Advertisment

ବଲିଉଡ୍‌ର ଏହି ଅଭିନେତା ଏବେ ଭେଣ୍ଟିଲେଟର୍‌ରେ ଜୀବନ ଯୁଦ୍ଧ ଲଢୁଛନ୍ତି: ସହଯୋଗର ହାତ ବଢ଼ାଇଲେ ସଲମାନ

ନୂଆଦିଲ୍ଲୀ: ବଲିଉଡ୍‌ର ଆଉ ଜଣେ ଅଭିନେତା ଏବେ ଭେଣ୍ଟିଲେଟରେ ଜୀବନ ମରଣର ଯୁଦ୍ଧ ଲଢ଼ୁଛି। ସେ ହେଲେ ମେହେନ୍ଦୀ ଫିଲ୍ମରେ ରାଣୀ ମୁଖାର୍ଜୀଙ୍କ ଅପୋଜିଟ୍‌ରେ ଅଭିନୟ କରିଥିବା ଫରାଜ ଖାନ। ନିଜ ଚିକିତ୍ସା ପାଇଁ ବି ଏହି ଅଭିନେତାଙ୍କ ପାଖରେ ପଇସା ନାହିଁ। ଆଉ ଏହି ସମୟରେ ସହଯୋଗରେ ହାତ ବଢ଼ାଇଛନ୍ତି ଦବଙ୍ଗ ଷ୍ଟାର୍ ସଲମାନ ଖାନ। ଫରାଜଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ସଲମାନ ବହନ କରିଛନ୍ତି। ଏସମ୍ପର୍କରେ ସୂଚନା ଦେଇଛନ୍ତି ଅଭିନେତ୍ରୀ କଶ୍ମୀରା ଶାହ। ସେ […]

author-image
Abinash Pati
ଅଦ୍ୟତନ ହୋଇଛି
ବଲିଉଡ୍‌ର ଏହି ଅଭିନେତା ଏବେ ଭେଣ୍ଟିଲେଟର୍‌ରେ ଜୀବନ ଯୁଦ୍ଧ ଲଢୁଛନ୍ତି: ସହଯୋଗର ହାତ ବଢ଼ାଇଲେ ସଲମାନ

SALMAN-KHAN

ନୂଆଦିଲ୍ଲୀ: ବଲିଉଡ୍‌ର ଆଉ ଜଣେ ଅଭିନେତା ଏବେ ଭେଣ୍ଟିଲେଟରେ ଜୀବନ ମରଣର ଯୁଦ୍ଧ ଲଢ଼ୁଛି। ସେ ହେଲେ ମେହେନ୍ଦୀ ଫିଲ୍ମରେ ରାଣୀ ମୁଖାର୍ଜୀଙ୍କ ଅପୋଜିଟ୍‌ରେ ଅଭିନୟ କରିଥିବା ଫରାଜ ଖାନ। ନିଜ ଚିକିତ୍ସା ପାଇଁ ବି ଏହି ଅଭିନେତାଙ୍କ ପାଖରେ ପଇସା ନାହିଁ। ଆଉ ଏହି ସମୟରେ ସହଯୋଗରେ ହାତ ବଢ଼ାଇଛନ୍ତି ଦବଙ୍ଗ ଷ୍ଟାର୍ ସଲମାନ ଖାନ। ଫରାଜଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ସଲମାନ ବହନ କରିଛନ୍ତି।publive-image

Advertisment

ଏସମ୍ପର୍କରେ ସୂଚନା ଦେଇଛନ୍ତି ଅଭିନେତ୍ରୀ କଶ୍ମୀରା ଶାହ। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସଲମାନଙ୍କ ଏକ ଫଟୋ ପୋଷ୍ଟ କରିବା ସହିତ ଲେଖିଛନ୍ତି “ ଆପଣ ସତରେ ଜଣେ ଭଲ ମଣିଷ ଫରାଜ ଖାନଙ୍କର ମେଡିକାଲ୍ ବିଲ୍‌ ଭରିଥିବାରୁ ଓ ତାଙ୍କ ପ୍ରତିଯତ୍ନଶୀଳ ହୋଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଫରେବ ଗେମ୍‌ର ଅଭିନେତା ଫରାଜ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଅଛି। ଅନ୍ୟଙ୍କୁ ସହଯୋଗ କଲା ପରି ସଲମାନ ଏହି ସମୟରେ ଫରାଜଙ୍କ ପାଖରେ ଛିଡ଼ା ହୋଇଛନ୍ତି। ମୁଁ ଆପଣଙ୍କର ଜଣେ ଭଲ ପ୍ରଶଂସକ ଥିଲି ଓ ଆଗକୁ ମଧ୍ୟ ରହିବି। ଯଦି ଲୋକମାନେ ମୋର ଏହି ପୋଷ୍ଟକୁ ପସନ୍ଦ କରିବେ ନାହିଁ। ତେବେ ଚିନ୍ତା ନାହିଁ। ସେମାନେ ଚାହିଁଲେ ମୋତେ ଅନ୍‌ଫଲୋ କରିପାରନ୍ତି। ଫିଲ୍ମ ଇଣ୍ଡିଷ୍ଟ୍ରୀରେ ଜେତେ ଲୋକଙ୍କୁ ଭେଟିଛି ସେମାନଙ୍କ ମଧ୍ୟରୁ ସଲମାନ ଖାନ ଜଣେ ଖୁବ୍‌ ସାଧାରଣ ମଣିଷ।”publive-image

ସୂଚନା ଥାଉକି, ଅକ୍ଟୋବର ୧୪ ତାରିଖରେ ଫରାଜ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ସଲମାନଙ୍କୁ ଟ୍ୱିଟ୍ କରି ଜଣାଇଥିଲେ ପୂଜା ଭଟ। ଏହାପରେ ସଲ୍‌ମାନ ତୁରନ୍ତ ଫରାଜଙ୍କୁ ସହଯୋଗ କରିବାକୁ ହାତ ବଢ଼ାଇଥିଲେ। ଫରାଜ ଗତ ୫ ଦିନ ହେଲାଣି ବେଙ୍ଗାଲୁରୁ ଏକ ହସ୍‌ପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ନ୍ୟୁରୋଲୋଜିକାଲ ଡିସ୍‌ଅର୍ଡର୍‌(ସ୍ନାୟୁ ବିକାର) ସମସ୍ୟା ଥିବାରୁ ତାଙ୍କୁ ଭେଣ୍ଟିଲେଣ୍ଟରେ ରଖାଯାଇଛି। ଫରାଜ ଖାନଙ୍କ ଭାଇ ଫହମାନ ଖାନ ପ୍ରଥମେ ଏସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ ଚିକିତ୍ସା ପାଇଁ ୨୫ ଲକ୍ଷ ଟଙ୍କା ଆବଶ୍ୟକ ଥିଲା ବୋଲି ଫହମାନ ସୂଚନା ଦେଇଥିଲେ।

Advertisment
Advertisment
Advertisment