/odishatv-khabar/media/post_attachments/uploadimage/library/16_9/16_9_0/ranu_1625131188.jpg)
ranu
ମୁମ୍ବାଇ: ଫୁଟ୍ପାଥରୁ ବଲିଉଡ୍ ଯାତ୍ରା ଓ ପରେ ଅଶୋଭନୀୟ ଆଚରଣ ପାଇଁ ଲୋକପ୍ରିୟତା ହରାଇଥିବା ଗାୟିକା ରାନୁ ମଣ୍ଡଳଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର୍ ଧରିଛି। ରାନୁ ଏକ ବାୟୋପିକ୍ ଫିଲ୍ମରେ ଗୀତ ଗାଇବାକୁ ଯାଉଛନ୍ତି।
ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କର ବାୟୋପିକ୍ ଫିଲ୍ମ ‘ସରୋଜିନୀ’ର ସମସ୍ତ ଗୀତ ରାନୁ ମଣ୍ଡଳ ଗାଇବେ । ଏଥିରେ ଦୀପିକା ସରୋଜିନୀ ନାଇଡୁଙ୍କ ଭୂମିକାରେ ଅଭିନୟ କରିବାକୁ ଥିବା ଫିଲ୍ମଟିକୁ ଲେଖିଛନ୍ତି ଧୀରଜ ମିଶ୍ରା। ଏ ନେଇ ରାନୁଙ୍କର ଏକ ଭିଡିଓ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଦୀପିକା।
ଦୀପିକା ଟ୍ୱିଟ୍ କରିଥିବା ଭିଡିଓରେ ରାନୁ ଫିଲ୍ମରେ ଗୀତ ଗାଇଥିବା ନେଇ ସୂଚନା ଦେଇଥିବା ବେଳେ ଫ୍ୟାନ୍ମାନଙ୍କର ଭଲପାଇବା କାମନା କରିଛନ୍ତି। ଦର୍ଶକଙ୍କୁ ରାନୁ କହିଛନ୍ତି “ମୁଁ ଆଶା କରୁଛି ଯେ ଯେଉଁ ଭଲପାଇବା ଆପଣ ମୋତେ ଦେଇଛନ୍ତି ତାହା ପୁଣିଥରେ ଦେବେ।’’ ତେବେ ଫିଲ୍ମଟି ଧୀରଜ ମିଶ୍ରା ଲେଖିଥିବା ଟ୍ୱିଟ୍ କରି କହିଛନ୍ତି ଅଭିନେତ୍ରୀ ଦୀପିକା ଚିଖାଲିଆ।
କୋକିଳ କଣ୍ଠୀ ଲତା ମଙ୍ଗେସ୍କରଙ୍କ ଗୀତ ଗାଇ ସୋସିଆଲ୍ ମିଡିଆରେ ଫେମସ୍ ହେବା ପରେ ପ୍ରଥମେ ହିମେସ ରେସମିଆ ତାଙ୍କୁ ଆଲବମ୍ରେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ।ଧୀରେ ଧୀରେ ରାନୁଙ୍କ ଲୋକପ୍ରିୟତା ମଧ୍ୟ ବଢ଼ିଥିଲା। କିନ୍ତୁ ଏହା ବେଶି ଦିନ ତିଷ୍ଠି ରହିପାରିଲା ନାହିଁ। ରାନୁଙ୍କର ଅଶୋଭନୀୟ ଆଚରଣ ଯୋଗୁ ତାଙ୍କୁ ଅନେକ ଟ୍ରୋଲ୍ର ଶିକାର ହେବାକୁ ପଡ଼ିଥିଲା। ଏମିତିକି ହିମେସ ତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିବାରୁ ସେ ମଧ୍ୟ ଅନେକ ଟ୍ରୋଲ୍ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)