Advertisment

ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଏହି ୫ଜଣ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ତାରକାମାନେ ସର୍ବଦା ମୁକ୍ତ ଚିନ୍ତାଧାରକୁ ପ୍ରାଧାନ୍ୟ ଦେଇଥାନ୍ତି। ପ୍ରେମ ଏବଂ ବିବାହ ଭଳି ପ୍ରସଙ୍ଗରେ ସେମାନେ ବୟସ ଏବଂ ଧର୍ମର ପ୍ରତିବନ୍ଧକକୁ ପାର କରିବାରେ ବିଶ୍ୱାସ ରଖନ୍ତି। ବଲିଉଡ୍‌ରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ କରିବା ପାଇଁ ନିଜର ଧର୍ମ ପରିବର୍ତ୍ତନ କରିଛନ୍ତି। ଆସନ୍ତୁ ସେମିତି ୫ଜଣ ଅଭିନେତ୍ରୀଙ୍କ ବିଷୟରେ ଜାଣିବା। -‘ଆରାଧନା’, ‘କାଶ୍ମୀର କି କଲି’, ‘ଆନ୍‌ ଇଭ୍‌ନିଂ ଇନ୍‌ ପ୍ୟାରିସ୍’‌ ଭଳି ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିବା […]

ଅଦ୍ୟତନ ହୋଇଛି
ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଏହି ୫ଜଣ ଅଭିନେତ୍ରୀ

pic-1

Advertisment

ମୁମ୍ବାଇ: ବଲିଉଡ ତାରକାମାନେ ସର୍ବଦା ମୁକ୍ତ ଚିନ୍ତାଧାରକୁ ପ୍ରାଧାନ୍ୟ ଦେଇଥାନ୍ତି। ପ୍ରେମ ଏବଂ ବିବାହ ଭଳି ପ୍ରସଙ୍ଗରେ ସେମାନେ ବୟସ ଏବଂ ଧର୍ମର ପ୍ରତିବନ୍ଧକକୁ ପାର କରିବାରେ ବିଶ୍ୱାସ ରଖନ୍ତି। ବଲିଉଡ୍‌ରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ କରିବା ପାଇଁ ନିଜର ଧର୍ମ ପରିବର୍ତ୍ତନ କରିଛନ୍ତି। ଆସନ୍ତୁ ସେମିତି ୫ଜଣ ଅଭିନେତ୍ରୀଙ୍କ ବିଷୟରେ ଜାଣିବା।

Advertisment

-'ଆରାଧନା', 'କାଶ୍ମୀର କି କଲି', 'ଆନ୍‌ ଇଭ୍‌ନିଂ ଇନ୍‌ ପ୍ୟାରିସ୍'‌ ଭଳି ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତ୍ରୀ ଶର୍ମିଲା ଟାଗୋର ପଟୋଦିର ନବାବ ତଥା ଭାରତୀୟ କ୍ରିକେଟର ମନସୁର ଅଲ୍ଲି ଖାନ ପଟୋଦିଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ୨୭ ଡିସେମ୍ବର ୧୯୬୯ରେ ହୋଇଥିଲା। ଏହି ସମାରୋହ ପୂର୍ବରୁ ଶର୍ମିଲା ଟାଗୋର ଇସଲାମ ଧର୍ମ ଗ୍ରହଣ କରିଥିଲେ ଏବଂ ତାଙ୍କ ନାଁ ପରିବର୍ତ୍ତନ କରି ବେଗମ୍ ଆୟେଶା ସୁଲତାନା ଖାନ କରିଥିଲେ।

publive-image-ମଦର ଇଣ୍ଡିଆ ସେଟ୍‌ରେ ସୁନୀଲ ଦତ୍ତ ଏକ ଦୁର୍ଘଟଣାରୁ ଅଭିନେତ୍ରୀ ନର୍ଗିସ୍‌ଙ୍କର ଜୀବନ ଉଦ୍ଧାର କରିଥିଲେ। ଏହି ସମୟରେ ଦୁହେଁ ପରସ୍ପରକୁ ଭଲ ପାଇ ଯାଇଥିଲେ। ସୁନୀଲଙ୍କୁ ବିବାହ କରିବା ପାଇଁ ନର୍ଗିସ୍‌ ନିଜର ଧର୍ମ ପରିବର୍ତ୍ତନ କରିଥିଲେ। ବିହାହ ପରେ ସେ ତାଙ୍କ ନାଁ ଫାତିମା ରସିଦରୁ ନର୍ଗିସ୍ କରି ଦେଇଥିଲେ।

Advertisment

publive-image-ଅମୃତା ସିଂ ଏକ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ଯେତେବେଳେ ସେ ସୈଫ୍ ଅଲ୍ଲି ଖାନଙ୍କ ପ୍ରେମରେ ପଡ଼ିଲେ, ସେ ଧର୍ମ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଲେ। ଅମୃତା ବିବାହ ପାଇଁ ଇସଲାମ ଧର୍ମ ଗ୍ରହଣ କରିଥିଲେ। ସୈଫ୍‌ଙ୍କ ପରିବାର ଏହି ବିବାହକୁ ବିରୋଧ କରୁଥିଲେ। ତଥାପି ସୈଫ୍ ନିଜଠୁ ୧୨ ବର୍ଷ ବଡ ଅମୃତାଙ୍କୁ ବିବାହ କରିଥିଲେ। ତେବେ ବିବାହର ୧୩  ବର୍ଷ ପରେ ଏହି ଦମ୍ପତି ଅଲଗା ହୋଇଥିଲେ।

-ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କୁ ବିବାହ କରିବା ପରେ ଅଭିନେତ୍ରୀ ହେଜେଲ କିଚ ତାଙ୍କ ନାଁ ପରିବର୍ତ୍ତନ କରି ଗୁରୁବସନ୍ତ କୌର ରଖିଦେଇଥିଲେ।  ବିବାହ ପୂର୍ବରୁ ସେ ଖ୍ରୀଷ୍ଟିଆନ ଥିଲେ।

Advertisment

-ଅଳ୍ପ ବୟସରେ ସଫଳ ହୋଇଥିବା ଅଭିନେତ୍ରୀ ଦିବ୍ୟା ଭାରତି ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଥିଲେ। ସାଜିଦ ନାଦିଆଡୱାଲାଙ୍କୁ ବିବାହ କରିବା ପାଇଁ ସେ ଇସଲାମ ଧର୍ମ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ