Advertisment

ଅଭିନେତା ଋଷି କପୁର୍‌ଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଋଷି କପୁର୍‌ଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ‌ମୁମ୍ବାଇ ସ୍ଥିତ ସାର୍‌ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବୁଧବାର ସକାଳେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏନେଇ ଋଷିଙ୍କ ଭାଇ ରଣଧୀର କପୁର ସୂଚନା ଦେଇଥିଲେ। ଋଷି କପୁରଙ୍କ ମୃତ୍ୟୁ ଖବରକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି […]

author-image
Otv Khabar Bureau
ଅଭିନେତା ଋଷି କପୁର୍‌ଙ୍କ ପରଲୋକ

rishi kapoor 2

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଋଷି କପୁର୍‌ଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ‌ମୁମ୍ବାଇ ସ୍ଥିତ ସାର୍‌ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ।

Advertisment

ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବୁଧବାର ସକାଳେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏନେଇ ଋଷିଙ୍କ ଭାଇ ରଣଧୀର କପୁର ସୂଚନା ଦେଇଥିଲେ।

ଋଷି କପୁରଙ୍କ ମୃତ୍ୟୁ ଖବରକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଟ୍ୱିଟ୍‌ କରି ଗଭୀର ଶୋକ ପ୍ରକାଶ କରିଛନ୍ତି।

Advertisment

୨୦୧୮ରେ ସେ କ୍ୟାନସରରେ ପୀଡିତ ହୋଇଥିଲେ। ତା’ପରେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ସେ ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ ଓ ପରେ ସେ ମୁମ୍ବାଇ ଫେରିଥିଲେ।

ଫିଲ୍ମ କ୍ୟାରିୟର ଭିତରେ ଋଷି କପୁର ଅନେକ ଫିଲ୍ମରେ ଅଭିନୟ କରି ଲୋକମାନଙ୍କ ପ୍ରଶଂସା ସାଉଁଟିଥିଲେ। ଗତ ଡିସେମ୍ବର ମାସରେ ରିଲିଜ ହୋଇଥିବା ଇମ୍ରାନ୍‌ ହାସ୍‌ମିଙ୍କ ଅଭିନୀତ ଫିଲ୍ମ “ଦ ବଡି”ରେ ଅଭିନୟ କରିଥିବା ତାଙ୍କୁ ଦେଖିବାକୁ ମିଳିଥିଲା।

୧୯୭୦ରେ ରିଲିଜ୍ ହୋଇଥିବା ଫିଲ୍ମ “ମେରା ନାମ୍‌ ଜୋକର୍‌”ରେ ଋଷି, ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଋଷିଙ୍କ ବାପା ରାଜ କପୁର୍‌ ଅଭିନୟ ମଧ୍ୟ କରିଥିଲେ। ଶିଶୁ କଳାକାର ଭାବେ ଏହି ଫିଲ୍ମରେ ଅଭିନୟ ପାଇଁ ଋଷିଙ୍କୁ ନ୍ୟାସ୍‌ନାଲ୍‌ ଫିଲ୍ମ ଆୱାର୍ଡ ମିଳିଥିଲା। ସେ ୧୯୭୩ ମସିହାରେ ଡିମ୍ପଲ କପାଡିଆଙ୍କ ସହ “ବବି” ଫିଲ୍ମରେ ଅଭିନୟ କରିଥିଲେ ଓ ୧୯୭୪ରେ ତାଙ୍କୁ ଫିଲ୍ମଫେୟାର୍ ବେଷ୍ଟ୍‌ ଆକ୍ଟର ଆୱାର୍ଡ ମିଳିଥିଲା। ‌

୧୯୭୩ରୁ ୨୦୦୦ ମସିହା ମଧ୍ୟରେ ଋଷି ଅଭିନୀତ କରିଥିବା ଫିଲ୍ମ ମଧ୍ୟରୁ ୩୬ଟି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଥିଲା। ୨୦୦୮ରେ ଫିଲ୍ମଫେୟାର୍‌ ଲାଇଫ୍‌ଟାଇମ୍‌ ଆ‌ଚିଭ୍‌ମେଣ୍ଟ୍‌ ଆୱାର୍ଡରେ ତାଙ୍କୁ ସମ୍ମାନିତ କରାଯାଇଥିଲା। “Do Dooni Chaar” ପାଇଁ ୨୦୧୧ରେ ବେଷ୍ଟ୍‌ ଆକ୍ଟର ଭାବେ ତାଙ୍କୁ ଫିଲ୍ମଫେୟାର୍‌ କ୍ରିଟିକ୍ସ ଆୱାର୍ଡ ମିଳିଥିଲା।

Advertisment
Advertisment