Advertisment

ପୁଣି ରବୀନା ଟଣ୍ଡନ ହେଲେ ‘ସେହର କୀ ଲଡକୀ’...

ମୁମ୍ବାଇ:ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଖାନ୍‌ଦାନୀ ଶଫାଖାନା’ ଖୁବ୍ ଶୀଘ୍ର ବଡ ପରଦାକୁ ଆସୁଛି । ଏହାର ଆଉ ଏକ ଗୀତ ସେହର କୀ ଲଡ଼କୀ…ରିଲିଜ ହୋଇଗଲାଣି। ଏହି ଗୀତ ୧୯୯୬ର ଫିଲ୍ମ ରକ୍ଷକର ସୁପରହିଟ୍‌ ଗୀତର ରିମେକ୍..। ବଲିଉଡ଼୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ଖାନଦାନୀ ଶଫାଖାନା ବକ୍ସ ଅଫିସ୍‌ରେ ଧମାକା ରଚିବାକୁ ଯାଉଛି। କିଛି ଦିନ ତଳେ ଏହାର ଟ୍ରେଲର ରିଲିଜ୍‌ ହୋଇଥିଲା। ଟ୍ରେଲରକୁ ଫ୍ୟାନ୍ସ ବି ଖୁବ୍ ପସନ୍ଦ କରିଥିଲେ। କମେଡିରେ ଭରପୂର […]

author-image
Minati Mishra
ପୁଣି ରବୀନା ଟଣ୍ଡନ ହେଲେ ‘ସେହର କୀ ଲଡକୀ’...

1111111111

ମୁମ୍ବାଇ:ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଖାନ୍‌ଦାନୀ ଶଫାଖାନା’ ଖୁବ୍ ଶୀଘ୍ର ବଡ ପରଦାକୁ ଆସୁଛି । ଏହାର ଆଉ ଏକ ଗୀତ ସେହର କୀ ଲଡ଼କୀ...ରିଲିଜ ହୋଇଗଲାଣି। ଏହି ଗୀତ ୧୯୯୬ର ଫିଲ୍ମ ରକ୍ଷକର ସୁପରହିଟ୍‌ ଗୀତର ରିମେକ୍..।

Advertisment

ବଲିଉଡ଼୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ଖାନଦାନୀ ଶଫାଖାନା ବକ୍ସ ଅଫିସ୍‌ରେ ଧମାକା ରଚିବାକୁ ଯାଉଛି। କିଛି ଦିନ ତଳେ ଏହାର ଟ୍ରେଲର ରିଲିଜ୍‌ ହୋଇଥିଲା। ଟ୍ରେଲରକୁ ଫ୍ୟାନ୍ସ ବି ଖୁବ୍ ପସନ୍ଦ କରିଥିଲେ। କମେଡିରେ ଭରପୂର ଏହି ଫିଲ୍ମର ବିଷୟବସ୍ତୁ ମଧ୍ୟ ଟିକେ ହଟ୍‌କେ...।

ଏହି ଫିଲ୍ମର ଆଉ ଏକ ଗୀତ ରିଲିଜ ହୋଇଛି ଯାହା ରକ୍ଷକ ଫିଲ୍ମର ସୁପରହିଟ୍‌ ଗୀତ ସେହର କୀ ଲଡକୀର.. ନୂଆ ଭର୍ସନ। ଏହି ଗୀତରେ ମଧ୍ୟ ରାପର ବାଦ୍‌ଶାହ ତାଙ୍କ ଆବାଜର ଯାଦୁ ଦେଖାଇଛନ୍ତି। ଏହାଛଡ଼ା ଡାଏନା ପେଣ୍ଟିଙ୍କ ସ୍ୱର ଯାଦୁ ମଧ୍ୟ ଶୁଣିବାକୁ ମିଳିବ। ଗୀତକୁ ଦର୍ଶକ ମନଭରି ଉପଭୋଗ କରୁଥିବାବେଳେ ହଠାତ୍ ଅରିଜିନାଲ ଆକ୍ଟର-ଆକ୍ଟ୍ରେସ୍‌ ସୁନୀଲ ସେଟ୍ଟି ଓ ରବୀନା ଟଣ୍ଡନଙ୍କ ଆଗମନ ଏକ ଭିନ୍ନ ମାହୋଲ ସୃଷ୍ଟି କରିଛି।  

Advertisment

ରକ୍ଷକ ଫିଲ୍ମର ଏହି ସୁପରହିଟ୍‌ ଗୀତ ସେହର କୀ ଲଡକୀ...ରେ ସୁନୀଲ ସେଟ୍ଟି-ରବିନାଙ୍କୁ ଦେଖିବାକୁ ମିଳିଥିଲା।

ସୋଶାଲ ମିଡିଆରେ ‘ଖାନ୍‌ଦାନୀ ଶଫାଖାନା’ର ଏହି ଗୀତ ସେହର କୀ ଲଡ଼କୀ...ର ବିହାଇଣ୍ଡ ସିନ୍‌ ଭିଡିଓ ସେୟାର କରାଯାଇଛି। ଏହି ଛୋଟ ଭିଡିଓରେ ରବିନା ବାଇକ୍‌ରେ ବସି ହେଲ୍‌ମେଟ କାଢୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଖାନ୍‌ଦାନୀ ଶଫାଖନା ଫିଲ୍ମରେ ସୋନାକ୍ଷୀଙ୍କ ସହ ବରୁଣ ଶର୍ମା, ଅନୁ ଧାବନଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଅଗଷ୍ଟ ୨ରେ ଏହା ରିଲିଜ ହେବାକୁ ଯାଉଛି।

Advertisment
Advertisment