Advertisment

ବଲିଉଡ୍‌ର ଏହି ଟେଲି ଅଭିନେତାଙ୍କ ମା’ କରୋନା ଆକ୍ରାନ୍ତ

ମୁମ୍ୱାଇ: ବଲିଉଡର ଟେଲି ଅଭିନେତା ସତ୍ୟଜିତ୍ ଦୁବେଙ୍କ ମା’ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତାଙ୍କ ରିପୋର୍ଟରେ କରୋନା ପଜିଟିଭ୍ କଥା ସତ୍ୟଜିତ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜଣାଇଛନ୍ତି। ସତ୍ୟଜିତ୍ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଗତ କିଛି ଦିନ ହେବ ତାଙ୍କ ମା, ଭଉଣୀ ଓ ମୁଁ ଟିକିଏ ଅସୁବିଧାର ସମ୍ମୁଖୀନ ହେଉଛୁ। କିଛି ଦିନ ଧରି ମୋ ମା’ଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ସେ ମାଇଗ୍ରେନ୍‌ ରୋଗରେ ପୀଡିତ ଥିଲେ। ଥଣ୍ଡା ଜ୍ୱର […]

author-image
Mahasweta Baral
ବଲିଉଡ୍‌ର ଏହି ଟେଲି ଅଭିନେତାଙ୍କ ମା’ କରୋନା ଆକ୍ରାନ୍ତ

satyajit

ମୁମ୍ୱାଇ: ବଲିଉଡର ଟେଲି ଅଭିନେତା ସତ୍ୟଜିତ୍ ଦୁବେଙ୍କ ମା’ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତାଙ୍କ ରିପୋର୍ଟରେ କରୋନା ପଜିଟିଭ୍ କଥା ସତ୍ୟଜିତ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜଣାଇଛନ୍ତି।

Advertisment

ସତ୍ୟଜିତ୍ ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ଗତ କିଛି ଦିନ ହେବ ତାଙ୍କ ମା, ଭଉଣୀ ଓ ମୁଁ ଟିକିଏ ଅସୁବିଧାର ସମ୍ମୁଖୀନ ହେଉଛୁ। କିଛି ଦିନ ଧରି ମୋ ମା’ଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ସେ ମାଇଗ୍ରେନ୍‌ ରୋଗରେ ପୀଡିତ ଥିଲେ। ଥଣ୍ଡା ଜ୍ୱର ହୋଇଥିଲା। ଏନେଇ ତାଙ୍କ ଶରୀରରେ ଯନ୍ତ୍ରଣା ମଧ୍ୟ ଅନୁଭବ ହେଉଥିଲା। ଆମେ ତାଙ୍କର କରୋନା ପରୀକ୍ଷା କରିଥିଲୁ। ପରୀକ୍ଷାରୁ ଜଣାପଡିଥିଲା ଯେ ସେ କରୋନା ଭାଇରସରେ ଆକ୍ରାନ୍ତ ଥିଲେ। ତାଙ୍କୁ ନାନାବତୀ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ ରଖାଯାଇଛି। ମୁଁ ଆଶା କରୁଛି ସେ ମେଡିକାଲରୁ ଭଲ ହୋଇ ଘରକୁ ଫେରିବେ। ଏନେଇ ମୁଁ କି ମୋ ଭଉଣୀର କୌଣସି ଲକ୍ଷଣ ଦେଖାଯାଇ ନାହିଁ।"

ସତ୍ୟଜିନ ତାଙ୍କ ପୋଷ୍ଟରେ କରୋନା ଯୋଦ୍ଧାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। ସେ କହିଛନ୍ତି, ମୁଁ ମୋର ବନ୍ଧୁ, ପଡ଼ୋଶୀ, ବିଏମସି କର୍ମୀ ଏବଂ ଡାକ୍ତରମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ସେମାନଙ୍କର ଭଲପାଇବା ସବୁବେଳେ ମନେରହିବ।

Advertisment

ସତ୍ୟଜିତ୍ ମଧ୍ୟ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଫୋନ୍‌ କରି କହିଲେ କୌଣସି କଥାକୁ ଚିନ୍ତା କରନ୍ତୁ ନାହିଁ। ପୋଲିସ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କିଛି ଆପଣଙ୍କର ଅସୁବିଧା ହୁଏ ତେବେ ମୋତେ ଫୋନ କରିବେ।

ପ୍ରକାଶ ଥାଉକି, ସତ୍ୟଜିତ୍ ‘ପ୍ରସ୍ଥାନମ୍’ ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ସହ କାମ କରି ଲୋକପ୍ରିୟତା ହାସଲ କରିଥିଲେ।

Advertisment
Advertisment