/odishatv-khabar/media/post_attachments/uploadimage/library/16_9/16_9_0/actor_1620572165.jpg)
actor.11JPG
ନୂଆଦିଲ୍ଲୀ: ଅଭିନେତା ରାହୁଲ ବୋହରା ଦୀର୍ଘଦିନ ଧରି ମହାମାରୀ କରୋନା ଭାଇରସ ସହ ଲଢିବା ପରେ ଶେଷରେ ହାରି ଯାଇଛନ୍ତି । ନେଟଫ୍ଲିକ୍ସ ଫିଲ୍ମ ଅନଫ୍ରିଡମ୍ (Unfreedom) ରେ ଦେଖିବାକୁ ମିଳିଥିବା ଅଭିନେତା ରାହୁଲ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଲୋକଙ୍କୁ ସହାୟତା ମାଗିଥିଲେ । ଫେସବୁକ୍ ଜରିଆରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଅନୁନୟ ହୋଇ କହିଥିଲେ । ଥିଏଟର ଡାଇରେକ୍ଟର ତଥା ପ୍ଲେ ରାଇଟର ଅରବିନ୍ଦ ଗୌର ଫେସବୁକ ଜରିଆରେ ରାହୁଲଙ୍କ ମୃତ୍ୟୁ ସୂଚନା ଦେଇଛନ୍ତି ।
/odishatv-khabar/media/post_attachments/wp-content/uploads/2021/05/actor0003.jpg)
ଋାହୁଲ ଏହି ଘଡିସନ୍ଧି ମୁହୂର୍ତ୍ତରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ତେବେ ମୃତ୍ୟୁ ପୂର୍ବରୁ ସେ ଫେସ୍ବୁକ୍ରେ ଶେଷଥର ପାଇଁ ପୋଷ୍ଟ କରି ଚିକିତ୍ସା ସହାୟତା ମାଗିଥିଲେ । ମିଡିଆ ରିପୋର୍ଟ ଅନୁସାରେ ରାହୁଲ କରୋନା ସଂକ୍ରମିତ ଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଉଥିଲା । ଶେଷରେ ଅସହାୟ ହୋଇପଡ଼ିଲେ ଆଉ ଅତି ବିକଳ ହୋଇ ଚିକିତ୍ସା ସହାୟତା ଲୋଡ଼ିଥିଲେ । ହେଲେ ତାଙ୍କ ଜୀବନକୁ କେହି ବଞ୍ଚାଇ ରଖିପାରିଲେ ନାହିଁ । ରାହୁଲଙ୍କର ଭାବପ୍ରବଣ ଶେଷ ପୋଷ୍ଟ ପଢିଲେ କାହାରି ଆଖିରେ ବି ଲୁହ ରହିବ ନାହିଁ ।
/odishatv-khabar/media/post_attachments/wp-content/uploads/2021/05/actor001.jpg)
ଶେଷ ସମୟ ପର୍ଯ୍ୟନ୍ତ ସେ ଭଲ ଚିକିତ୍ସା ପାଇଁ ଅପେକ୍ଷା କରିଥିଲେ । ହେଲେ ସେ ଚିକିତ୍ସା ସୁବିଧା ପାଇଲେ ନାହିଁ । ଡାଇରେକ୍ଟର ଅରବିନ୍ଦ ଗୌର ରାହୁଲଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି କହିଛନ୍ତି, ‘ରାହୁଲ ବୋହରା ଆଉ ନାହାନ୍ତି । ମୋର ଜଣେ ଦକ୍ଷ, ଲୋକପ୍ରିୟ କଳାକାର ଆଉ ଏଇ ଦୁନିଆରେ ନାହାନ୍ତି । କାଲି ହିଁ ସେ ମୋତେ କହିଥିଲେ, ମୁଁ ବଞ୍ଚି ପାରିବି, ଯଦି ମୋତେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିବ । ସେ ନିଜର ସମସ୍ତ ବିବରଣୀ ଫେସବୁକ୍ରେ ଶେୟାର କରିଥିଲେ । ଏଥିସହିତ ସେ ଲେଖିଥିେଏ ‘ଖୁବ୍ ଶିଘ୍ର ଜନ୍ମ ନେବି ଏବଂ ଭଲ କାମ କରିବି । ଏବେ ଆଉ ମୋର ଧୈର୍ଯ୍ୟ ନାହିଁ ।’
/odishatv-khabar/media/post_attachments/wp-content/uploads/2021/05/actor-02.jpg)
ତାଙ୍କୁ ରାଜୀବ ଗାନ୍ଧି ହସ୍ପିଟାଲରୁ ଆୟୁଷ୍ମାନ ଦ୍ୱାରକାକୁ ସିଫ୍ଟ କରାଯାଇଥିଲା । ହେଲେ ତାଙ୍କ ଜୀବନ ରକ୍ଷା ହୋଇ ପାରିଲା ନାହିଁ । ପ୍ଲିଜ, ଆମକୁ କ୍ଷମା କରିଦେବ ରାହୁଲ । ଆମେ ତୁମର ଅପରାଧୀ । ତୁମକୁ ଶେଷ ପ୍ରଣାମ ’
ରାହୁଲ ବୋହରା ଉତ୍ତରାଖଣ୍ଡରେ ଡିଜିଟାଲ ପ୍ଲାଟଫର୍ମରେ ଖୁବ୍ ଲୋକପ୍ରିୟ ଥିଲେ । ସେ ଲେଖିକା ଜ୍ୟୋତି ତିୱାରୀଙ୍କୁ ବିବାହ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)