Advertisment

ବୟଫ୍ରେଣ୍ଡ ବିକିଙ୍କୁ କ୍ଷମା ମାଗିଲେ ଅଙ୍କିତା

ମୁମ୍ବାଇ: ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ତଥା ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ପୂର୍ବତନ ପ୍ରେମିକ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅଙ୍କିତା ସୋଶାଲ୍‌ ମିଡିଆରେ ସୁଶାନ୍ତଙ୍କୁ ନ୍ୟାୟ ଦାବିରେ ଅନେକ ପୋଷ୍ଟ କରିଛନ୍ତି। କେତେବେଳେ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇ ତ କେତେବେଳେ ସୁଶାନ୍ତଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ଅଙ୍କିତା ଗଛ ଲଗାଇ ଖବର ପରିସରକୁ ଆସିଛନ୍ତି। ଏବେ ଅଙ୍କିତା ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚାରେ […]

author-image
Biswobandita Swain
ଅଦ୍ୟତନ ହୋଇଛି
ବୟଫ୍ରେଣ୍ଡ ବିକିଙ୍କୁ କ୍ଷମା ମାଗିଲେ ଅଙ୍କିତା

ankita-lokhande

ମୁମ୍ବାଇ: ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ତଥା ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ପୂର୍ବତନ ପ୍ରେମିକ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅଙ୍କିତା ସୋଶାଲ୍‌ ମିଡିଆରେ ସୁଶାନ୍ତଙ୍କୁ ନ୍ୟାୟ ଦାବିରେ ଅନେକ ପୋଷ୍ଟ କରିଛନ୍ତି।

Advertisment

କେତେବେଳେ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇ ତ କେତେବେଳେ ସୁଶାନ୍ତଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ଅଙ୍କିତା ଗଛ ଲଗାଇ ଖବର ପରିସରକୁ ଆସିଛନ୍ତି।

ଏବେ ଅଙ୍କିତା ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ତାଙ୍କ ବୟଫ୍ରେଣ୍ଡ ବିକିଙ୍କ ସହ ଏକ ଫଟୋ ଶେଆର କରି ତାଙ୍କୁ କ୍ଷମା ମାଗିଛନ୍ତି। ବିକିଙ୍କ ସହ ଏକ ରୋମାଣ୍ଟିକ୍‌ ଫଟୋ ଶେଆର କରି ଅଙ୍କିତା କ୍ୟାପସନ୍‌ରେ ଲେଖିଛନ୍ତି, ମୁଁ  ତୁମର ପ୍ରଶଂସା କରିବା ପାଇଁ ଶବ୍ଦ ପାଉନି। ମୁଁ ଭଗବାନଙ୍କୁ ସବୁବେଳେ ଧନ୍ୟବାଦ ଦେବି ତୁମକ ମୋ ଜୀବନରେ ଗୋଟେ ଭଲ ବନ୍ଧୁ ହୋଇ ପଠାଇଥିବାରୁ।

Advertisment

ମୋ ସହ ସବୁବେଳେ ରହିଥିବାରୁ, ମୋ ସମସ୍ୟାକୁ ନିଜର ଭାବି ସମାଧାନ କରିଥିବାରୁ ଧନ୍ୟବାଦ। ଏବଂ ମତେ କ୍ଷମା କରିଦେବ ମୋ ପାଇଁ ତୁମକୁ ସମାଲୋଚନାର ଶିକାର ହେବାକୁ ପଡିଲା। ଯାହାର ତୁମେ ହକ୍‌ଦାର ନଥିଲ। ମୁଁ ତୁମକୁ ବହୁତ ଭଲପାଏ।

ଆହୁରି ପଢ଼ନ୍ତୁ:ବୁର୍ଜ ଖଲିଫାରେ ଜନ୍ମଦିନ ମନାଇବାକୁ ସୋନୁଙ୍କୁ ଅନୁରୋଧ କଲେ ବ୍ୟକ୍ତି, ମିଳିଲା ଏମିତି ଉତ୍ତର

Advertisment
Advertisment