Advertisment

ଶାହାରୁଖଙ୍କ ଘରେ ଗୋଟେ ରାତି ରହିବାର ମିଳୁଛି ସୁଯୋଗ

ମୁମ୍ବାଇ: ବଲିଉଡ୍‌ ବାଦସାହା କିଙ୍ଗ ଖାନ୍‌ଙ୍କର ଅଗଣିତ ପ୍ରଶଂସକ ରହିଛନ୍ତି। ଏମାନେ ଶାହାରୁଖଙ୍କର ଗୋଟେ ଝଲକ୍‌ ପାଇବା ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିରହିଛନ୍ତି। ଆଉ ଏବେ ପ୍ରଶଂସକଙ୍କୁ ଶାହାରୁଖଙ୍କ ଘରେ ଗୋଟେ ଦିନ ବିତାଇବାର ସୁଯୋଗ ଦେଉଛନ୍ତି କିଙ୍ଗ ଖାନ୍‌। ଶାହାରୁଖ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ ସେମାନଙ୍କ ଦିଲ୍ଲୀ ଘରେ ରହିବା ପାଇଁ ଏପରି ସୁଯୋଗଟିଏ ସୃଷ୍ଟି କରିଛନ୍ତି। ଏଥିପାଇଁ ଆପଣଙ୍କୁ ଗୋଟେ ପ୍ରତିଯୋଗିତାର ସାମ୍ନା କରିବାକୁ ହେବ। ଦେଖନ୍ତୁ ଏହି […]

ଅଦ୍ୟତନ ହୋଇଛି
ଶାହାରୁଖଙ୍କ ଘରେ ଗୋଟେ ରାତି ରହିବାର ମିଳୁଛି ସୁଯୋଗ

sah

Advertisment

ମୁମ୍ବାଇ: ବଲିଉଡ୍‌ ବାଦସାହା କିଙ୍ଗ ଖାନ୍‌ଙ୍କର ଅଗଣିତ ପ୍ରଶଂସକ ରହିଛନ୍ତି। ଏମାନେ ଶାହାରୁଖଙ୍କର ଗୋଟେ ଝଲକ୍‌ ପାଇବା ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିରହିଛନ୍ତି। ଆଉ ଏବେ ପ୍ରଶଂସକଙ୍କୁ ଶାହାରୁଖଙ୍କ ଘରେ ଗୋଟେ ଦିନ ବିତାଇବାର ସୁଯୋଗ ଦେଉଛନ୍ତି କିଙ୍ଗ ଖାନ୍‌।

Advertisment

ଶାହାରୁଖ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ ସେମାନଙ୍କ ଦିଲ୍ଲୀ ଘରେ ରହିବା ପାଇଁ ଏପରି ସୁଯୋଗଟିଏ ସୃଷ୍ଟି କରିଛନ୍ତି। ଏଥିପାଇଁ ଆପଣଙ୍କୁ ଗୋଟେ ପ୍ରତିଯୋଗିତାର ସାମ୍ନା କରିବାକୁ ହେବ।

ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ: ଜୟାଙ୍କ କଥା ଶୁଣି କାନ୍ଦିଲେ ଐଶ୍ୱର୍ଯ୍ୟା

ଏହି ପ୍ରତିଯୋଗିତାରେ ଶାହାରୁଖଙ୍କ ସିଗ୍‌ନେଚର୍‌ ‘ହାତ ଖୋଲା ପୋଜ୍‌’ ବିଷୟରେ ଆପଣଙ୍କୁ ଲେଖିବାକୁ ପଡିବ। ଆପଣ ଶାହାରୁଖଙ୍କର ଏହି ପୋଜ୍‌ ଦେଖି କଣ ଭାବନ୍ତି ସେସମ୍ପର୍କରେ ୧୦୦ ଶବ୍ଦ ମଧ୍ୟରେ ଲେଖିବେ। ସବୁଠୁ ଭଲ ଭାବେ ବାଖ୍ୟା କରିଥିବା ବ୍ୟକ୍ତିଙ୍କୁ ୨୦୨୧ ଫେବ୍ରୁଆରି ୧୩ ତାରିଖରେ ଶାହାରୁଖଙ୍କ ଦିଲ୍ଲୀ ଘରେ ରହିବାର ସୁଯୋଗ ମିଳିବ।

Advertisment

ତେବେ ଏହି ପ୍ରତିଯୋଗିତା ସମ୍ପର୍କରେ ଶାହାରୁଖଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଆପଣଙ୍କୁ ସୂଚନା ମିଳିବ।

ସୂଚନାଯୋଗ୍ୟ , ଶାହାରୁଖ ଏବଂ ଗୌରୀଙ୍କ ଦିଲ୍ଲୀ ଘରକୁ ଗୌରୀ ଖାନ୍‌ ଡିଜାଇନ୍‌ କରିଛନ୍ତି। ଏହି ଘରର କୋଣରେ ଆପଣଙ୍କୁ ଖାନ୍‌ ପରିବାରର ଫଟୋ ଦେଖିବାକୁ ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ