/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error160_1625492402.jpg)
Amitabh Bachhan
ବିଗ୍ ବି’ଙ୍କ ଘରେ ବୁଲିବ ବୁଲଡୋଜର । ଭାଙ୍ଗିବ ଅମିତାଭ ବଚ୍ଚନଙ୍କ ବଙ୍ଗଳା । ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଥମ ବଙ୍ଗଳା ପ୍ରତୀକ୍ଷାର କିଛି ଅଂଶ ଭାଙ୍ଗିବାକୁ ଯାଉଛି ବିଏମସି । ବିଗ ବି’ଙ୍କ ବଙ୍ଗଳା ଥିବା ସନ୍ଥ ଜ୍ଞାନେଶ୍ୱର ମାର୍ଗର ଏହି ରାସ୍ତା ପ୍ରଶସ୍ତୀକରଣ ପାଇଁ ବିଏମସି ୨୦୧୭ରେ ଯୋଜନା କରିଥିଲା ।
/odishatv-khabar/media/post_attachments/wp-content/uploads/2021/07/vlcsnap-error698.png)
ରାସ୍ତା ଉପରେ ଅବୈଧ ନିର୍ମାଣ କରିଥିବା ଅଭିଯୋଗରେ ଅମିତାଭ ବଚ୍ଚନ, ରାଜକୁମାର ହିରାନୀ, ଅବରୟ ରିଆଲଟି ଏବଂ ସଞ୍ଜୟ ବ୍ୟାସଙ୍କ ସମେତ ୭ଜଣଙ୍କୁ ବିଏମସି ପକ୍ଷରୁ ନୋଟିସ ହୋଇଥିଲା ।
/odishatv-khabar/media/post_attachments/wp-content/uploads/2021/07/vlcsnap-error800.png)
ତେବେ ସେତେବେଳେ କୌଣସି କାରଣରୁ କାର୍ଯ୍ୟାନୁଷ୍ଠାନ ନେଇନଥିଲା ବିଏମସି । ଏବେ ପୁଣି ୪ ବର୍ଷ ତଳର ସେହି ପ୍ରସଙ୍ଗକୁ ଉଠାଇଛନ୍ତି କଂଗ୍ରେସ କାଉନସିଲର ତୁଲିପ ବ୍ରିଆନ ମିରାଣ୍ଡା । ସର୍ଭିସ ନୋଟିସ ମିଳିବା ପରେ ବିଏମସିର ହାତ କାହିଁକି ବଙ୍ଗଳା ଭାଙ୍ଗିବାକୁ ଗଲାନି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏହାପରେ ଆକ୍ସନ ମୋଡକୁ ଆସିଯାଇଛି ସ୍ଥାନୀୟ ପ୍ରଶାସନ । ମିଳିଥିବା ସୂଚନା ଅନୁସାରେ ଅମିତାଭଙ୍କ ବଙ୍ଗଳାର ୮ରୁ ୯ ଫୁଟ ଯାଏଁ ଭଙ୍ଗାଯାଇପାରେ । ଏଥିରେ ଅମିତାଭଙ୍କ ବଙ୍ଗଳାର ପାଚେରୀ ଏବଂ ଅନ୍ୟ କିଛି ନିର୍ମାଣ ଧୂଳିସାତ ହୋଇଯିବା ସମ୍ଭାବନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)