Advertisment

Khalistani Terror Targets: ଅମିତାଭଙ୍କ ପାଦ ଛୁଇଁଲେ ବୋଲି ମିଳିଲା ଧମକ, ଆତଙ୍କବାଦୀ ପନ୍ନୁ ଦେଲେ ଧମକ

କିଛି ଦିନ ତଳେ ଏକ ସୋରେ  ଅମିତାଭ ବଚ୍ଚନଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ ଆଉ ତାକୁ ନେଇ ଖପ୍ପା ଖଲିସ୍ତାନୀ । ‍ବର୍ତ୍ତମାନ ଦିଲଜିତ୍ ଅଉରା  ଟୁର ୨୦୨୫ରେ ବ୍ୟସ୍ତ ଅଛନ୍ତି । ଆଉ ଏହି ଟୁର ପାଇଁ ତାଙ୍କୁ ମିଳିଛି ଧମକ ।

author-image
Manas Ranjan Mohanty
Diljit-Dosanjh-Threatened-by-Khalistani

Diljit-Dosanjh-Threatened-by-Khalistani Photograph: (OTV)

ଅଉରା ଟୁର୍ ୨୦୨୫  ପାଇଁ ମିଳିଛି ଦିଲଜିତ୍ ଦୋସାଞ୍ଜଙ୍କୁ ଧମକ । ପୁଣି ଥରେ ଚର୍ଚ୍ଚାରେ ପଞ୍ଜାବୀ ସିଙ୍ଗର ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜ୍। କିନ୍ତୁ ଏଥର  କୌଣସି ଫିଲ୍ମ କି ମ୍ୟୁଜିକ ଭିଡିଓ ପାଇଁ ନୁହେଁ ବରଂ ଏଥର ଆତଙ୍କୀ ଧମକ ପାଇଁ ସେ ଏବେ ହେଡ ଲାଇନସରେ ।  

Advertisment

କିଛି ଦିନ ତଳେ ଏକ ସୋରେ  ଅମିତାଭ ବଚ୍ଚନଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ ଆଉ ତାକୁ ନେଇ ଖପ୍ପା ଖଲିସ୍ତାନୀ । ‍ବର୍ତ୍ତମାନ ଦିଲଜିତ୍ ଅଉରା  ଟୁର ୨୦୨୫ରେ ବ୍ୟସ୍ତ ଅଛନ୍ତି । ଆଉ ଏହି ଟୁର ପାଇଁ ତାଙ୍କୁ ମିଳିଛି ଧମକ । ଅମିତାଭ ବଚ୍ଚନଙ୍କ ପାଦ  ଛୁଇଁ ପ୍ରଣାମ କରିବାକୁ ନାପସନ୍ଦ କରିଛନ୍ତି ଖଲିସ୍ତାନୀ ।

୧୯୮୪ ମସିହାର ଶିଖ୍ ନର ସଂହାର ବେଳର ସବୁ ପିଡୀତଙ୍କ ପ୍ରତି ଏହା ଘୋର ଅପମାନ ବୋଲି ଦର୍ଶାଇଛନ୍ତି ଆତଙ୍କୀ ପନ୍ନୁ । କାରଣ ଅମିତାଭ ବଚ୍ଚନ ୧୯୮୪ ଶିଖ ନରସଂହାର ବେଳେ ଭିଡକୁ ଉସୁକେଇଲା ଭଳି ବୟାନ ଦେଇଥିଲେ । ତେଣୁ  ତାଙ୍କ ପାଦ ଛୁଇଁବା ଅର୍ଥ ସେହି ସବୁ ବ୍ୟକ୍ତିଙ୍କୁ ଅପମାନ ଦେବା ସହ ସମାନ  ।

Advertisment

ଆତଙ୍କବାଦୀ ଗୁରୁପତବନ୍ତ ସିଂହ ହତ୍ୟା ଧମକ ଦେଇଛନ୍ତି। ପନ୍ନୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କହିଛନ୍ତି ଦିଲଜିତ୍ ନିଜକୁ ବିକ୍ରି କରିଦେଇଛନ୍ତି । ଖଲିସ୍ତାନୀଙ୍କ ଏହି ଧମକ ପରେ ବି ଦିଲଜିତ୍ କୖୋଣସି ପ୍ରତିକ୍ରିୟା ଦେଇନାହାନ୍ତି । କେବଳ ନିଜ ସୋସିଆଲ ମିଡିଆ ପେଜରେ ଲେଖିଛନ୍ତି ସେ ଅଉରା ଟୁର ୨୦୨୫ କେବଳ କରୁଛନ୍ତି ପଞ୍ଜାବ ବନ୍ୟା ପିଡ଼ୀତଙ୍କୁ ଆର୍ଥିକ ସହାୟତା କରିବା ପାଇଁ । ଫ୍ୟାନମାନେ ଦିଲଜିତଙ୍କୁ ସପୋର୍ଟ କରୁଛନ୍ତି । ପୋଲିସ ଏହି ମାମଲାକୁ ଅତି ଗୁରୁତର ଭାବରେ ଗ୍ରହଣ କରି ତଦନ୍ତ ଜାରି ରଖିଛି । 

Advertisment
Related Articles
Advertisment