/odishatv-khabar/media/post_attachments/uploadimage/library/16_9/16_9_0/sona_1625920792.jpg)
sona
ମୁମ୍ବାଇ: ସାହିଦ କପୁର୍ ଏବଂ କିୟାରା ଆଡ୍ଭାନୀ ଅଭିନୀତ ଫିଲ୍ମ ‘କବୀର୍ ସିଂହ’ ରିଲିଜ୍ ହୋଇସାରିଛି। ଫିଲ୍ମ ରିଲିଜ୍ ହେବାର ଦୁଇ ଦିନ ମଧ୍ୟରେ ଦର୍ଶକ ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ଦେଉଛନ୍ତି। ସମସ୍ତେ ସାହିଦଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରୁଛନ୍ତି।
ବଲିଉଡ୍ ଟେଲିଭିଜନ୍ କଳାକାର ମଧ୍ୟ ସାହିଦଙ୍କ ଅଭିନୟକୁ ତାରିଫ୍ କରିବାକୁ ପଛାଇ ନାହାନ୍ତି। ଟେଲିଭିଜନ୍ କଳାକାର ନକୁଲ୍ ମେହେଟା ସୋଶାଲ୍ ମିଡିଆରେ ଫିଲ୍ମ ‘କବୀର୍ ସିଂହ’ରେ ସାହିଦଙ୍କ ଅଭିନୟକୁ ଖୁବ୍ ପ୍ରସଂଶା କରି ପ୍ରତିକ୍ରିୟା ରଖିଛନ୍ତି।
ସେ ତାଙ୍କ ସୋଶାଲ୍ ସାଇଟ୍ ଟ୍ୱିଟ୍ରରେ ଲେଖିଛନ୍ତି ଯେ, ‘ଏଠାରେ ୯୯ ପ୍ରକାରର ଅସୁବିଧା ରହିଛି। ଏହାରି ଭିତରେ ସାହିଦ କପୁର ଏକା ନୁହନ୍ତି। ଯଦି ରାଜନୀତିକୁ ଛାଡ଼ି ଦେବା ତାହାଲେ ଭଲ ଅଭିନୟକୁ ପରଦା ଉପରକୁ ଅଣାଯାଇଛି। ସବୁ ଫ୍ରେମ୍ରେ ସାହିଦ ବହୁତ ଭଲ ଅଭିନୟ କରିଛନ୍ତି’।
& how can we keep such deeply disturbing , dark & dangerous politics ‘aside’? Does the actor have no responsibility for choosing to play a part in a narrative that can set us back as a society? Is that all we have become? Creatures of ambition? #LetsTalk#India#KabirSinghhttps://t.co/UxUbWdOpAF
— SONA (@sonamohapatra) 21 June 2019
କିନ୍ତୁ ଗାୟିକା ସୋନା ମହାପାତ୍ରଙ୍କୁ ସାହିଦଙ୍କ ଭୂମିକା ଜମା ପସନ୍ଦ ଆସିନାହିଁ। ନକୁଲ୍ଙ୍କ ଏହି ଟ୍ୱିଟ୍ ଉପରେ ସୋନା ରି-ଟ୍ୱିଟ୍ କରି ଲେଖିଛନ୍ତି ଯେ, “ଏଭଳି (ଫିଲ୍ମର) ପୃଷ୍ଠଭୂମି, ଅନ୍ଧାରୀ ଓ ବିପଜ୍ଜନକ ରାଜନୀତିକୁ କିପରି ଅଲଗା ରଖାଯାଇପାରିବ?
ସମାଜକୁ ପଛୁଆ ଧକ୍କା ଦେବା ଭଳି ଏକ କାହାଣୀ ଓ ଚରିତ୍ରରେ ଅଭିନୟ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ଜଣେ ଅଭିନେତାଙ୍କ କ’ଣ କିଛି ଉତ୍ତରଦାୟିତ୍ୱ ନାହିଁ? ଆମେ ସବୁ କଣ ଏଇ ସ୍ତରକୁ ଆସିଗଲୁ, ଯେଉଁଠି ସବୁ ଭୁଲି କେବଳ ଆଃକାଂକ୍ଷା ପଛରେ ଧାଇଁବା ?”
Didn’t notice the deeply misogynistic & patriarchal narrative? Just intense acting? That is truly deeply disturbing. That you are the the chairperson of the @NCWIndia , makes me wonder about what we can hope for when it comes to women’s place in #India . ? https://t.co/zxcLWVFuiO
— SONA (@sonamohapatra) 21 June 2019
ସେଲେବ୍ରିଟିଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଅନେକ ତର୍କବିତର୍କ ଚାଲିଛି, କିନ୍ତୁ ଦର୍ଶକଙ୍କୁ ଫିଲ୍ମଟି ଖୁବ୍ ପସନ୍ଦ ଆସୁଛି। ସେମାନେ ଭଲ ରିଭ୍ୟୁ ଦେଇଛନ୍ତି ଓ ଫିଲ୍ମଟି ପ୍ରଥମ ଦିନରେ ୨୦.୨୧ କୋଟି ଟଙ୍କା ରୋଜଗାର କରିଛି।
ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ତେଲୁଗୁ ବ୍ଲକ୍ ବଷ୍ଟର୍ ଫିଲ୍ମ ‘ଅର୍ଜୁନ ରେଡ୍ଡି’ର ହିନ୍ଦୀ ରିମେକ୍ ହେଉଛି କବୀର୍ ସିଂହ। ସନ୍ଦିପ୍ ରେଡ୍ଡି ଭାଙ୍ଗା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିବା ବେଳେ ବଲିଉଡ୍ର ଲୋକପ୍ରିୟ ଗାୟକ ଅର୍ମାନ ମଲିକ୍ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)