Advertisment

Delhi High Court: ଶେଷରେ ରାଜପାଲ୍ ଯାଦବଙ୍କୁ ମିଳିଲା ବଡ ଆଶ୍ୱସ୍ଥି; ବଲିଉଡ୍ ତାରକାମାନେ ବଢ଼ାଇଲେ ସହାୟତାର ହାତ

ଶେଷରେ ରାଜପାଲ୍ ଯାଦବଙ୍କୁ ମିଳିଲା ବେଲ୍। ଦିଲ୍ଲୀ ହାଇକୋର୍ଟରୁ ରାଜପାଲଙ୍କୁ ଜାମିନ୍। ୯ କୋଟି ଟଙ୍କା ଚେକ୍ ବାଉନ୍ସ କେସରେ ଗିରଫ ହୋଇଥିଲେ ରାଜପାଲ୍। ତାଙ୍କର ଏହି ଦୁର୍ଦ୍ଦଶା ଅବସ୍ଥାରେ ବଲିଉଡ୍ରୁ ମିଳିଲା ବଡ଼ ସହାୟତା।

author-image
Pramod Behera
Delhi High Court

ଶେଷରେ ରାଜପାଲ୍ ଯାଦବଙ୍କୁ ମିଳିଲା ବଡ ଆଶ୍ୱସ୍ଥି Photograph: (OTV)

ଶେଷରେ ରାଜପାଲ୍ ଯାଦବଙ୍କୁ ମିଳିଲା ବେଲ୍। ଦିଲ୍ଲୀ ହାଇକୋର୍ଟରୁ ରାଜପାଲଙ୍କୁ ଜାମିନ୍। ୯ କୋଟି ଟଙ୍କା ଚେକ୍ ବାଉନ୍ସ କେସରେ ଗିରଫ ହୋଇଥିଲେ ରାଜପାଲ୍। ତାଙ୍କର ଏହି ଦୁର୍ଦ୍ଦଶା ଅବସ୍ଥାରେ ବଲିଉଡ୍ରୁ ମିଳିଲା ବଡ଼ ସହାୟତା। ଦୁଇଟି କିସ୍ତିରେ କୋଟିଏ ଟଙ୍କା ଫେରସ୍ତ କଲେ ଅଭିନେତା। ବଳକା ଟଙ୍କା ଖୁବ୍ ଶୀଘ୍ର ଦେବା ନେଇ ଦେଇଛନ୍ତି ପ୍ରତିଶ୍ରୁତି। ସଲମାନ, ଅଜୟ ଦେବଗନ, ସୋନୁ ସୁଦଙ୍କ ଭଳି ଅଭିନେତାମାନେ ବଢ଼ାଇଲେ ସହାୟତାର ହାତ।

Advertisment

ତେବେ ଚେକ୍ ବାଉନ୍ସ ମାମଲାରେ ଫସିଥିବା ପ୍ରସିଦ୍ଧ ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ଆଜି ମିଳିଛି ବଡ ଆଶ୍ୱସ୍ଥି। କିନ୍ତୁ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନର ଶୁଣାଣି ସମୟରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ।

କୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଯଦି ସେ ଆଜି ଅପରାହ୍ନ ୩ଟା ସୁଦ୍ଧା ପ୍ରତିପକ୍ଷଙ୍କ ନାଁରେ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ (ଡିଡି) ଜମା କରନ୍ତି, ତେବେ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରାଯିବ।

Advertisment

ଶୁଣାଣି ସମୟରେ, କୋର୍ଟ କଡ଼ା ଶବ୍ଦରେ କହିଥିଲେ, "ଯଦି ଆପଣ ଆଜି ଅପରାହ୍ନ ୩ଟା ସୁଦ୍ଧା ଡିଡି ଦାଖଲ କରିଦିଅନ୍ତି, ତେବେ ଆମେ ଆପଣଙ୍କୁ ମୁକ୍ତ କରିଦେବୁ। କିନ୍ତୁ ଯଦି ଆପଣ ଏପରି କରିବାରେ ବିଫଳ ହୁଅନ୍ତି, ତେବେ ଆମେ ଆସନ୍ତାକାଲି ସକାଳେ ମାମଲାର ଶୁଣାଣି କରିବୁ।"

ପ୍ରକାଶ ଥାଉ ଯେ, ଫେବୃଆରୀ ୨୦୨୬ ରେ, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ। 

ତେବେ ଦିଲ୍ଲୀ ହାଇକୋର୍ଟରେ ରାଜପାଲ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ହେବା ପୂର୍ବରୁ ସୋନୁ ସୁଦ ପୁଣି ଥରେ ସାଥୀ ଅଭିନେତା ରାଜପାଲ ଯାଦବଙ୍କୁ ସମର୍ଥନ କରିର୍ହିଲେ। ଫେବୃଆରୀ ୧୬ ତାରିଖରେ, ସୁଦ Xରେ ଏକ ପୋଷ୍ଟ ସେୟାର କରି ରାଜପାଲ ଯାଦବଙ୍କ ପାଇଁ ଏକ ସକାରାତ୍ମକ ଫଳାଫଳ ପାଇଁ ଆଶା ପ୍ରକାଶ କରିଥିଲେ।

ସୋନୁ ସୁଦଙ୍କ ପୋଷ୍ଟରେ ଲେଖିଥିଲେ, "ଆଜି ଆମ ଭାଇ ରାଜପାଲ ଯାଦବଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆମେ ପ୍ରାର୍ଥନା କରୁଛୁ ଯେ ଜିନିଷଗୁଡ଼ିକ ସଠିକ୍ ଦିଗରେ ଗତି କରୁ ଏବଂ ତାଙ୍କୁ ତାଙ୍କର ଯୋଗ୍ୟ ଆଶ୍ୱସ୍ତି ମିଳୁ। ସେ ଜଣେ ବିରଳ ପ୍ରତିଭା ଏବଂ ଜଣେ ଚମତ୍କାର ମଣିଷ। ଆସନ୍ତୁ ଏହି ଗତିକୁ ମରିଯିବାକୁ ଦେବା ନାହିଁ, ଆମେ ତାଙ୍କ ସହିତ ଛିଡ଼ା ହୋଇଛୁ ଏବଂ ପରିସ୍ଥିତି ଭଲ ନ ହେବା ପର୍ଯ୍ୟନ୍ତ ଆଗକୁ ବଢ଼ିବୁ।"

Bail Rajpal Yadav Bollywod
Advertisment
Advertisment