/odishatv-khabar/media/post_attachments/uploadimage/library/16_9/16_9_0/kiran_1626695814.jpg)
kiran
ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତା କିରଣ କୁମାରଙ୍କ କରୋନା ଭାଇରସର ତୃତୀୟ ରିପୋର୍ଟ ନିଗେଟିଭ୍ ଆସିଛି। ଗତ ସପ୍ତାହରେ କିରଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ୭୪ ବର୍ଷିୟ କିରଣ କହିଛନ୍ତି , ତୃତୀୟ ଥର ପରୀକ୍ଷା କରାଯାଇଥିବା କରୋନା ରିପୋର୍ଟ ମୋର ନେଗେଟିଭ୍ ଆସିଛି, କିନ୍ତୁ ମୋର ପରିବାର ଏବେ ବି ସେଲ୍ଫ ଆଇସୋଲେସନ୍ରେ ଅଛନ୍ତି। କିରଣଙ୍କ ପୂର୍ବରୁ ବଲିଉଡ ଅଭିନେତ୍ରୀ ଜୋୟା ମୋରାନ ଓ ସିଙ୍ଗର କନିକା କପୁର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନେ ଦୁହେଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।
କିରଣ କୁମାର ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଛନ୍ତି, ‘ମୋର ପରିବାର ଏବେ ଘରେ ସେଲ୍ଫ ଆଇସୋଲେସନରେ ରହୁଛନ୍ତି। ମୋର ସଂକ୍ରମଣର କୌଣସି ଲକ୍ଷଣ ନଥିଲା। ଅଲଗା ରହିଲେ ବି ମୋର କୌଣସି ଅସୁବିଧା ନାହିଁ’। ଆଇସୋଲେସନରେ ମୁଁ ଅଲଗା ରହି ଜୀବନର ଛୋଟ ଛୋଟ ଖୁସି ଉପରେ ଧ୍ୟାନ ଦେଉଛି।’ ଏନେଇ କିରଣ ଏକ ଗଣ ମାଧ୍ୟମକୁ କହିଥିଲେ ଯେ, ମୁଁ ମେ’୧୪ରେ ଡାକ୍ତରଖାନା ଯାଇ ସେଠାରେ କରୋନା ପରୀକ୍ଷା କରିଥିଲି। ପରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। କିନ୍ତୁ ସଂକ୍ରମଣର କୌଣସି ଲକ୍ଷଣ ନଥିଲା ।
କିରଣ କୁମାର ଆହୁରି ମଧ୍ୟ କହିଛନ୍ତି, “ହିନ୍ଦୁଜା ଖାର ଓ ଲୀଲାବତି ହସ୍ପିଟାଲର ଡାକ୍ତରମାନେ କରୋନା ମହାମାରୀକୁ ଭୟ ନକରିବା ପାଇଁ ମୋତେ ପରାମର୍ଶ ଦେଇଥିଲେ। କୋଭିଡ-୧୯ରେ ଆକ୍ରାନ୍ତ ବିଷୟରେ ମୁଁ ବିଏମସି ପ୍ରଶାସନକୁ ଅବଗତ କରାଇଥିଲି। ଏନେଇ ପ୍ରଶାସନର ସମସ୍ତେ ସହଯୋଗର ହାତ ବଢ଼ାଇଥିଲେ।
ସୂଚନାଥାଉକି, କିରଣ ଏବେ ମୁମ୍ୱାଇ ସ୍ଥିତ ଘରେ ସେଲ୍ଫ ଆଇସୋଲେସନରେ ରହୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)