/odishatv-khabar/media/post_attachments/uploadimage/library/16_9/16_9_0/sahrukh-khan_1625177732.jpg)
sahrukh-khan
ମୁମ୍ବାଇ: ମଙ୍ଗଳବାର ଦିନ ବଲିଉଡ ଅଭିନେତା ଶାହରୁଖ ଖାନ ସୋଶାଲ୍ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଭାବର ଆଦାନପ୍ରଦାନ କରିଥିଲେ। ଟ୍ୱିଟ୍ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ସହ କଥା ହୋଇଥିଲେ। ଟ୍ୱିଟରରେ #AskSRK ମାଧ୍ୟମରେ ତାଙ୍କୁ ପ୍ରଶଂସକମାନେ କିଛି ପ୍ରଶ୍ନ କରୁଥିଲେ ଏବଂ ଯଥାସମ୍ଭବ ଶାହାରୁଖ୍ ସେସବୁ ପ୍ରଶ୍ନର ଉତ୍ତର ଦେଉଥିଲେ। ତବେ ଜଣେ ପ୍ରଶଂସକ ଶାହାରୁଖଙ୍କୁ ସାଙ୍ଗମାନଙ୍କ ସହିତ ରାତ୍ରି ଭୋଜନ କରିବାକୁ ଗଲେ ବିଲ୍ କିଏ ଦିଏ ବୋଲି ପଚାରିଥିଲେ।
ଯାହାର ଉତ୍ତରରେ ଶାହାରୁଖ କହିଥିଲେ, ପ୍ରସିଦ୍ଧ ହୁଏ କିମ୍ବା ନହୁଏ। ମୋ ବିଲ୍ ସବୁବେଳେ ମୋ ସାଙ୍ଗ ମାନେ ଦିଅନ୍ତି। କାରଣ ମୁଁ ଟଙ୍କା ଧରି ବାହାରକୁ ଯାଏନି।
ଆଉ ଜଣେ ପ୍ରଶଂସକ ସେ ତାଙ୍କର ଘର ମନ୍ନତ ବିକିବେ ବୋଲି ମଧ୍ୟ ପଚାରିଥିଲେ। ଯାହାର ଉତ୍ତରରେ ଶାହାରୁଖ କହିଥିଲେ, ମନ୍ନତ ତ ମୁଣ୍ଡ ନୁଆଁଇ ମଗାଯାଏ। ତାକୁ ବିକ୍ରି କରାଯାଏନି।
ଆଉ ଜଣେ ପ୍ରଶଂସକ ଶାହାରୁଖ ରୋଷେଇ କରି ଜାଣନ୍ତି ବୋଲି ପଚାରିଥିଲେ, ଯାହାର ଉତ୍ତରରେ ଶାହାରୁଖ ଖାଇବାରେ ଲୁଣ କେତିକି ପକାଇବି ସେଇଟା ଏବେବି ମୋ ପାଇଁ ଗୋଟେ ସଂଘର୍ଷ ବୋଲି କହିଥିଲେ।
Not related to being famous or not but they pay....I don’t carry money https://t.co/UtJEUgcyes
— Shah Rukh Khan (@iamsrk) October 27, 2020
ସୂଚନାଯୋଗ୍ୟ, ଶାହାରୁଖ ଖାନ ଫିଲ୍ମ ‘ପଠାନ’ରେ ଅଭିନୟ କରୁଛନ୍ତି। ଏଥିସହ ସେ ଏକ ସାଉଥ୍ ଫିଲ୍ମରେ ମଧ୍ୟ କାମ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)