Advertisment

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମାନହାନୀ ମକଦ୍ଦମା ରୁଜୁ କଲେ ଅର୍ବାଜ୍‌ ଖାନ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଏବଂ ତାଙ୍କ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାରେ ଅର୍ବାଜଙ୍କ ନା ଯୋଡ଼ିବାରୁ ମାନହାନି ମକଦ୍ଦମା ରୁଜୁ କଲେ ଅଭିନେତା ତଥା ନିର୍ଦ୍ଦେଶକ ଅର୍ବାଜ ଖାନ। ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ  ବିରୋଧରେ ଗତକାଲି ବମ୍ବେ ସିଭିଲ କୋର୍ଟରେ ମାନହାନୀ ମକଦ୍ଦମା କରିଛନ୍ତି ଅର୍ବାଜ। କୋର୍ଟ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ବିଭୋର ଆନନ୍ଦ, ଶାକ୍ଷୀ ଭଣ୍ଡାରୀ ଓ ଅନ୍ୟ ଅଭିଯୁକ୍ତଙ୍କୁ ମାମଲାରେ ଦର୍ଶାଇଯାଇଥିବା ଅପତ୍ତିଜନକ ପୋଷ୍ଟ ହଟାଇବା […]

author-image
Abinash Pati
ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମାନହାନୀ ମକଦ୍ଦମା ରୁଜୁ କଲେ ଅର୍ବାଜ୍‌ ଖାନ

atbaz-khan

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଏବଂ ତାଙ୍କ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାରେ ଅର୍ବାଜଙ୍କ ନା ଯୋଡ଼ିବାରୁ ମାନହାନି ମକଦ୍ଦମା ରୁଜୁ କଲେ ଅଭିନେତା ତଥା ନିର୍ଦ୍ଦେଶକ ଅର୍ବାଜ ଖାନ। ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ  ବିରୋଧରେ ଗତକାଲି ବମ୍ବେ ସିଭିଲ କୋର୍ଟରେ ମାନହାନୀ ମକଦ୍ଦମା କରିଛନ୍ତି ଅର୍ବାଜ।

Advertisment

କୋର୍ଟ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ବିଭୋର ଆନନ୍ଦ, ଶାକ୍ଷୀ ଭଣ୍ଡାରୀ ଓ ଅନ୍ୟ ଅଭିଯୁକ୍ତଙ୍କୁ ମାମଲାରେ ଦର୍ଶାଇଯାଇଥିବା ଅପତ୍ତିଜନକ ପୋଷ୍ଟ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୟୁଟ୍ୟବ୍, ଟ୍ୱିଟର, ଓ ଫେସ୍‌ବୁକ ଆଦି ସୋସିଆଲ୍ ମିଡିଆରେ ଏହିସବୁ ଆପତ୍ତିଜନକ ପୋଷ୍ଟ ରହିଛି। ଏହାକୁ ହଟାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅର୍ବାଜ୍‌ ଖାନ ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜନକ। ତାଙ୍କ ପ୍ରଯୋଜିତ ଦବଙ୍ଗ ଏବଂ ଦବଙ୍ଗ-୨ ବହୁତ ସଫଳତା ପାଇଥିଲା।

Advertisment
Advertisment
Advertisment