀ ଦେଲେ ସୋନୁ ନିଗମ, କହିଲେ...

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ପରେ ବଲିଉଡର ଅନେକ ସତ୍ୟତା ସାମ୍ନାକୁ ଆସିଛି। ତେବେ ଏହି ସତ୍ୟତା ଆଉ ନୁହେଁ, ଖୋଦ୍ ବଲିଉଡ୍ ଇଣ୍ଡଷ୍ଟ୍ରୀର କିଛି ଲୋକେ ହିଁ ଆଣିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସହ ବଲିଉଡରେ ‘ନେପୋଟିଜମ୍’ ଏବଂ ଗଡ଼ଫାଦରଙ୍କ ଲବି ବା ସୁପାରିସକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏହା ମଧ୍ୟରେ ପ୍ରଖ୍ୟାତ ଗାୟକ ସୋନୁ ନିଗମ କିଛି ଦିନ ପୂର୍ବେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରୁ ମଧ୍ୟ ଆତ୍ମହତ୍ୟା ଖବର ଆସିବ କହି ସମସ୍ତଙ୍କୁ […]

author-image
Chandan Shishu
ଟି-ସିରିଜ୍ କମ୍ପାନୀ ମାଲିକଙ୍କୁ ଖୋଲା ଚେତାବନୀ ଦେଲେ ସୋନୁ ନିଗମ, କହିଲେ...

sonu

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ପରେ ବଲିଉଡର ଅନେକ ସତ୍ୟତା ସାମ୍ନାକୁ ଆସିଛି। ତେବେ ଏହି ସତ୍ୟତା ଆଉ ନୁହେଁ, ଖୋଦ୍ ବଲିଉଡ୍ ଇଣ୍ଡଷ୍ଟ୍ରୀର କିଛି ଲୋକେ ହିଁ ଆଣିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସହ ବଲିଉଡରେ 'ନେପୋଟିଜମ୍' ଏବଂ ଗଡ଼ଫାଦରଙ୍କ ଲବି ବା ସୁପାରିସକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏହା ମଧ୍ୟରେ ପ୍ରଖ୍ୟାତ ଗାୟକ ସୋନୁ ନିଗମ କିଛି ଦିନ ପୂର୍ବେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରୁ ମଧ୍ୟ ଆତ୍ମହତ୍ୟା ଖବର ଆସିବ କହି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏବେ ନିଜର ଆଉ ଏକ ଭିଡିଓରେ ସେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀର ମୋଗଲ୍ କୁହାଯାଉଥିବା 'ଟି-ସିରିଜ୍' କମ୍ପାନୀର ମାଲିକ୍ ଭୂଷଣ କୁମାରଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। କେବଳ ଏତିକି ନୁହେଁ, ସୋନୁ ନିଗମ ନିଜର ଏହି ଭିଡିଓରେ ମଡେଲ୍ ମରୀନା କୁଅଁରଙ୍କ ନାଁ ନେଇ ମଧ୍ୟ ଧମକ ଦେଇଛନ୍ତି ଯେ ଯଦି ସେ (ଭୂଷଣ କୁମାର) ତାଙ୍କ (ସୋନୁ ନିଗମ) ସହ ପଙ୍ଗା ନେବେ, ତାହେଲେ ମରୀନାଙ୍କର ଭିଡିଓ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଶେଆର୍ କରିଦେବେ।

Advertisment

publive-imageସୋନୁ ନିଗମ ଗୁରୁବାର ନିଜ ଭିଡିଓରେ କହିଥିଲେ ଯେ କିପରି ପୂରା ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀ କେବଳ ଦୁଇଟି ମ୍ୟୁଜିକ୍ କମ୍ପାନୀର ଇସାରାରେ କାମ କରୁଛି ଏବଂ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ ମାଫିଆଙ୍କ କାମ କରୁଛନ୍ତି। ଏବେ ସୋନୁ ନିଜର ନୂଆ ଭିଡିଓରେ କହିଛନ୍ତି, "'ଲାତୋ କି ଭୂତ ବାତୋ ସେ ନେହିଁ ମାନତେ।' ମୁଁ କାହା ନାଁ ନେଇନଥିଲି ଏବଂ ଭଲଭାବେ କହିଥିଲି ଯେ ନୂଆ କଳାକାରଙ୍କ ସହ ଭଲଭାବେ ବ୍ୟବହାର କର। ମୋ ଜଣେ ଯେତେବେଳେ ଆତ୍ମହତ୍ୟା କରୁଛନ୍ତି, ସେଥିରେ ନ କାନ୍ଦି ପ୍ରଥମେ ଆଖପାଖକୁ ସୁଧାରିବାର ଆବଶ୍ୟକତା ରହିଛି। କିନ୍ତୁ ସେମାନେ ତ ମାଫିଆ, ତେଣୁ ସେମାନେ ସେହିଭଳି କାମ କରିବେ। ସେ ୫-୬ ଜଣ ମହାନ୍ ଲୋକଙ୍କୁ କହିଲେ ଯେ ମୋ ବିରୋଧରେ ଇଣ୍ଟରଭ୍ୟୁ ଦିଅନ୍ତୁ। ମୁଁ କାହା ନାଁ ନେଇନଥିଲି, କିନ୍ତୁ ମୋ ନାଁ ନିଆଗଲା।"

ସୋନୁ ଆହୁରି କହିଛନ୍ତି, "ଏହି ୬ଜଣଙ୍କ ମଧ୍ୟରୁ କିଛି ତ ଏମିତି ଅଛନ୍ତି, ଯାହାଙ୍କ ସହ ମୋର ଭଲ ସମ୍ପର୍କ ରହିଛି। ଗତ କିଛି ବର୍ଷ ହେବ ସେମାନେ ମୋ ସହ ଏହିସବୁ କଥା ଆଲୋଚନା କରିଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଭାଇ ଦେଢ଼ ବର୍ଷ ତଳେ ନିଜ ଟ୍ୱିଟର୍ ଲେଖିଥିଲେ ଯେ ଯଦି ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ ଏକତା ଥାନ୍ତା, ତାହେଲେ ସ୍ଥିତି ଭିନ୍ନ ହୋଇଥାନ୍ତା।"

Advertisment
View this post on Instagram

A post shared by Sonu Nigam (@sonunigamofficial) on Jun 21, 2020 at 11:20pm PDT

ସୋନୁ ନିଜର ଏହି ଭିଡିଓରେ ପ୍ରଥମଥର ଭୂଷଣ କୁମାରଙ୍କ ନାଁ ନେଇ ତାଙ୍କୁ ଟାର୍ଗେଟ୍ କରିଛନ୍ତି। ସୋନୁ କହିଛନ୍ତି, "ଭୂଷଣ କୁମାର ଏବେ ତୋର ନାଁ ନେବାକୁ ପଡ଼ିବ ଏବଂ ଏବେ ତୁ ଆଉ ସମ୍ମାନ ପାଇବାକୁ ଯୋଗ୍ୟ ନୁହଁ। ତୁ ଭୁଲ୍ ବ୍ୟକ୍ତିଙ୍କ ସହ ପଙ୍ଗା ନେଇଛୁ। ତୁ ସେହି ଦିନକୁ ଭୁଲ ଗଲୁ, ଯେଉଁଦିନ ତୁ ମୋ ଘରକୁ ଆସିଥିଲୁ ଏବଂ 'ଦିୱାନା' ଆଲବମ୍ କରିବାକୁ ମୋତେ ଅନୁରୋଧ କରିଥିଲୁ। ତା'ଛଡ଼ା ତୁ ସାହାରା ଶ୍ରୀ, ସ୍ମିତା ଠାକରେ ଓ ବାଲ୍ ଠାକରେଙ୍କୁ ସାକ୍ଷାତ କରିବା ପାଇଁ ମୋତେ ଅନୁରୋଧ କରିଥିଲୁ। ଏପରିକି କୁଖ୍ୟାତ ଡନ୍ ଆବୁ ସାଲେମଙ୍କଠାରୁ ରକ୍ଷା ପାଇବା ପାଇଁ ମଧ୍ୟ ମୋତେ ନିବେଦନ କରିଥିଲୁ।"

publive-imageସୋନୁ ଆହୁରି କହିଛନ୍ତି, "ମରୀନା କୁଅଁର ମନେ ଅଛି ତ? ସେ କାହିଁକି କହିଲେ ଏବଂ କାହିଁକି ବ୍ୟାକଆଉଟ୍ ହେଲେ? ଏହା ମୋତେ ଜଣା ନାହିଁ, କିନ୍ତୁ ମିଡିଆ ସବୁ ଜାଣିଛି। ତା'ର ଭିଡିଓ ମୋ ପାଖରେ ଅଛି। ଯଦି ତୁ ମୋ ସହ ପଙ୍ଗା ନେବୁ, ତାହେଲେ ସେହି ଭିଡିଓ ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲରେ ଛାଡ଼ି ଦେବି। ତେଣୁ ମୋ ସହ ଲାଗେନି, ନହେଲେ ବହୁତ ଖରାପ ହେବ।"

ଆହୁରି ପଢ଼ନ୍ତୁ:ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ସୋନୁ ନିଗମଙ୍କ Instagram ଚାଞ୍ଚଲ୍ୟକର କଥା

Bollywood Sonu Nigam T-Series Singer Sonu Nigam Sonu Nigam On Music Industry Sonu Nigam On Tseries Sonu Nigam Viral Video
Advertisment
Advertisment