Advertisment

ଗର୍ଭାବସ୍ଥାରେ ଶୁଟିଂ ସେଟ୍‌ ପହଞ୍ଚିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏବେ ସେ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଉଛନ୍ତି। ଗତ କିଛି ଦିନ ତଳେ ଅନୁଷ୍କା ଆଇପିଏଲ ଦେଖିବାକୁ ଦୁବାଇରେ ପହଞ୍ଚିଥିଲେ। ଏବେ ସେ ସ୍ୱାମୀ ବିରାଟଙ୍କ ସହ ମୁମ୍ବାଇ ଫେରିଛନ୍ତି। ଏବଂ ଶୁଟିଂ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ସେଟରୁ ଅନୁଷ୍କାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକମାନେ ବହୁତ ପ୍ରଶଂସା […]

ଅଦ୍ୟତନ ହୋଇଛି
ଗର୍ଭାବସ୍ଥାରେ ଶୁଟିଂ ସେଟ୍‌ ପହଞ୍ଚିଲେ ଅନୁଷ୍କା

anushka

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏବେ ସେ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଉଛନ୍ତି। ଗତ କିଛି ଦିନ ତଳେ ଅନୁଷ୍କା ଆଇପିଏଲ ଦେଖିବାକୁ ଦୁବାଇରେ ପହଞ୍ଚିଥିଲେ। ଏବେ ସେ ସ୍ୱାମୀ ବିରାଟଙ୍କ ସହ ମୁମ୍ବାଇ ଫେରିଛନ୍ତି। ଏବଂ ଶୁଟିଂ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।

Advertisment

ସେଟରୁ ଅନୁଷ୍କାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି। ନିକଟରେ ଅନୁଷ୍କା ଭ୍ୟାନିଟି ଭ୍ୟାନ୍‌ରୁ ବାହାରିବାର ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ଅନୁଷ୍କା ଶର୍ମା ଏକ ନୀଳ ରଙ୍ଗର ଗାଉନ୍ ପିନ୍ଧିଥିବାର ଏବଂ ମୁହଁରେ ମାସ୍କ ପିନ୍ଧିଥିବାର ଦେଖାଯାଉଛି। ଏହି ନୀଳ ରଙ୍ଗର ଗାଉନ୍‌ ପିନ୍ଧି ସେ ବେଶ୍‌ ସୁନ୍ଦର  ଲଗୁଛନ୍ତି।

ଅନୁଷ୍କା ମଧ୍ୟ ନିକଟରେ ତାଙ୍କ ଇନଷ୍ଟା କାହାଣୀରେ ଏକ ସେଲଫି ଶେଆର କରିଛନ୍ତି। ଯେଉଁଥିରେ ସେ ଶୁଟିଂ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। କ୍ୟାପସନରେ ସେ ‘ହାଏ’ ଲେଖିଛନ୍ତି।

Advertisment

ତେବେ କିଛି ଦିନ ପୂର୍ବରୁ ଅନୁଷ୍କା ଆଉ ଏକ ଫଟୋ ଶେଆର କରିଥିଲେ। ଯେଉଁଥିରେ ତାଙ୍କ ବାପାଙ୍କ ଛାଇ ଦେଖିବାକୁ ମିଳିଥିଲା। ଅନୁଷ୍କା ଏହି ଫଟୋ ଶେଆର କରି ତାଙ୍କ ବାପା ଏହି ଫଟୋ ଉଠାଇଛନ୍ତି । ଏଥିରେ ତାଙ୍କ ବାପାଙ୍କର ଛାଇ ଆସିଯାଇଛି। ଏହି ଛାଇକୁ କାଟିକି ଫଟୋ ଅପ୍‌ଲୋଡ କରିବାକୁ ତାଙ୍କ ବାପା କହିଛନ୍ତି ବୋଲି ସେ କ୍ୟାପସନ୍‌ରେ ଲେଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ