Advertisment

କରୋନା ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ମାଗଣାରେ ପିଲାଙ୍କୁ ଖାଇବାକୁ ଦେବେ ଅର୍ଜୁନ୍‌

ମୁମ୍ବାଇ: କିଛି ଦିନ ପୂର୍ବରୁ ଅର୍ଜୁନ କପୁର ଏକ ନୂଆ ଷ୍ଟାର୍ଡଅପ୍‌ ଆରମ୍ଭ କରିବା ନେଇ ଆଲୋଚନା କରୁଥିଲେ। ଏଥିରେ ଖାଦ୍ୟ ବିତରଣ କାର୍ଯ୍ୟକ୍ରମ ସାମିଲ୍‌ ହେବ ବୋଲି ସୂଚନା ମିଳିଥିଲା। ଏହି ଷ୍ଟାର୍ଟ ଅପ୍ ମାଧ୍ୟମରେ ସେ ଲିଙ୍ଗଗତ ଅସମାନତା ହ୍ରାସ କରିବାକୁ ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବାକୁ ଚାହୁଁଥିଲେ। ଏହି ଷ୍ଟାର୍ଟଅପ୍‌ ମାଧ୍ୟମରେ ସେ ପ୍ରତି ମାସରେ ପ୍ରାୟ ୧୦୦୦ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାର ନିଷ୍ପତ୍ତି ନେଇଛନ୍ତି। ଅର୍ଜୁନ୍‌ଙ୍କ କହିବା ଅନୁଯାୟୀ ‘କରୋନା […]

କରୋନା ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ମାଗଣାରେ ପିଲାଙ୍କୁ ଖାଇବାକୁ ଦେବେ ଅର୍ଜୁନ୍‌

arjun-kapoor

Advertisment

ମୁମ୍ବାଇ: କିଛି ଦିନ ପୂର୍ବରୁ ଅର୍ଜୁନ କପୁର ଏକ ନୂଆ ଷ୍ଟାର୍ଡଅପ୍‌ ଆରମ୍ଭ କରିବା ନେଇ ଆଲୋଚନା କରୁଥିଲେ। ଏଥିରେ ଖାଦ୍ୟ ବିତରଣ କାର୍ଯ୍ୟକ୍ରମ ସାମିଲ୍‌ ହେବ ବୋଲି ସୂଚନା ମିଳିଥିଲା। ଏହି ଷ୍ଟାର୍ଟ ଅପ୍ ମାଧ୍ୟମରେ ସେ ଲିଙ୍ଗଗତ ଅସମାନତା ହ୍ରାସ କରିବାକୁ ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବାକୁ ଚାହୁଁଥିଲେ। ଏହି ଷ୍ଟାର୍ଟଅପ୍‌ ମାଧ୍ୟମରେ ସେ ପ୍ରତି ମାସରେ ପ୍ରାୟ ୧୦୦୦ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାର ନିଷ୍ପତ୍ତି ନେଇଛନ୍ତି।

Advertisment

ଅର୍ଜୁନ୍‌ଙ୍କ କହିବା ଅନୁଯାୟୀ 'କରୋନା ମହାମାରୀ ଆମ ଦେଶରେ ଅନେକ ନୂଆ ଅସୁବିଧା ସୃଷ୍ଟି କରିଛି ଏବଂ ପିଲାମାନେ ଏହା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ପରିବାରର ଆୟରେ ପରିବର୍ତ୍ତନ ପାଇଁ ପିଲାମାନଙ୍କ ଖାଦ୍ୟ ପେୟରେ ଅସୁବିଧା ସୃଷ୍ଟି ହେଉଛି। ମୁଁ ମୋର ଭେଞ୍ଚର ଫୁଡ୍ କ୍ଲାଉଡ୍ ମାଧ୍ୟମରେ ପିଲାମାନଙ୍କର ଯତ୍ନ ନେବାକୁ ଏବଂ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ଚେଷ୍ଟା କରିଛି ।

ଅର୍ଜୁନ କପୁର ଏହା ମଧ୍ୟ କହିଛନ୍ତି ଯେ କରୋନା ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ତାଙ୍କ ପ୍ଲାଟଫର୍ମ ପିଲାମାନଙ୍କୁ ଏମିତି ସାହାଯ୍ୟ କରିଚାଲିଥିବ। ସେ କହିଛନ୍ତି, 'ପିଲାମାନେ କେବେ ଭୋକିଲା କିମ୍ବା ପୁଷ୍ଟିକର ଅଭାବ ହେବା ଉଚିତ୍ ନୁହେଁ। ଆମର ଲକ୍ଷ୍ୟ ହେଉଛି ଅଧିକରୁ ଅଧିକ ପିଲାଙ୍କୁ ସାହାଯ୍ୟ କରିବା ଏବଂ ଏକ ଦେଶର ଗୋଟେ ଦାୟିତ୍ୱବାନ ନାଗରିକ ହେବା।

Advertisment

publive-imageସୂଚନାଯୋଗ୍ୟ, ଅର୍ଜୁନ କପୁର ଶେଷ ଥର ପାଇଁ ସଞ୍ଜୟ ଦତ୍ତ ଏବଂ କ୍ରିତି ସାନନଙ୍କ ସହ 'ପାନିପାତ'ରେ ନଜର ଆସିଥିଲେ। ଅର୍ଜୁନ ବର୍ତ୍ତମାନ ସୈଫ୍ ଅଲି ଖାନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଏବଂ ୟାମି ଗୈତମଙ୍କ ସହ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଭୁତ୍ ପୋଲିସ୍'ର ଶୁଟିଂ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ