Advertisment

ଆଇସିୟୁରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ଅସୁସ୍ଥ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ମଧ୍ୟ ‘ସଙ୍କଟାପନ୍ନ’ ରହିଥିବାବେଳେ ଏହା ଧୀରେ ଧୀରେ ସୁଧୁରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।   ୯୦ ବର୍ଷ ବୟସ୍କ ମଙ୍ଗେସକର ସୋମବାର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଡକ୍ଟର ପତିତ ସମ୍‌ଧାନୀ ତାଙ୍କର ଚିକିତ୍ସା କରୁଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ […]

author-image
Abinash Pati
ଆଇସିୟୁରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର

lata

ମୁମ୍ବାଇ: ଅସୁସ୍ଥ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ମଧ୍ୟ ‘ସଙ୍କଟାପନ୍ନ’ ରହିଥିବାବେଳେ ଏହା ଧୀରେ ଧୀରେ ସୁଧୁରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Advertisment

publive-image

୯୦ ବର୍ଷ ବୟସ୍କ ମଙ୍ଗେସକର ସୋମବାର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଡକ୍ଟର ପତିତ ସମ୍‌ଧାନୀ ତାଙ୍କର ଚିକିତ୍ସା କରୁଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ମଧ୍ୟ ସଙ୍କଟାପନ୍ନ ଅଛି। କିନ୍ତୁ ଲତାଙ୍କ ପିଆର୍‌ ଟିମ୍‌ ପକ୍ଷରୁ କୁହାଯାଇଛି, ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।Related image

ଏକ ବିବୃତି ଜରିଆରେ ପିଆର୍‌ ଟିମ୍‌ ପକ୍ଷରୁ କୁହାଯାଇଛି, “ବର୍ତ୍ତମାନ ତାଙ୍କର ପାରାମିଟର୍‌ ଠିକ୍‌ ରହିଛି। ସେ ଏତେ ଭଲରେ ଲଢ଼ିଛନ୍ତି ଯେ, ବର୍ତ୍ତମାନ ସ୍ୱାସ୍ଥ୍ୟ ସୁଧୁରିବାକୁ ଆରମ୍ଭ କରିଛି। ଜଣେ କଣ୍ଠଶିଳ୍ପୀ ଭାବେ ତାଙ୍କ ଫୁସ୍‌ଫୁସ୍‌ର କ୍ଷମତା ତାଙ୍କୁ ସହାୟକ ହେଉଛି। ସତରେ ଜଣେ ଯୋଦ୍ଧା ସେ। ଲତା ଯେତେବେଳେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ ଏବଂ ଘରକୁ ଫେରିବେ ଆମେ ସମସ୍ତଙ୍କୁ ଜଣାଇବୁ। ଆମେ ଆଶା କରୁଛୁ ସେତବେଳେ ତାଙ୍କ ପରିବାର ଲୋକଙ୍କୁ ଆପଣମାନେ ସହଯୋଗ କରିବେ।”

Advertisment

Image result for lata mangeshkar singing

ସାରା ଦେଶରୁ ଲତାଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଲୋକେ ବାର୍ତ୍ତା ପଠାଉଛନ୍ତି। ବିଶେଷ କରି ମନୋରଞ୍ଜନ ଦୁନିଆରୁ ଅନେକ ପ୍ରସିଦ୍ଧ ଲୋକ ଏଭଳି ବାର୍ତ୍ତା ଦେଇସାରିଛନ୍ତି।

ଶୁଣନ୍ତୁ ତାଙ୍କର ଗୋଟିଏ ଗୀତ ସୌଜନ୍ୟ ୟୁଟ୍ୟୁବ୍-

Advertisment
Advertisment