/odishatv-khabar/media/media_files/2026/01/25/abhijit-majumdar-2026-01-25-12-12-07.jpg)
Abhijit Majumdar Photograph: (OTV)
କେତେକ ସ୍ୱର…ସିଧାସଳଖ ହୃଦୟକୁ ଛୁଇଁଯାଏ। ଶବ୍ଦ ନୁହେଁ… ଭାବନା ହୋଇ କଥା କହେ। ଓଡ଼ିଆ ସଙ୍ଗୀତ ଜଗତରେ ଏମିତି ଏକ ସ୍ୱରର ନାମ ହେଉଛି ଅଭିଜିତ୍ ମଜୁମଦାର। କିନ୍ତୁ ସେହି ସ୍ୱର ଆଉ ଶୁଣିବାକୁ ମିଳିବନି। କାରଣ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାର (Abhijit Majumdar) ଙ୍କ ପରଲୋକ ହୋଇଛି ।
ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ଓଡ଼ିଆ ଫିଲ୍ମ ଓ ଆଲବମ ଜଗତକୁ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି ଅଭିଜିତ୍। ୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ଛୋଟ ଆଲବମ୍, ଛୋଟ ମଞ୍ଚରୁ ନିଜ କ୍ୟାରିୟର ଆରମ୍ଭ କରି ଆଜି ପ୍ରତ୍ୟକ ସଙ୍ଗୀତ ପ୍ରେମୀଙ୍କ ମନରେ ଘର କରି ପାରିଛନ୍ତି। ୧୯୯୧ ମସିହାରେ ଅଭିଜିତ ପ୍ରଥମ କରି ସଂଙ୍ଗୀତ ଜଗତରେ ପାଦ ଦେଇଥିଲେ । ପ୍ରଥମ ଥର ପାଇଁ ସମ୍ବଲପୁରୀ ଆଲବମ୍ 'ଦକ୍ସିଗଲା' ଗାଇଥିଲେ ଅଭିଜିତ୍ ।
ଏହା ପରେ ଧୀରେଧୀରେ, ତାଙ୍କ ସ୍ୱର ଲୋକଙ୍କ ମନରେ ଘର କରିଲା। ଓଡ଼ିଆ ମନୋରଞ୍ଜନ ଦୁନିଆର ଲୋକପ୍ରିୟ କଣ୍ଠଶିଳ୍ପୀ ସହ ୨୦୦୦ ମସିହାରେ ସଂଗୀତ ନିର୍ଦ୍ଦେଶକ ଭାବେ ଉଭା ହେଲେ ଅଭିଜିତ ମଜୁମଦାର । ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍ ଓ ଓଡ଼ିଆ ଧାରାବାହିକରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଅନେକ ଗୀତ ନିଜେ ସେ ଗାଇଛନ୍ତି ।
ସବୁଠୁ ବଡ କଥା ହେଉଛି ସେ ଜଣେ ଅଧ୍ୟାପକ ଥିଲେ, କିନ୍ତୁ ୧୯୯୬ ମସିହାରେ ସଙ୍ଗୀତ କ୍ଷେତ୍ରରେ କାମ କରିବା ପାଇଁ ଚାକିରୀରୁ ଇସ୍ତଫା ଦେଇ କଟକ ଆସିଯାଇଥିଲେ । ଆଉ ଏହା ପରଠାରୁ କେବେ ବି ସେ ପଛକୁ ଚାହିଁ ନଥିଲେ। ଓଡିଆ ସଂଗୀତ ଜଗତକୁ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଲେ। ତଙ୍କ ସ୍ୱରରେ ପୁରା ଓଡିଶା ଝୁମିଲା। କିନ୍ତୁ ଆଜି ଶୋକ ସାଗରରେ ଭସେଇ ଦେଇ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।
Ollywood’s Melody King No More: ଅଭିଜିତ ମଜୁମଦାରଙ୍କ ବିୟୋଗ, ସଙ୍ଗୀତ ଜଗତରେ ଶୋକର ଛାୟା

Non-Veg Food Sale Banned: ଅଜବ ନିୟମକୁ ନେଇ ଚର୍ଚ୍ଚା, ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ନିଷେଧ କେତେ ଠିକ୍ ?

Heavy Snowfall Draws Tourists: ପ୍ରବଳ ବରଫପାତ; ଭୟଙ୍କର ଜାମ୍ ୬୦୦ରୁ ଅଧିକ ରାସ୍ତା ବନ୍ଦ

Will a US–Iran War Break Out? ମଧ୍ୟପ୍ରାଚ୍ୟରେ ଘନଉଛି ଭୟଙ୍କର ଯୁଦ୍ଧ ଆଶଙ୍କା, ତେହେରାନ୍ ଉପକୂଳ ମୁହାଁ ୟୁଏସ୍ ଯୁଦ୍ଧ ପୋତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)