/odishatv-khabar/media/post_attachments/uploadimage/library/16_9/16_9_0/neha-4_1625189267.jpg)
neha
ମୁମ୍ବାଇ : ବିବାହ କଲେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ଏବଂ ରୋହନପ୍ରୀତ। ଦିଲ୍ଲୀର ଗୁରୁଦ୍ୱାରାରେ ନିଜ ପ୍ରେମିକ ରୋହନପ୍ରୀତଙ୍କୁ ବିବାହ କରିଛନ୍ତି ନେହା। ତେବେ ଗତ କିଛି ଦିନ ହେବ ନେହା ଏବଂ ରୋହନଙ୍କ ବିବାହକୁ ନେଇ ଜୋର୍ସୋର୍ରେ ଚର୍ଚ୍ଚା ହେଉଥିଲା। ଏବେ ସେ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି।
ତେବେ ବିବାହର ଫଟୋକୁ ନେହା ତାଙ୍କ ଇନ୍ଷ୍ଟାଗ୍ରାମରେ ଶେଆର କରିନଥିବା ବେଳେ ତାଙ୍କ ଫ୍ୟାନ୍ପେଜ୍ରୁ ବିବାହ ସମୟର ଫଟୋକୁ ଦେଖିବାକୁ ମିଳିଛି। ଫଟୋରେ ରୋହନ୍ଙ୍କୁ ବର ବେଶରେ ଏବଂ ନେହାଙ୍କୁ ଲାଇଟ୍ ଗୋଲାପି ରଙ୍ଗର ଲେହେଙ୍ଗାରେ ଦେଖିବାକୁ ମିଳିଛି।
ତେବେ ନେହା ଅକ୍ଟୋବର ୨୬ରେ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିବା ବେଳେ ରୋହନ ଏବଂ ନେହା ଆଜି ବିବାହ କରିସାରିଛନ୍ତି।
ଅକ୍ଟୋବର ୯ରେ ରୋହନପ୍ରୀତଙ୍କ ସହ ପ୍ରେମ ସମ୍ପର୍କକୁ ସର୍ବସମ୍ମୁଖକୁ ଆଣିଥିଲେ ନେହା। ଇନ୍ଷ୍ଟାଗ୍ରାମରେ ଫଟୋ ଶେଆର କରି ନେହା ରୋହନଙ୍କୁ ଖୁବ୍ ଭଲ ପାଆନ୍ତି ବୋଲି କହିଥିଲେ। ନିକଟରେ ନେହା ରୋହନଙ୍କର ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଥିଲା। ଯାହାର ନାଁ ଥିଲା 'ନେହୁ ଦା ବ୍ୟାହା'। ଏହି ମ୍ୟୁଜିକ୍ ଭିଡିଓରେ ନେହାଙ୍କ ସହ ରୋହନପ୍ରୀତ ନଜର ଆସିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)