/odishatv-khabar/media/post_attachments/uploadimage/library/16_9/16_9_0/bharati-singh_1625094393.jpg)
bharati singh
ମୁମ୍ବାଇ: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(NCB) ରେଡ୍ କରିଛି।
/odishatv-khabar/media/post_attachments/wp-content/uploads/2020/11/bharti-2.jpg)
ଗତକାଲି ଅନ୍ଧେରୀରୁ ଜଣେ ଡ୍ରଗ୍ସ ବେପାରୀଙ୍କୁ ଏନ୍ସିବି ଗିରଫ ପରେ ଜେରା ସମୟରେ ଭାରତୀ ଓ ହର୍ଷଙ୍କ ନାଁ ସାମ୍ନାକୁ ଆସିଥିଲା ବୋଲି ସୂଚନା ମିଳିଛି। ଏହାପରେ ଏନ୍ସିବି ଆଜି ସକାଳୁ ସକାଳୁ ଭାରତୀ ଓ ତାଙ୍କସ୍ୱାମୀ ହର୍ଷଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍ରେ ରେଡ୍ କରିଛି। ମ୍ବାଇର ଅନ୍ଧେରୀ, ଲୋଖଣ୍ଡଓ୍ୱାଲା ଏବଂ ଭର୍ସୋଭା ଅଞ୍ଚଳରେ ମଧ୍ୟ ଏନ୍ସିବି ଚଢ଼ାଉ କରିଛି।
/odishatv-khabar/media/post_attachments/wp-content/uploads/2020/11/bharti-1.jpg)
ନିଜର ଦମ୍ଦାର ହାସ୍ୟ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଭାରତୀ ‘ଦ କପିଲ ଶର୍ମା’ରୁ ଅଧିକ ଳୋକପ୍ରିୟ ହୋଇଛନ୍ତି। ଏହାଛଡ଼ା ସେ ‘ନଚ୍ ବଲିୟେ’, ‘ଝଲକ୍ ଦିଖଲାଜା’ ଭଳି ଅନେକ ପ୍ରମୁଖ ଶୋ’ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି ଭାରତୀ।
୨୦୧୭ ଡିସେମ୍ବର ୩ରେ ଭାରତୀ, ହର୍ଷଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି ସୋନି ଟିଭିରେ ପ୍ରସାରଣ ହେଉଥିବା ‘ଇଣ୍ଡିଆସ୍ ବେଷ୍ଟ ଡାନ୍ସର୍’ ରିଅଲିଟି ଶୋ’ରେ ଉପସ୍ଥାପନା କରୁଛନ୍ତି।
/odishatv-khabar/media/post_attachments/wp-content/uploads/2020/11/bharti.jpg)
ସୂଚନାଥାଉ କି, ଏହା ପୂର୍ବରୁ ଏନ୍ସିବି ଅଭିନେତା ଅର୍ଜୁନ ରାମପାଲ୍ଙ୍କ ମୁମ୍ବାଇ ସ୍ଥିତ ଅନ୍ଧେରୀ ଓ ବାନ୍ଦ୍ରା ବାସଭବନରେ ଚଢ଼ଉ କରିଥିଲା।
ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ ପରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ଘଟଣା ସାମ୍ନାକୁ ଆସିଥିଲା। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ଭାଇ ଶୌଭିକ୍, ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର୍ ସାମୁଏଲ୍ ମିରାଣ୍ଡା, ପର୍ସନାଲ୍ ଷ୍ଟାଫ୍ ଦୀପେଶ ସାୱନ୍ତଙ୍କ ସମେତ ଅନେକଙ୍କୁ ଏନ୍ସିବି ଗିରଫ କରିଥିଲା। ୨୮ ଦିନ ଜେଲ୍ରେ ରହିବା ପରେ ଏହି ମାମଲାରେ ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ। ଏନ୍ସିବି ଏହି ମାମଲାରେ ବଲିଉଡ୍ର ପ୍ରମୁଖ ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ପଚରାଉଚରା କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)