/odishatv-khabar/media/post_attachments/uploadimage/library/16_9/16_9_0/Capture-8_1622900637.jpg)
Sonu Sood
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କୁରେଶୀ ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଏହା ଶୁଣି ଏକ ସାକ୍ଷାତକାରରେ ସୋନୁ ଲାଜେଇ ଯାଇଥିଲେ, ଆଉ କହିଥିଲେ ଯେ ‘ଏହା ଟିକିଏ ଅଧିକ ହୋଇଯାଉଛି’ । ଏହା ତାଙ୍କର ମହାନତା । ଯଦି ତାଙ୍କୁ ଲାଗୁଛି ଯେ ମୁଁ ପ୍ରଧାନମନ୍ତ୍ରୀ ହେବା ଉଚିତ୍, ତେବେ ନିଶ୍ଚିତ ଭାବେ ମୁଁ କିଛି ଭଲ କାମ କରୁଛି । କିନ୍ତୁ ମୁଁ ତାଙ୍କ କଥାରେ ବିଲକୁଲ ସହସତ ନୁହେଁ । ଆମ ପାଖରେ ଜଣେ ଦକ୍ଷ ପ୍ରଧାନମନ୍ତ୍ରୀ ଅଛନ୍ତି । ଏହିପରି କୌଣସି ବି ଦାୟିତ୍ୱ ବହନ କରିବା ପାଇଁ ମୁଁ ବହୁତ ସାନ । ହଁ, ମୁଁ ଜାଣେ ଯେ, ରାଜୀବ ଗାନ୍ଧୀ ୪୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ, କିନ୍ତୁ ସେ ଏକ ବିଶେଷ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ । ଏହା ବ୍ୟତୀତ ସେ ଏକ ରାଜନୈତିକ ପରିବାରରୁ ମଧ୍ୟ ଆସିଥିଲେ । କିନ୍ତୁ ମୋର ଏଭଳି କୌଣସି ବି ଅଭିଜ୍ଞତା ନାହିଁ ।’
ସ୍ପଟବୟ ସହ କଥାବାର୍ତ୍ତା ବେଳେ ସୋନୁ ସୁଦ କହିଛନ୍ତି ଯେ, ସେ ନିଜକୁ ରାଜନୀତିରୁ ଦୂରେଇ ରଖିବାକୁ ଚାହୁଁଛନ୍ତି । ସୋନୁ ଅନୁଭବ କରନ୍ତି ଯେ, ନେତୃତ୍ୱ ଭଳି ଜିନିଷ ଅନାବଶ୍ୟକ ଭାବରେ ତାଙ୍କ ପ୍ରତିପକ୍ଷଙ୍କୁ ବିରକ୍ତ କରିବ । ବହୁତ ଲୋକ ଅଛନ୍ତି ଯେଉଁମାନେ ବିଲକୁଲ ଚାହାନ୍ତି ନାହିଁ କି ମୁଁ ରାଜନୀତିରେ ପ୍ରବେଶ କରେ । ମୁଁ ସେମାନଙ୍କୁ ଚିନ୍ତାରେ ପକାବାକୁ ମଧ୍ୟ ଚାହେଁ ନାହିଁ ।ମୋ ପାଇଁ ଜରୁରୀ ହେଉଛି କେବଳ କାମ କରିବା ଆଉ ଲୋକଙ୍କୁ ସାହାଯ୍ୟ କରିବା । ମୁଁ ଜଣେ ଅଭିନେତା ଭାବରେ ନିଜ କାମକୁ ଉପଭୋଗ କରୁଛି । ମୁଁ ଭାବୁଛି ଆମେ ସମସ୍ତେସରକାରଙ୍କ ସହ ମିଶି ନିଜ ନିଜ କାର୍ଯ୍ୟ ସମ୍ପାଦନ କରିପାରିବା ।
ତେବେ କିଛି ଦିନ ପୂର୍ବରୁ ହୁମା କୁରେଶି ବଲିଉଡ ହଙ୍ଗାମା ସହ କଥାବାର୍ତ୍ତା ବେଳେ ନିଜର ମତାମତ ଦେଇଥିଲେ । ହୁମା କହିଥିଲେ ଯେ, ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ସୋନୁ ସୁଦଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ୍ । କରୋନା କାଳରେ ସୋନୁ ସୁଦଙ୍କ ସାହାଯ୍ୟକୁ ଦେଖି ଅନେକ ଲୋକ ତାଙ୍କୁ ପରାମର୍ଶ ଦେଇଛନ୍ତି । କିନ୍ତୁ ସୋନୁ କେବଳ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟସ୍ତ ଅଛନ୍ତି ।
ହୁମା ଏହି ସମୟରେ ଚଳଚ୍ଚିତ୍ର ‘ମହାରାଣୀ’ରେ ନିଜର ଦମଦାର ଭୂମିକା ପାଇଁ ଚର୍ଚ୍ଚାରେ ଅଛନ୍ତି । ରାଜନୀତି ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ସେ ମୁଖ୍ୟମନ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)