Advertisment

ସୋନୁ ସୁଦ୍‌ଙ୍କୁ ବାହାଘର କାର୍ଡ ପଠେଇଲେ ନେହା, ସୋନୁ କହିଲେ-‘ଚାଲ...

ଆରା: କରୋନା ମହାମାରୀକୁ ନେଇ ଏ ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ଲକ୍ଷାଧିକ ଲୋକଙ୍କୁ ସହାୟତାର ହାତ ବଢାଇଥିବା ବଲିଉଡ ସୁପରଷ୍ଟାର ସୋନୁ ସୁଦ୍‌ (Sonu Sood) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସୋନୁ ସୁଦ୍‌ ଟ୍ୱିଟରରେ ନେହାଙ୍କ ବିବାହ ଆମନ୍ତ୍ରଣ ସ୍ୱୀକାର କରି ଚର୍ଚ୍ଚାକୁ ଆସିଛନ୍ତି। ବିହାର ଭୋଜପୁର ଜିଲ୍ଲାର ନବାଦା ଥାନା ଅଞ୍ଚଳର କରମନ ଟୋଲାର ବାସିନ୍ଦା।  ସେ ତାଙ୍କ ତାଙ୍କର ବିବାହ ପାଇଁ ଫିଲ୍ମ ଷ୍ଟାର ସୋନୁଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହି ବାହାଘର […]

ଅଦ୍ୟତନ ହୋଇଛି
ସୋନୁ ସୁଦ୍‌ଙ୍କୁ ବାହାଘର କାର୍ଡ ପଠେଇଲେ ନେହା, ସୋନୁ କହିଲେ-‘ଚାଲ...

neha

Advertisment

ଆରା: କରୋନା ମହାମାରୀକୁ ନେଇ ଏ ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ଲକ୍ଷାଧିକ ଲୋକଙ୍କୁ ସହାୟତାର ହାତ ବଢାଇଥିବା ବଲିଉଡ ସୁପରଷ୍ଟାର ସୋନୁ ସୁଦ୍‌ (Sonu Sood) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସୋନୁ ସୁଦ୍‌ ଟ୍ୱିଟରରେ ନେହାଙ୍କ ବିବାହ ଆମନ୍ତ୍ରଣ ସ୍ୱୀକାର କରି ଚର୍ଚ୍ଚାକୁ ଆସିଛନ୍ତି।

Advertisment

ବିହାର ଭୋଜପୁର ଜିଲ୍ଲାର ନବାଦା ଥାନା ଅଞ୍ଚଳର କରମନ ଟୋଲାର ବାସିନ୍ଦା।  ସେ ତାଙ୍କ ତାଙ୍କର ବିବାହ ପାଇଁ ଫିଲ୍ମ ଷ୍ଟାର ସୋନୁଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହି ବାହାଘର କାର୍ଡ ଟ୍ୱିଟ କରି ସୋନୁଙ୍କ ପାଖକୁ ପଠାଇଛନ୍ତି। ସୋନୁ ମଧ୍ୟ ଏହାର ରିପ୍ଲାଏ  ଦେଇଛନ୍ତି।

publive-image

publive-image

ନେହାଙ୍କ ବାହାଘର ନିମନ୍ତ୍ରଣ କାର୍ଡ ପଠାଇ ଲେଖିଥିଲେ-ବାହାଘରକୁ ଆପଣ ଆସିଲେ, ଦୁନିଆର ସବୁଠାରୁ କ୍ୟୁଟେଷ୍ଟ ଗାର୍ଲ ହୋଇଯିବି।’ ଏହି ନିମନ୍ତ୍ରଣ ପତ୍ର ପାଇବା ପରେ ସୋନୁ ଟ୍ୱିଟ କରି ଏହାର ଉତ୍ତରରେ ଲେଖିଥିଲେ-‘ଚାଲ, ବିହାରର ବାହାଘର ବି ଦେଖିବା।’

Advertisment

ଦେଖନ୍ତୁ:ନେହା-ରୋହନ, ଚୁମ୍ବନ ଭାଇରାଲ୍‌ ଫଟୋ

ଏହାପରେ ନେହା ମଧ୍ୟ ଉତ୍ତର ରଖିଥିଲେ, ‘ମୁଁ ଆପଣଙ୍କୁ ଅପେକ୍ଷା କରିଥିବି ସାର୍‌..।’ ନେହାଙ୍କ ଏହି ଉତ୍ତରରେ ମଧ୍ୟ ସୋନୁ ଲେଖିଥିଲେ-‘ ଚାଲ, ବିହାରର ବାହାଘର ବି ଦେଖିବା।’

ଏଠି କହିରଖିବୁ, କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇ ସୋନୁ ସୁଦ୍‌ ଦେଶ ତଥା ବିଦେଶରେ ଚର୍ଚ୍ଚାର ପରିଧିକୁ ଆସିଥିଲେ। ଏହି ସମୟରେ ଯିଏ ବି ସୋନୁଙ୍କୁ ସହାଯ୍ୟ ମାଗିଛନ୍ତି, ସମସ୍ତଙ୍କୁ ନିଜ ସାଧ୍ୟମତେ ସୋନୁ ଓ ତାଙ୍କ ଟିମ୍‌ ସାହାଯ୍ୟ କରିଛନ୍ତି।

Advertisment

ତେବେ ନେହାଙ୍କ ସହ ସୋନୁଙ୍କ ସମ୍ପର୍କ କ’ଣ ? ନେହାଙ୍କୁ କ’ଣ ସହାଯ୍ୟ କରିଥିଲେ ସୋନୁ ? ୨୦୨୦ ସେପ୍ଟେମ୍ବର ୧ ତାରିଖରେ ନେହା ଏକ ଟ୍ୱିଟ କରିଥିଲେ ଲକ୍‌ଡାଉନ ଯୋଗୁ ଦିଲ୍ଲୀ ଏମ୍‌ସରେ ମିଳିଥିବା ତାରିଖରେ ଅପରେଶନ ହୋଇ ପାରିବ ନାହିଁ। ସେ ସୋନୁଙ୍କୁ ଅନୁରୋଧ କରିଥିଲେ, କୌଣସି ପ୍ରକାରେ ଦିଲ୍ଲୀ ଏମ୍‌ସରେ ସର୍ଜରୀ କରାଇବା ପାଇଁ ଏକ ତାରିଖ ଧାର୍ଯ୍ୟ କରିବା ପାଇଁ।

ସୋନୁ ସେପ୍ଟେମ୍ବର ୫ ତାରିଖ ଟ୍ୱିଟରରେ ରିପ୍ଲାଏ ଦେଇ କହିଥିଲେ, ଆପଣଙ୍କ ଭଉଣୀ ଅସୁସ୍ଥ । ତାଙ୍କର ଡାକ୍ତରଖାନାରେ ଚିକିତ୍ସା ପାଇଁ ବ୍ୟବସ୍ଥା କରି ଦିଆଯାଇଛି। ତାଙ୍କୁ ଠିକ୍‌ କରିବାର ଦାୟିତ୍ୱ ମୋର।’

ସୋନୁଙ୍କ ଉଦ୍ୟମରେ ଏମ୍ସରେ ନେହାଙ୍କ ଭଉଣୀଙ୍କ ପେଟରେ ସର୍ଜରୀ ସଫଳତାର ସହ ହୋଇଯାଇଛି। ସର୍ଜରୀ ପରେ ସେ ସୁସ୍ଥ ହୋଇଥିଲେ। ତାଙ୍କର ପୁରା ପରିବାର ସୋନୁଙ୍କୁ  ଧନ୍ୟବାଦ ଦେଇଥିଲେ। ନେହା ସୋନୁଙ୍କୁ ଟ୍ୟାଗ କରି ଏକ ଭିଡିଓ ମଧ୍ୟ ପୋଷ୍ଟ କରି ତାଙ୍କୁ ଧନ୍ୟବାଦ ଦେଇଥିଲେ।

ଏଠି କହିରଖିବୁ, ନେହା ବାହାଘର ଡିସେମ୍ବର ୧୧ ତାରିଖ ହେବାକୁ ଯାଉଛି। ବ୍ୟାଙ୍କ ଅଫ ବରୋଦାରେ ପିଓ ପଦବୀରେ ଅବସ୍ଥାପିତ ବୈଭବଙ୍କୁ ବିବାହ କରିବେ ନେହା। ବୈଭବ ଆରା ଅଞ୍ଚଳର ବାସିନ୍ଦା। ତାଙ୍କର ପୁରା ପରିବାର ଚଣ୍ଡୀଗଡରେ ରୁହନ୍ତି। ନେହା ନିଜେ ସ୍ଥାନୀୟ ଏକ ମଧ୍ୟବିଦ୍ୟାଳୟରେ ଶିକ୍ଷକତା କରନ୍ତି।

Sonu Sood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ