Advertisment

ପରଦାରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର କାହାଣୀ, ରିଲିଜ୍‌ ହେଲା ଟିଜର୍

ପରଦାରେ ଆସିବ ସର୍ଜିକାଲ୍ ଷ୍ଟ୍ରାଇକ୍‌ର କାହାଣୀ। ଭାରତୀୟ ଯବାନଙ୍କ ଏହି ବୀରତ୍ୱର କାହାଣୀକୁ ନେଇ ନିର୍ମାଣ ହୋଇଛି ହିନ୍ଦୀ ଫିଲ୍ମ ‘ଉରି’। ଏହାର ଟିଜର୍ ମଧ୍ୟ ରିଲିଜ୍‌ ହୋଇସାରିଛି। ଭାରତୀୟ ସେନା କ୍ୟାମ୍ପ୍‌ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତୀୟ ଯବାନଙ୍କ କାର୍ଯ୍ୟାନୁଷ୍ଠାନର ପୂରା କାହାଣୀକୁ ଅତି ନିଖୁଣ ଭାବେ ସିଲ୍‌ଭର୍‌ ସ୍କ୍ରିନ୍‌ରେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି। ‘ଉରି’ର ଟିଜର୍ ରିଲିଜ୍ ହେବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କାଶ୍ମୀରସ୍ଥିତ ‘ଉରି’ ବେସ୍‌ କ୍ୟାମ୍ପ […]

author-image
Abinash Pati
ପରଦାରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର କାହାଣୀ, ରିଲିଜ୍‌ ହେଲା ଟିଜର୍

yami

ପରଦାରେ ଆସିବ ସର୍ଜିକାଲ୍ ଷ୍ଟ୍ରାଇକ୍‌ର କାହାଣୀ। ଭାରତୀୟ ଯବାନଙ୍କ ଏହି ବୀରତ୍ୱର କାହାଣୀକୁ ନେଇ ନିର୍ମାଣ ହୋଇଛି ହିନ୍ଦୀ ଫିଲ୍ମ ‘ଉରି’। ଏହାର ଟିଜର୍ ମଧ୍ୟ ରିଲିଜ୍‌ ହୋଇସାରିଛି।

Advertisment

ଭାରତୀୟ ସେନା କ୍ୟାମ୍ପ୍‌ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତୀୟ ଯବାନଙ୍କ କାର୍ଯ୍ୟାନୁଷ୍ଠାନର ପୂରା କାହାଣୀକୁ ଅତି ନିଖୁଣ ଭାବେ ସିଲ୍‌ଭର୍‌ ସ୍କ୍ରିନ୍‌ରେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି। ‘ଉରି’ର ଟିଜର୍ ରିଲିଜ୍ ହେବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

କାଶ୍ମୀରସ୍ଥିତ ‘ଉରି’ ବେସ୍‌ କ୍ୟାମ୍ପ ଉପରେ ପାକିସ୍ତାନ ଆକ୍ରମଣରେ ୧୯ ଜଣ ଯବାନ ସହିଦ ହୋଇଥିଲେ। ଯାହାର ପ୍ରତିଶୋଧ ନେବା ପାଇଁ ୨୮ ସେପ୍ଟେମ୍ବର ୨୦୧୬ ମଧ୍ୟରାତ୍ରୀରେ ଭାରତ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଥିଲା।

Advertisment

ସର୍ଜିକାଲ୍ ଷ୍ଟ୍ରାଇକ୍‌ର ଏହି ସତ ଘଟଣାକୁ ନେଇ ରୋନି ସ୍କ୍ରିଉଓ୍ୱାଲାଙ୍କ ପ୍ରଯୋଜନା ଓ ଆଦିତ୍ୟ ଧର ନିର୍ଦ୍ଦେଶନାରେ ବଲିଉଡ୍‌ର ଅପ୍‌କମିଙ୍ଗ୍ ମୁଭି ‘ଉରି’ ଫିଲ୍ମ ୨୦୧୯ରେ ପରଦାକୁ ଆସିବ।

ଏହି ଫିଲ୍ମରେ ବିକି କୌଶଲ, ୟାମୀ ଗୌତମ, ପରେଶ ରାଓ୍ୱଲଙ୍କ ପରି କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଜାନୁଆରୀ ୧୧, ୨୦୧୯ ରେ ଏହି ଫିଲ୍ମ ରିଲିଜ୍‌ ହେବ। ଫିଲ୍ମଟି ଦର୍ଶକୀୟ ସଫଳତା ପାଇବା ବୋଲି ଫିଲ୍ମ କ୍ରୀଉ ଆଶାବାଦୀ ଅଛନ୍ତି।

Video courtesy: Youtube

Advertisment
Advertisment