suitable-boy
ମୁମ୍ବାଇ: ଓଟିଟି ପ୍ଲାଷ୍ଟଫର୍ମ ନେଟ୍ଫ୍ଲିକ୍ସ ୱେବସାଇଟ୍ ବିରୋଧରେ ମାମଲା। ଏଠିରେ ଷ୍ଟ୍ରିମିଂ କରୁଥିବା ଏକ ୱେବ୍ସିରିଜ୍ ‘ଏ ସୁଇଟେବଲ ବୟ’କୁ ନେଇ ଏବେ ଅଡୁଆରେ ନେଟ୍ଫ୍ଲିକ୍ସ। ଯେଉଁଥିପାଇଁ ମଧ୍ୟପ୍ରଦେଶର ରେଓ୍ୱାରେ କମ୍ପାନୀର ଦୁଇ ପ୍ରମୁଖ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କମ୍ପାନୀର କଣ୍ଟେଣ୍ଟ ଭାଇସପ୍ରେସିଡେଣ୍ଟ ମୋନିକା ଶେରଗିଲ ଏବଂ ନିର୍ଦ୍ଦେଶକ ଅମ୍ବିକା ଖୁରାନାଙ୍କ ନାଁରେ ଏହି ମାମଲା ହୋଇଛି। ଏହି ୱେବ୍ସିରିଜ୍ରେ ମନ୍ଦିର ମଧ୍ୟରେ କପଲ୍ ଚୁମ୍ବନ କରୁଥିବାର ଏକ ସିନ୍ ରହିଛି ଆଉ ଏହାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।
ଭାରତୀୟ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦକ ଗୌରବ ତିଓ୍ୱାରୀ ନେଟ୍ଫ୍ଲିକ୍ସ ବିରୋଧରେ ମାମଲା ରୁଜୁ କରିଛନ୍ତ। ୱେବ୍ ସିରିଜ୍ରେ ଥିବା ଆପତ୍ତିଜନକ ଦୃଶ୍ୟକୁ ବାଦ ଦେବା ସହ ନେଟଫ୍ଲିକ୍ସ କର୍ତ୍ତୃପକ୍ଷ କ୍ଷମାପ୍ରାର୍ଥନା କରିବାକୁ ଏତଲାରେ ଉଲ୍ଲେଖ କରାଯାଇଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ ହୋଇଛି।
ଏହି ୱେବ୍ ସିରିଜ୍ର ନିର୍ଦ୍ଦେଶନା ଦେଇଛନ୍ତି ପ୍ରସିଦ୍ଧ ଫିଲ୍ମମେକର ମୀରା ନାୟର। ବଲିଉଡର ଚର୍ଚ୍ଚିତ ଫିଲ୍ମ ‘ସଲାମ ବମ୍ବେ’, ‘ମନସୁନ ୱେଡିଂ’ ଏବଂ ‘ଦି ନେମସେକ ଫିଲ୍ମ’ ପାଇଁ ବେଶ ପରିଚିତ ମୀରା ନାୟର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/suitable-boy_1625085258.jpg)