/odishatv-khabar/media/post_attachments/uploadimage/library/16_9/16_9_0/Capture-8_1620916219.jpg)
Capture
ନୂଆଦିଲ୍ଲୀ: ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍ପେଣ୍ଡ କରିଦିଆଯାଇଛି । ତଥାପି ସେ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି । ଆଉ ନିଜର ବିଚାର ଲୋକଙ୍କ ଆଗରେ ରଖିବା ପାଇଁ ସେ ଇନ୍ଷ୍ଟାଗ୍ରାମ୍ର ବ୍ୟବହାର କରୁଛନ୍ତି । ସେ ଇସ୍ରାଏଲ-ଫିଲିସ୍ତିନ୍ ମାମଲାରେ ସୋସିଆଲ ମିଡିଆରେ ଇସ୍ରାଏଲକୁ ସମର୍ଥନ କରିଛନ୍ତି । ତେବେ ଏହି ଘଟଣାରେ ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ କଙ୍ଗନାଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
/odishatv-khabar/media/post_attachments/wp-content/uploads/2021/05/୧୧୧୧.png)
ମଙ୍ଗଳବାର ସୋସିଆଲ ମିଡିଆରେ ଇରଫାନ୍ ପଠାନ୍ ଫିଲିସ୍ତିନକୁ ସମର୍ଥନ କରିଥିଲେ । ଏହାସହ ସେ କାଗିସୋ ରାବାଡାଙ୍କ ଟ୍ୱିଟକୁ ରିଟ୍ୱିଟ ମଧ୍ୟ କରିଥିଲେ । ଏହି ଟ୍ୱିଟ୍ରେ ରବାଡ଼ା ‘#PrayforPalestine’ ଲେଖିଥିଲେ । ଅନ୍ୟପଟେ ଏହି ସମୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ବିଚାର ସେୟାର କରିଛନ୍ତି । ତାଙ୍କ ଟ୍ୱିଟର ଆକାଉଣ୍ଟ ସସ୍ପେଣ୍ଡ ହେବା ପରେ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ବିଧାୟକ ଦୀନେଶ ଚୌଧୁରୀଙ୍କ ଟ୍ୱିଟକୁ ସେୟାର କରିଛନ୍ତି ।
କେରାକତର ବିଜେପି ବିଧାୟକ ଦୀନେଶ ଚୌଧୁରୀ ଟ୍ୱିଟ କରିଥିଲେ ଯେ, ଇରଫାନ ପଠାନଙ୍କର ଅନ୍ୟ ଦେଶ ପ୍ରତି ଏତେ ଭଲପାଇବା ଅଛି କିନ୍ତୁ ସେ ନିଜ ଦେଶରେ ପଶ୍ଚିମବଙ୍ଗ ହିଂସା ଘଟଣାକୁ ନେଇ ଗୋଟିଏ ବି ଟ୍ୱିଟ କରିନାହାନ୍ତି ।
All My tweets are either 4 humanity or countrymen, from a point of view of a guy who has represented India at d highest level. On d contrary counters I get from ppl like Kangna who’s account get dismissed by spreading hate n some other paid accounts are only about hate. #planned
— Irfan Pathan (@IrfanPathan) May 13, 2021
ଏହାର ଜବାବରେ ଇରଫାନ୍ ଲେଖିଛନ୍ତି, ମୋର ସମସ୍ତ ଟ୍ୱିଟ୍ ମାନବ ଜାତିଏବଂ ଦେଶବାସୀଙ୍କ ପାଇଁ ଉଦ୍ଧିଷ୍ଟ ।ଏଥିରେ ସର୍ବୋଚ୍ଚ ସ୍ତରରେ ଦେଶର ପ୍ରତିନିଧିତ୍ୱ କରିଥିବା ବ୍ୟକ୍ତିଙ୍କ ଦୃଷ୍ଟିକୋଣ ରହିଛି। ତେବେ ମତେ କଙ୍ଗନାଙ୍କ ଭଳି ଲୋକଙ୍କମାନେ ସମାଲୋଚନା କରୁଛନ୍ତି ଯେଉଁମାନଙ୍କର ଟ୍ୱିଟର ଆକାଉଣ୍ଟ ସସ୍ପେଣ୍ଡ କରାଯାଇଛି । କାରଣ ସେମାନେ ନିଜ ପୋଷ୍ଟ ଦ୍ୱାରା ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଟି କରୁଛନ୍ତି । ଆଉ କିଛି ପେଡ୍ ଆକାଉଣ୍ଟ ରହିଛି ଯେଉଁମାନେ ଘୃଣା ଭାବ ସୃଷ୍ଟି କରୁଛନ୍ତି ସେମାନଙ୍କଠାରୁ ମଧ୍ୟ ମତେ ଶୁଣିବାକୁ ପଡ଼ୁଛି ।
କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ନିକଟରେ ସସ୍ପେଣ୍ଡ କରିଦିଆଯାଇଛି । ଯେତେବେଳେ ସେ ବିବାଦୀୟ ପୋଷ୍ଟ ସେୟାର କରିଥିଲେ । ଟ୍ୱିଟର ଆକାଉଣ୍ଟ ବନ୍ଦ ହେବା ପରେ ସେ ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ବେଶ ସକ୍ରିୟ ହୋଇ ଉଠିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)