/odishatv-khabar/media/post_attachments/uploadimage/library/16_9/16_9_0/ritesh_1627290413.jpg)
ritesh
ମୁମ୍ବାଇ: ସୋସିଆଲ ମିଡିଆରେ ହୃଦୟକୁ ଆନ୍ଦୋଳିତ କଲା ଭଳି ଭିଡିଓ ଶେୟାର କରିଛନ୍ତି ଅଭିନେତା ରିତେଶ ଦେଶମୁଖ। ନିଜ ପିତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଲାସରାଓ ଦେଶମୁଖଙ୍କ ଆଜି ୭୫ତମ ଜୟନ୍ତୀ। ଆଉ ଏହି ଅବସରରେ ସୋସିଆଲ ମିଡିଆରେ ସେ ଭାବବିହ୍ୱଳ ଭିଡିଓ ପୋଷ୍ଟ କରିଛନ୍ତି। ଭଡିଓରେ ବାପାଙ୍କର ଭଲପାଇବା ଶ୍ନେହଁକୁ ଖୁବ୍ ମନେ ପକାଇ ଭାବପ୍ରବଣ ହୋଇଛି ରିତେଶ।
ବଲିଉଡ ସିଙ୍ଗର ସୋନୁ ନିଗମଙ୍କ ଏକ ଗୀତରେ ସେ ଏହି ଭିଡିଓ ଶୁଟ୍ କରିଛନ୍ତି। ଭିଡିଓରେ ରିତେଶ ନିଜ ବାପା ଭୂମିକାରେ ଅଭିନୟ କରି ନିଜକୁ ଗେଲ କରୁଛନ୍ତି। ଆଉ ବାପାଙ୍କ ସ୍ନେହଁକୁ ଅନୁଭବ କରୁଛନ୍ତି। ରିତେଶ ହ୍ୟାଙ୍ଗରେ ଟଙ୍ଗା ହୋଇଥିବା କୁର୍ତ୍ତା ଓ ଜ୍ୟାକେଟ୍ ପାଖକୁ ଯାଇ କୁର୍ତ୍ତାର ଗୋଟିଏ ହାତରେ ନିଜ ହାତ ଭର୍ତ୍ତି କରି ନିଜ ପିଠିକୁ ଆଉଁଶୁଛନ୍ତି, ନିଜକୁ ଗେଲ କରୁଛନ୍ତି, ଠିକ୍ ବାପା ଯେମିତି ତା ପିଲାକୁ ସ୍ନେହଁ କରେ। ଆଉ ବାପାଙ୍କ ସ୍ନେହଁକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି ସେ। ଲାଗୁଛି ଯେମିତି ତାଙ୍କ ବାପା ତାଙ୍କ ମୁଣ୍ଡକୁ ଆଉଁଶି ଦେଉଛନ୍ତି, ତାଙ୍କ ପିଠିରେ ହାତ ଥାପୁଡ଼େଇ ସାବାସୀ ଦେଉଛନ୍ତି।
Happy Birthday PAPPA, Miss You everyday. #VilasraoDeshmukh75pic.twitter.com/P7zY1rOESi
— Riteish Deshmukh (@Riteishd) May 26, 2020
ଏହି ଟିକ୍ଟକ୍ ଭିଡିଓକୁ ରିତେଶ ଟ୍ୱିଟ୍ କରି ଲେଖିଛନ୍ତି 'ହ୍ୟାପୀ ବାର୍ଥଡେ, ପାପା ମିସ୍ ୟୁ ଏଭ୍ରିଡେ #VilasraoDeshmukh75'। ଭିଡିଓରେ ଶେଷ ବେଳକୁ ବାପାଙ୍କ ସହିତ ରିତେଶଙ୍କର ଏକ ବ୍ୟାକ୍ସାଇଟ୍ ଫଟୋ ମଧ୍ୟ ଆସୁଛି।
ଟ୍ୱିଟର୍ରେ ଏହି ଭିଡିଓ ଅପ୍ଲୋଡ୍ ହେବା ପରେ ଏହା ଭାଇରାଲ୍ ହେବାରେ ଲାଗିଛି। ବିଡିଓଟିକୁ ୪୫ ହଜାରରୁ ଊର୍ଦ୍ଧ୍ୱ ଲାଇକ୍ ମିଳିଥିବା ବେଳେ ୪ ହଜାରରୁ ଅଧିକ ରି-ଟ୍ୱିଟ୍ କରାଯାଇ ସାରିଲାଣି। ଟ୍ୱିଟରାଟୀମାନେ ମଧ୍ୟ କମେଣ୍ଟରେ ବିଳାସରାଓଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)