Advertisment

ବିବାହ କଲେ ପ୍ରଭୁଦେବା

ମୁମ୍ବାଇ: ଗତ କିଛି ଦିନ ଧରି ବଲିଉଡ୍‌ ତଥା ସାଉଥ୍‌ କୋରିଓଗ୍ରାଫର ପ୍ରଭୁଦେବାଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। ପ୍ରଭୁ ତାଙ୍କ ଭାଣିଜୀଙ୍କ ସହ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ମିଳିଲା। କିନ୍ତୁ ଏବେ ଭାଣିଜୀକୁ ନୁହେଁ ମୁମ୍ବାର ଜଣେ ଡାକ୍ତରଙ୍କୁ ସେ ପ୍ରେମ ବିବାହ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଏ ବିଷୟରେ ଜଣାଇଛନ୍ତି ପ୍ରଭୁଙ୍କ ଭାଇ ରାଜୁ ସୁନ୍ଦରମ୍‌। ତେବେ ପ୍ରଭୁଙ୍କ ପତ୍ନୀଙ୍କ ନାମ ହିମାନୀ। ସେ ମୁମ୍ବାଇର ସାକିନାକା ଅଞ୍ଚଳରେ […]

ଅଦ୍ୟତନ ହୋଇଛି
ବିବାହ କଲେ ପ୍ରଭୁଦେବା

prabhu-deba

Advertisment

ମୁମ୍ବାଇ: ଗତ କିଛି ଦିନ ଧରି ବଲିଉଡ୍‌ ତଥା ସାଉଥ୍‌ କୋରିଓଗ୍ରାଫର ପ୍ରଭୁଦେବାଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। ପ୍ରଭୁ ତାଙ୍କ ଭାଣିଜୀଙ୍କ ସହ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ମିଳିଲା। କିନ୍ତୁ ଏବେ ଭାଣିଜୀକୁ ନୁହେଁ ମୁମ୍ବାର ଜଣେ ଡାକ୍ତରଙ୍କୁ ସେ ପ୍ରେମ ବିବାହ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଏ ବିଷୟରେ ଜଣାଇଛନ୍ତି ପ୍ରଭୁଙ୍କ ଭାଇ ରାଜୁ ସୁନ୍ଦରମ୍‌।

Advertisment

ତେବେ ପ୍ରଭୁଙ୍କ ପତ୍ନୀଙ୍କ ନାମ ହିମାନୀ। ସେ ମୁମ୍ବାଇର ସାକିନାକା ଅଞ୍ଚଳରେ ରୁହନ୍ତି। ହିମାନୀ ଜଣେ ଡାକ୍ତର। ଲକ୍‌ଡାଉନ୍‌ ସମୟରେ ଚେନ୍ନାଇରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯେତେବେଳେ ହିମାନୀ ପ୍ରଭୁଦେବାଙ୍କ ପିଠି ଓ ଗୋଡ଼ର ଚିକିତ୍ସା କରୁଥିଲେ। ସେତେବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଦୁହେଁ ମାର୍ଚ୍ଚରେ ଚେନ୍ନାଇରେ ୨ ମାସ ଲିଭ୍-ଇନ୍ ରିଲେସନଶିପରେ ଥିବାର ମଧ୍ୟ ଶୁଣିବାକୁ ମିଳେ।

publive-imageସୂଚନାଯୋଗ୍ୟ, 'ମୁକାବଲା', 'ଉର୍ବଶୀ', 'କେ ସରା ସରା' ଆଦି ହିଟ୍‌ ଗୀତର କୋରିଓଗ୍ରାଫ କରିଛନ୍ତି ପ୍ରଭୁ। 'ୱାଣ୍ଟେଡ୍'‌, 'ରାଓଡି ରାଥୋର', 'ଆର୍‌ ରାଜକୁମାର', 'ଆକ୍ସନ୍‌ ଜ୍ୟାକ୍ସନ୍'‌, 'ଦବଙ୍ଗ-୩' ଆଦି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ