Advertisment

ଜନ୍ମଦିନରେ ଭାଇଙ୍କୁ ମନେ ପକାଇ ଏମିତି କହିଲେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ: ଆଜି ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଜନ୍ମଦିନ। ଏକମାତ୍ର ଭାଇର ଜନ୍ମଦିନରେ ଅନେକ ଶୁଭକାମନା କରନ୍ତି ତିନି ଭଉଣୀ। ସେଇ ଜନ୍ମ ତିଥି ଆସିଛି। ହେଲେ ଭାଇ ତାଙ୍କର ନାହିଁ। ଭାଇ ବିନା ଏଥର ଜନ୍ମଦିନ ପାଳନ କରୁଛନ୍ତି ସୁଶାନ୍ତଙ୍କ ଭଉଣୀ। ହେଲେ ସବୁଥର ପରି ଏଥର ତାଙ୍କ ମନରେ ନାହିଁ ସେହି ଆନନ୍ଦ, ଉଚ୍ଛ୍ୱାସ…। ଆଖିର ଲୁହ, ମନର କୋହକୁ ଚାପିରଖି ଜନ୍ମଦିନ ପାଳୁଛନ୍ତି। ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଭଉଣୀ […]

author-image
Minati Mishra
ଜନ୍ମଦିନରେ ଭାଇଙ୍କୁ ମନେ ପକାଇ ଏମିତି କହିଲେ ସୁଶାନ୍ତଙ୍କ ଭଉଣୀ

Capture

ମୁମ୍ବାଇ: ଆଜି ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଜନ୍ମଦିନ। ଏକମାତ୍ର ଭାଇର ଜନ୍ମଦିନରେ ଅନେକ ଶୁଭକାମନା କରନ୍ତି ତିନି ଭଉଣୀ। ସେଇ ଜନ୍ମ ତିଥି ଆସିଛି। ହେଲେ ଭାଇ ତାଙ୍କର ନାହିଁ। ଭାଇ ବିନା ଏଥର ଜନ୍ମଦିନ ପାଳନ କରୁଛନ୍ତି ସୁଶାନ୍ତଙ୍କ ଭଉଣୀ। ହେଲେ ସବୁଥର ପରି ଏଥର ତାଙ୍କ ମନରେ ନାହିଁ ସେହି ଆନନ୍ଦ, ଉଚ୍ଛ୍ୱାସ...। ଆଖିର ଲୁହ, ମନର କୋହକୁ ଚାପିରଖି ଜନ୍ମଦିନ ପାଳୁଛନ୍ତି।

Advertisment

ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ଏକ ଫଟୋ ଟୁଇଟରରେ ପୋଷ୍ଟ କରି ଭାବବିହ୍ୱଳ ହୋଇ ଲେଖିଥିଲେ ‘ସବୁଠାରୁ ଅଧିକ ଖୁସି ଲାଗେ ଏହି ହସକୁ ଦେଖିଲେ।‘   ଏହି ଫଟୋକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରିଥିଲେ।  ଏହି ଫଟୋ ଉପରେ ଫ୍ୟାନ୍ସମାନେ ବହୁତ୍ ହୃଦୟସ୍ପର୍ଶୀ କମେଣ୍ଟ ମଧ୍ୟ ଦେଇଥିଲେ। ଏପରିକି ଟୁଇଟରରେ #ONEDAYFORSSRBIRTHDAY ଟ୍ରେଣ୍ଡିଂ କରୁଥିଲା। 

ଆଜି ମଧ୍ୟ ଶ୍ୱେତା ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସୁଶାନ୍ତଙ୍କ ବିଭିନ୍ନ ପୋଜ୍‌ର ଫଟୋକୁ କୋଲାଜ ହୋଇଛି। ଫଟୋ ସହ ଏକ ଭାବବିହ୍ୱଳ ଲେଖା ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତ, ‘

Advertisment

‘ଘୃଣା କରୁଥିବା ଲୋକ ତୁମକୁ ଘୃଣା କରପାରିବେ ନାହିଁ। ବରଂ ସେମାନେ ନିଜକୁ ଘୃଣା କରିବେ। କାରଣ ସେମାନେ ଯାହା ହେବାକୁ ଇଚ୍ଛା କରୁଛନ୍ତି ତୁମେ ସେଇ ଇଚ୍ଛାର ଏକ ପ୍ରତିଫଳନ...’ ଏହା ପରେ ସେ ହାପି ବାର୍ଥ ଡେ ସୁଶାନ୍ତ ବୋଲି ମଧ୍ୟ ଲେଖିଛନ୍ତି।

ତାଙ୍କର ଏହି ଫଟୋକୁ ଫ୍ୟାନ୍ସମାନେ ପସନ୍ଦ କରିବା ସହ ଖୁବ୍‌ ଭିଉଜ୍‌ ହୋଇଛି। ଏହା ଉପରେ ଫ୍ୟାନ୍ସମାନେ ବହୁତ ହୃଦୟସ୍ପର୍ଶୀ ଟିପ୍ପଣୀ ମଧ୍ୟ ଦେଇଛନ୍ତି।  ସୁଶାନ୍ତଙ୍କ ୩୫ତମ ଜନ୍ମଦିବସରେ ଟ୍ୱିଟରରେ #SushantDay ଏବଂ #SSRBIRTHDAY ଟ୍ରେଣ୍ଡ କରୁଛି।

ଏଠି କହିରଖିବୁ, ଦିବଂଗତ ଆକ୍ଟର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଜନ୍ମ ୧୯୮୬ ଆଜିର ଦିନରେ ପାଟ୍‌ନାରେ ହୋଇଥିଲା। ୪ ଭଉଣୀଙ୍କର ଏକମାତ୍ର ଗେହ୍ଲା ଭାଇ.. ବାର୍ଦ୍ଧକ୍ୟରେ ଉପନୀତ ବାପାଙ୍କର ସହାରା ସୁଶାନ୍ତ ୨୦୨୦ ଜୁନ୍‌ ତାରିଖ ସମସ୍ତଙ୍କୁ ହାତ ଛାଡ଼ି ଏ ଦୁନିଆରୁ ଚାଲି ଯାଇଛନ୍ତି। ହେଲେ ସେ ଏବେ ବି ତାଙ୍କ ଫ୍ୟାନ୍ସମାନଙ୍କ ହୃଦୟରେ ରହିଛନ୍ତି। ରହିଥିବେ ମଧ୍ୟ। ଆଜି ତାଙ୍କ ଜନ୍ମଦିନରେ ଫ୍ୟାନ୍ସମାନେ ସୁଶାନ୍ତଙ୍କ ପୁରୁଣା ଫଟୋ, ଭିଡିଓ ସେୟାର କରି ତାଙ୍କ ସ୍ମୃତିକୁ ଆହୁରି ଜୀବନ୍ତ କରିଛନ୍ତି।

Actor Sushant Singh Rajput
Advertisment
Advertisment