Advertisment

Arijit Singh Returns: ଅବସର ଘୋଷଣା ପରେ ଅରିଜିତ ସିଂହଙ୍କ ନୂଆ ଗୀତ; ଚର୍ଚ୍ଚାରେ ଟିଜର, ସଲମାନଙ୍କ ସହ କନେକ୍ସନ

ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍‌ରୁ ଅବସର ଘୋଷଣା କରିବା ପରଠାରୁ ଅରିଜିତ ସିଂହ ଲଗାତର ଖବରରେ ଅଛନ୍ତି। ଏହାରି ଭିତରେ, ତାଙ୍କର ଏକ ନୂଆ ଗୀତର ଟିଜର ରିଲିଜ୍ ହୋଇଛି। ଫିଲ୍ମର ଏହି ଗୀତଟି ସଲମାନ ଖାନଙ୍କ ମ୍ୟୁଜିକ୍ ଲେବଲ୍ ଅଧୀନରେ ନିର୍ମିତ ହୋଇଛି।

author-image
Pramod Behera
Arijit Singh Returns

ଅବସର ଘୋଷଣା ପରେ ଅରିଜିତ ସିଂହଙ୍କ ନୂଆ ଗୀତ Photograph: (OTV)

ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍‌ରୁ ଅବସର ଘୋଷଣା କରିବା ପରଠାରୁ ଅରିଜିତ ସିଂହ ଲଗାତର ଖବରରେ ଅଛନ୍ତି। ଏହାରି ଭିତରେ, ତାଙ୍କର ଏକ ନୂଆ ଗୀତର ଟିଜର ରିଲିଜ୍ ହୋଇଛି। ଅରିଜିତ ଏହି ଗୀତଟି କ୍ଷୁଦ୍ର ଚଳଚ୍ଚିତ୍ର "ଇକୋଜ୍ ଅଫ୍ ଅସ" ପାଇଁ ଗାଇଛନ୍ତି, ଯେଉଁଥିରେ ୟୁଲିଆ ଭାନ୍ତୁର ଏବଂ ଦୀପକ ତିଜୋରି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ଏହି ଗୀତଟି ସଲମାନ ଖାନଙ୍କ ମ୍ୟୁଜିକ୍ ଲେବଲ୍ ଅଧୀନରେ ନିର୍ମିତ ହୋଇଛି।

Advertisment

ଜୋ ରାଜନଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର "ଇକୋଜ୍ ଅଫ୍ ଅସ"ର ପ୍ରଥମ ଗୀତ "ତେରେ ସଙ୍ଗ"ର ଟିଜର ଶୁକ୍ରବାର ରିଲିଜ୍ ହୋଇଛି। ଗୀତରେ ୟୁଲିଆ ଭାନ୍ତୁର ଏବଂ ଦୀପକ ତିଜୋରିଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳିନ୍ତି। ଅରିଜିତ ସିଂହ ୟୁଲିଆଙ୍କ ସହ ଏହି ଗୀତଟି ଗାଇଛନ୍ତି। 

ତେବେ ୟୁଲିଆଙ୍କୁ ସଲମାନ ଖାନଙ୍କ ସହ ବହୁତ ଦିନ ହେଲା ଯୋଡାଯାଇ ଚର୍ଚ୍ଚା ହେଉଛି। ଏବେ, ୟୁଲିଆଙ୍କ କ୍ଷୁଦ୍ର ଚଳଚ୍ଚିତ୍ରର ଗୀତ ସଲମାନ ଖାନ ନିଜେ ଲଞ୍ଚ କରିଛନ୍ତି। ଏହାକୁ ନେଇ ସେମାନଙ୍କ ସଂପର୍କ ବିଷୟରେ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି। 

Advertisment

"ଇକୋଜ୍ ଅଫ୍ ଅସ"ରେ ଦୀପକ ତିଜୋରି ଏବଂ ୟୁଲିଆ ଭାନ୍ତୁରଙ୍କ ସହିତ ସ୍ପାନିସ୍ ଅଭିନେତ୍ରୀ ଆଲେସାଣ୍ଡ୍ରା ହ୍ୱେଲାନ୍ ମେରେଡିଜ୍ ଅଭିନୟ କରିଛନ୍ତି। "ତେରେ ସଙ୍ଗ" ଗୀତଟି ୟୁଲିଆ ଏବଂ ଅରିଜିତଙ୍କ ପ୍ରଥମ କୋଲାବରେଶନ। ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ଅଭିନେତ୍ରୀ ପୂଜା ବାତ୍ରାଙ୍କ ଦ୍ୱାରା ଆଲାଏନ୍ସ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ସହିତ ମିଳିତ ଭାବରେ ନିର୍ମିତ।

ଗତ ବର୍ଷ, ୨୮ ଜୁନ୍, ୨୦୨୫ରେ, ସଲମାନ ଖାନ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ "ଇକୋଜ୍ ଅଫ୍ ଅସ" ଫିଲ୍ମର ରିଲିଜ୍ ପାଇଁ ଟିମ୍‌କୁ ଶୁଭକାମନା ଜଣାଇଥିଲେ। ସେ ୪୭ ସେକେଣ୍ଡର ପ୍ରଥମ ଲୁକ୍ ଟିଜର ମଧ୍ୟ ଶେୟାର କରିଥିଲେ।

Salman Khan Biggest Playback Singer Bollywood
Advertisment
Advertisment