Advertisment

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ମୁମ୍ବାଇ:  ୧୯୯୩ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରଙ୍ଗ’ର’ ‘ତୁଝେ ନା ଦେଖୁନ୍ ତୋ ଚୈନ୍’ ଗୀତ ଆଜି ବି ଆପଣଙ୍କର ମନେଥିବ। ଏହି ଗୀତରେ ଦିବ୍ୟା ଭାରତୀ ଏବଂ କମଲ୍ ସାଦାନାଙ୍କୁ ଦେଖିବାକୁ ମିଳିଥିଲା। ଦୁହିଁଙ୍କ କେମେଷ୍ଟ୍ରି ଗୀତକୁ ଆହୁରି ଲୋକପ୍ରିୟ କରିଦେଇଥିଲା। କମଲ୍‌ ସାଦନଙ୍କ ଚାର୍ମିଂ ଚେହେରା ମଧ୍ୟ ସେ ସମୟରେ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଥିଲା। କିନ୍ତୁ କମଲ୍‌ଙ୍କ ୨୦ତମ ଜନ୍ମଦିନରେ ଘଟିଥିବା ଏକ ଘଟଣା ତାଙ୍କ ଜୀବନର ମୋଡ ବଦଳେଇଦେଇଥିଲା। ୧୯୭୦ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

kajol

ମୁମ୍ବାଇ:  ୧୯୯୩ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ 'ରଙ୍ଗ'ର' 'ତୁଝେ ନା ଦେଖୁନ୍ ତୋ ଚୈନ୍' ଗୀତ ଆଜି ବି ଆପଣଙ୍କର ମନେଥିବ। ଏହି ଗୀତରେ ଦିବ୍ୟା ଭାରତୀ ଏବଂ କମଲ୍ ସାଦାନାଙ୍କୁ ଦେଖିବାକୁ ମିଳିଥିଲା। ଦୁହିଁଙ୍କ କେମେଷ୍ଟ୍ରି ଗୀତକୁ ଆହୁରି ଲୋକପ୍ରିୟ କରିଦେଇଥିଲା। କମଲ୍‌ ସାଦନଙ୍କ ଚାର୍ମିଂ ଚେହେରା ମଧ୍ୟ ସେ ସମୟରେ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଥିଲା। କିନ୍ତୁ କମଲ୍‌ଙ୍କ ୨୦ତମ ଜନ୍ମଦିନରେ ଘଟିଥିବା ଏକ ଘଟଣା ତାଙ୍କ ଜୀବନର ମୋଡ ବଦଳେଇଦେଇଥିଲା। ୧୯୭୦ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ଚକୋଲେଟ୍‌ ବୟ।

Advertisment

୧୯୯୨ରେ ରିଲିଜ୍‌ ହୋଇଥିବା ଫିଲ୍ମ 'ବେଖୁଦି' ମାଧ୍ୟମରେ କମଲ୍‌ ସାଦାନା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମିକୁ ଦର୍ଶକ ଏତେ ଭଲପାଇବା ଦେଇନଥିଲେ। କିନ୍ତୁ ପରବର୍ତ୍ତୀ ବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ 'ରଙ୍ଗ'ରେ ଲୋକମାନେ କମଲ୍‌ଙ୍କ କାମକୁ ବହୁତ ପସନ୍ଦ କରିଥିଲେ। ଏହା ପରେ କମଲ ଆହୁରି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ କିନ୍ତୁ ସେ 'ରଙ୍ଗ' ପରି ସଫଳତା ପାଇପାରିନଥିଲେ।

publive-imageଚଳଚ୍ଚିତ୍ରଠାରୁ ଦୂରରେ ରହି କମଲ ସାଦାନା ଟିଭି ଆଡକୁ ଯାଇ ‘କସମ ସେ’ ଧାରାବାହିକରେ କାମ କରିଥିଲେ। ନିର୍ଦ୍ଦେଶନା ଦେବାକୁ ମଧ୍ୟ ସେ ଚେଷ୍ଟା କରିଥିଲେ। ୨୦୦୭ ରେ, ସେ 'କର୍କସ' ଚଳଚ୍ଚିତ୍ର ନିର୍ମାଣ କରିଥିଲେ| ଏହା ବ୍ୟତୀତ ସେ ୨୦୧୪ ରେ 'ରୋର୍' ଫିଲ୍ମ କରିଥିଲେ କିନ୍ତୁ ଏହା ମଧ୍ୟ ଫ୍ଲପ୍ ହୋଇଥିଲା।

Advertisment

ଆହୁରି ପଢ଼ନ୍ତୁ: ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

publive-imageକମଲ୍‌ଙ୍କ ୨୦ ତମ ଜନ୍ମଦିନରେ ତାଙ୍କ ପିତା ବ୍ରିଜ ସାଦାନା ତାଙ୍କ ମା ଏବଂ ଭଉଣୀଙ୍କୁ ଗୁଳି କରିଥିଲେ। କମଲ୍‌ ସାଦନାଙ୍କ ମା ସାଇଦା ଖାନ ଏବଂ ପିତା ବ୍ରିଜ ସାଦନାଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା। କମଲ୍‌ ଜନ୍ମଦିନରେ ମଧ୍ୟ ସମାନ ଘଟଣା ଘଟିଥିଲା। ବ୍ରିଜ ସାଦାନା ତାଙ୍କ ଲାଇସେନ୍ସଧାରୀ ବନ୍ଧୁକ ସହିତ ପ୍ରଥମେ ତାଙ୍କ ପତ୍ନୀ ଏବଂ ତା'ପରେ ଝିଅକୁ ଗୁଳି କରିଥିଲେ। ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହା ପରେ ବ୍ରିଜ ସାଦାନା ନିଜକୁ ଗୁଳି କରିଥିଲେ।

ଏହିସବୁ କମଲଙ୍କ ଆଖି ସାମ୍ନାରେ ଘଟିଥିଲା, ଯାହା ତାଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା। ଏହା ପରେ କମଲଙ୍କୁ କାଉନସେଲିଂ କରାଯାଇଥିଲା।

Advertisment
Advertisment