/odishatv-khabar/media/post_attachments/uploadimage/library/16_9/16_9_0/bhui_1625181233.jpg)
bhui
ଭୁବନେଶ୍ୱର: ପ୍ରଶଂସକଙ୍କ ପାଇଁ ସରପ୍ରାଇଜ୍ ନେଇ ଆସିଛନ୍ତି ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାସ। କୋଭିଡ୍ ପାଇଁ ଦୀର୍ଘ ଦିନ ହେବ ଶୁଟିଂ ବନ୍ଦ ଥିଲା। ଏହି ସମୟରେ ଭୂମିକା କୌଣସି ପ୍ରୋଜକ୍ଟରେ କାମ କରିନଥିବା ବେଳେ ଖୁବ୍ ଶୀଘ୍ର ସେ ଆପଣଙ୍କ ପାଇଁ ଏକ ସୁନ୍ଦର ଉପହାର ନେଇ ଆସିଛନ୍ତି। ଖୁବ୍ ଶୀଘ୍ର ଦର୍ଶକଙ୍କୁ ସେ ଏକ ଫିଲ୍ମ ଭେଟିଦେବେ। ଯାହାର ନାଁ ରହିଛି ଚକ୍ଷୁ ବନ୍ଧନ।
ଅନିଶ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରାଜେଶ ମହନ୍ତ। ଏହାର ଗୀତ ନିର୍ମଳ ନାୟକ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଅଭିଜିତ୍ ମଜୁମ୍ଦାର। ଫିଲ୍ମରେ ଭୂମିକା ଏବଂ ରାଜେଶଙ୍କ ବ୍ୟତୀତ ଇଶାନି, ପ୍ରଦୀପ, ଦିଲ୍ଲୀପ ଆଦି କଳାକାର ଅଭିନୟ କରିଛନ୍ତି।
ସେପଟେ ଫିଲ୍ମକୁ ନେଇ ଭୂମିକା ବେଶ୍ ଉତ୍ସାହିତ ରହିଛନ୍ତି। ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ଭୂମିକା ଲେଖିଛନ୍ତି, ପ୍ରଥମ ଥର ରାଜେଶଙ୍କ ପରି ଜଣେ ଦକ୍ଷ କଳାକାରଙ୍କ ସହ କାମ କରୁଛି। ବେଶ୍ ଖୁସି ଏବଂ ଉତ୍ସାହିତ ଅଛି।
https://www.instagram.com/p/CGpaAD1Jp-5/?utm_source=ig_web_copy_link
ସେହିପରି ଭୂମିକାଙ୍କର ଏହି ପୋଷ୍ଟରେ କମେଣ୍ଟ କରି ରାଜେଶ ଲେଖିଛନ୍ତି, ଭୂମିକାଙ୍କ ସହ କାମ କରିବା ତାଙ୍କ ପାଇଁ ମଧ୍ୟ ଏକ ଖୁସିର ବିଷୟ।
ସୂଚନା ଅନୁଯାୟୀ, ଚକ୍ଷୁ ବନ୍ଧନ ଫିଲ୍ମର ଶୁଟିଂ କରିବା ପାଇଁ ଭୂମିକା ଏବଂ ରାଜେଶ ନିକଟରେ ଦାର୍ଜେଲିଂ ଯାଇଥିଲେ। ସେଠାରେ ଶୁଟିଂ ସମୟର ଫଟୋ ଏବଂ ଭିଡିଓକୁ ଭୂମିକା ତାଙ୍କ ଇନ୍ଷ୍ଟାଗ୍ରାମରେ ଶେଆର କରୁଥିବା ଦେଖିବାକୁ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)