Advertisment

କରଣ ଜୋହରଙ୍କୁ NCBର ସମନ

author-image
Minati Mishra
କରଣ ଜୋହରଙ୍କୁ NCBର ସମନ

karan

ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ନାର୍କୋଟିକ୍ସ ବ୍ୟୁରୋ ପକ୍ଷରୁ ସମନ୍ ଦିଆଯାଇଛି।  ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡରେ ନିଶା କାରବାର ମାମଲା ତଦନ୍ତ କରୁଥିବା ଏନସିବି ଆଜି କରନଙ୍କୁ ସମନ୍ ଜାରି କରିଛି ।

Advertisment

ଗତ ବର୍ଷ ଜୁଲାଇ ମାସରେ କରନ୍ ଜୋହର ତାଙ୍କ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ । ଏଥିରେ ବଲିଉଡର ବହୁ କାଳକାର ସାମିଲ ହୋଇଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପାର୍ଟିରେ ଯୋଗ ଦେଇଥିବା କଳାକାରମାନେ ନିଶା ସେବନ କରୁଥିବା ଅଭିଯୋଗ ହୋଇଥିଲା ।

ତେଣୁ ଏହି ପାର୍ଟି ସମ୍ପର୍କିତ ସବିଶେଷ ତଥ୍ୟ ଓ ପ୍ରମାଣ ସହ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛି ଏନସିବି।  କରନଙ୍କ ପାର୍ଟିରେ ସାମିଲ କିଛି କଳାକାର ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଏନସିବି ଜେରାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି । ସେପଟେ କିଛି ଦିନ ପୂର୍ବରୁ ଏହି ଭିଡିଓ ସମ୍ପର୍କରେ ମତ ରଖି ନିଶା ସେବନ ଅଭିଯୋଗକୁ ଅମୂଳକ ବୋଲି କହିଥିଲେ କରନ।

Advertisment

ତେବେ ଡିସେମ୍ବର ୧୮ ସୁଦ୍ଧା କରନଙ୍କୁ ଜବାବ ଦେବାକୁ କୁହାଯାଇଛି। ଏନସିବି ପକ୍ଷରୁ ଡିସେମ୍ବର ୧୬ରେ ନୋଟିସ ପଠାଯାଇଥିଲା। ନୋଟିସରେ କୁହାଯାଇଛି ଯେ କରନ ବ୍ୟକ୍ତିଗତ ଭାବେ ହାଜର ହେବାର ଆବଶ୍ୟକ ନାହିଁ। ସେ ଚାହିଁଲେ ତାଙ୍କ ପ୍ରତିନିଧିଙ୍କୁ ପଠାଇ ନିଜର ପକ୍ଷ ରଖିପାରିବେ।

Advertisment
Advertisment