Advertisment

ବିବାହ ପାଇଁ ସ୍ୱାମୀ ଗୌତମଙ୍କ ପାଖରେ ଏମିତି ସର୍ତ୍ତ ରଖିଥିଲେ କାଜଲ

ମୁମ୍ବାଇ: ସାଉଥ୍‌ ତଥା ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ୍‌ଙ୍କ ବିବାହ ସରିଛି। ଗତ ଅକ୍ଟୋବର ୩୦ ତାରିଖ ଦିନ ସେ ମୁମ୍ବାଇର ବିଜ୍‌ନେସ୍‌ମ୍ୟାନ୍‌ ଗୌତମଙ୍କୁ ବିହାହ କରିଛନ୍ତି। ବିବାହ ପରେ ଏହି ନବ ବିବାହିତ ଦମ୍ପତ୍ତି ବୁଲିବା ପାଇଁ ମାଲ୍‌ଦୀପ ପହଞ୍ଚିଥିଲେ। ଯାହାର ଫଟୋ କାଜଲ ତାଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଶେଆର କରିଛନ୍ତି। ଯେଉଁଥିରେ କାଜଲ ଏବଂ ଗୌତମଙ୍କୁ ଏକଦମ୍‌ ରୋମାଣ୍ଟିକ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି। ଦୁହେଁ ସମୁଦ୍ର କୂଳରେ ସମୟ ବିତାଉଥିବା ଫଟୋରେ ନଜର ଆସୁଛନ୍ତି। […]

author-image
Biswobandita Swain
ବିବାହ ପାଇଁ ସ୍ୱାମୀ ଗୌତମଙ୍କ ପାଖରେ ଏମିତି ସର୍ତ୍ତ ରଖିଥିଲେ କାଜଲ

gautam

ମୁମ୍ବାଇ: ସାଉଥ୍‌ ତଥା ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ୍‌ଙ୍କ ବିବାହ ସରିଛି। ଗତ ଅକ୍ଟୋବର ୩୦ ତାରିଖ ଦିନ ସେ ମୁମ୍ବାଇର ବିଜ୍‌ନେସ୍‌ମ୍ୟାନ୍‌ ଗୌତମଙ୍କୁ ବିହାହ କରିଛନ୍ତି। ବିବାହ ପରେ ଏହି ନବ ବିବାହିତ ଦମ୍ପତ୍ତି ବୁଲିବା ପାଇଁ ମାଲ୍‌ଦୀପ ପହଞ୍ଚିଥିଲେ। ଯାହାର ଫଟୋ କାଜଲ ତାଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଶେଆର କରିଛନ୍ତି। ଯେଉଁଥିରେ କାଜଲ ଏବଂ ଗୌତମଙ୍କୁ ଏକଦମ୍‌ ରୋମାଣ୍ଟିକ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି। ଦୁହେଁ ସମୁଦ୍ର କୂଳରେ ସମୟ ବିତାଉଥିବା ଫଟୋରେ ନଜର ଆସୁଛନ୍ତି।

Advertisment

ତେବେ ଗୌତମଙ୍କୁ ବିବାହ କରିବା ପାଇଁ କାଜଲ ଗୋଟେ ସର୍ତ୍ତ ରଖିଥିଲେ। କାଜଲ କହିଛନ୍ତି, ଗୌତମ ଏବଂ ମୋ ପରିବାର ଆମ ବିବାହ ପାଇଁ ରାଜି ହୋଇଯିବା ପରେ ମୁଁ ଗୌତମଙ୍କୁ ଆଣ୍ଠେଇ କି ମତେ ପ୍ରେମ ନିବେଦନ କରିବାକୁ କହିଥିଲି। ଯଦି ସେ ସେମିତି ନକରନ୍ତି ତେବେ ମୁଁ ତାଙ୍କୁ ବିବାହ କରିବିନି ବୋଲି କହିଥିଲି।

କାଜଲ ଆହୁରି କହିଛନ୍ତି, କରୋନା ପାଇଁ ଆମକୁ ବିବାହରେ ଅତିଥି ସାମିଲ୍‌ କରିବା ନେଇ ବେଶ୍‌ ଚିନ୍ତା କରିବାକୁ ପଡିଲା। କମ୍‌ ଲୋକଙ୍କ ଉପସ୍ଥିତିରେ ବିବାହ କରିବାର ନିୟମ ଥିଲା ଆଉ ଅନ୍ୟପଟେ ଫିଲ୍ମ ଜଗତରେ ଅନେକ ଅନ୍ତରଙ୍ଗ ଲୋକ ଥିଲେ। ଯେଉଁ ମାନଙ୍କୁ ବିବାହରେ ସାମିଲ୍‌ କରିବାକୁ ଆମେ କେବେଠୁ ଚିନ୍ତା କରୁଥିଲୁ। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେ ସେମାନଙ୍କୁ ସାମିଲ୍‌ କରିପାରିଲୁ ନାହିଁ।

Advertisment

publive-imageସୂଚନାଯୋଗ୍ୟ, କାଜଲ୍‌ଙ୍କ ଭାବି ସ୍ୱାମୀ ଗୌତମ ଜଣେ ଶିଳ୍ପପତି। ସେ ଡସର୍ଣ୍ଣ ଲିଭିଂ କମ୍ପାନୀର ସିଇଓ ଅଛନ୍ତି। ଏହି କମ୍ପାନୀରେ ଘର ସଜାଇବା ପାଇଁ ବିଭିନ୍ନ ସାମଗ୍ରୀ ମିଳିଥାଏ।

Advertisment
Advertisment