Advertisment

ସକାଳ ୧୦ରୁ ସନ୍ଧ୍ୟା ୬ ଯାଏ ଥାନାରେ ରହିଲେ ଅନୁରାଗ: ଓକିଲ ଦେଲେ ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ। ଅନୁରାଗଙ୍କ ପକ୍ଷରୁ ତାଙ୍କ ଓକିଲ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି। ଅଭିନେତ୍ରୀ ଆଣିଥିବା ଅଭିଯୋଗ ଅନୁସାରେ, ଯେଉଁ ସମୟରେ ଘଟଣାଟି ଘଟିଥିଲା, ସେତେବେଳେ ଅନୁରାଗ ଭାରତରେ ନଥିଲେ। ଫିଲ୍ମ ଶୁଟିଂ ପାଇଁ ମାସେ ହେବ ସେ ଶ୍ରୀଲଙ୍କାରେ ଥିଲେ। ଅନୁରାଗ ଏସମ୍ପର୍କରେ ସମସ୍ତ ଦରକାରୀ ତଥ୍ୟ ତଦନ୍ତକାରୀ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି। ଏସମ୍ପର୍କରେ ପଚରାଉଚରା ପାଇଁ ସେପ୍ଟେମ୍ବର ୩୦ […]

author-image
Abinash Pati
ଅଦ୍ୟତନ ହୋଇଛି
ସକାଳ ୧୦ରୁ ସନ୍ଧ୍ୟା ୬ ଯାଏ ଥାନାରେ ରହିଲେ ଅନୁରାଗ: ଓକିଲ ଦେଲେ ଚାଞ୍ଚଲ୍ୟକର ତଥ୍ୟ

anurag

ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ। ଅନୁରାଗଙ୍କ ପକ୍ଷରୁ ତାଙ୍କ ଓକିଲ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି। ଅଭିନେତ୍ରୀ ଆଣିଥିବା ଅଭିଯୋଗ ଅନୁସାରେ, ଯେଉଁ ସମୟରେ ଘଟଣାଟି ଘଟିଥିଲା, ସେତେବେଳେ ଅନୁରାଗ ଭାରତରେ ନଥିଲେ। ଫିଲ୍ମ ଶୁଟିଂ ପାଇଁ ମାସେ ହେବ ସେ ଶ୍ରୀଲଙ୍କାରେ ଥିଲେ। ଅନୁରାଗ ଏସମ୍ପର୍କରେ ସମସ୍ତ ଦରକାରୀ ତଥ୍ୟ ତଦନ୍ତକାରୀ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି।

Advertisment

ଏସମ୍ପର୍କରେ ପଚରାଉଚରା ପାଇଁ ସେପ୍ଟେମ୍ବର ୩୦ ତାରିଖରେ ଭରସୋଭା ପୋଲିସ ପକ୍ଷରୁ ଅନୁରାଗଙ୍କୁ ସମନ କରାଯାଇଥିଲା। ସମନ ଅନୁସାରେ ଆଜି ଦିନ ୧୦ଟାରେ ଥାନାରେ ପହଞ୍ଚିଥିଲେ ଅନୁରାଗ। ଦୀର୍ଘ ୮ ଘଣ୍ଟା ପରେ ସନ୍ଧ୍ୟା ୬ରୁ ଥାନାରୁ ବାହାରିଥିଲେ ସେ। ଥାନରେ ସେ ସମସ୍ତ ତଥ୍ୟ ଦେବା ସହିତ ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିବା ଅନୁରାଗଙ୍କ ଓକିଲ ପ୍ରିୟଙ୍କା ଖିମାନି କହିଛନ୍ତି। ଅନୁରାଗଙ୍କ ଠାରୁ  ତଥ୍ୟ ପାଇବା ପରେ ପରବର୍ତ୍ତି ତଦନ୍ତ ଜାରି ରଖିଛି ପୋଲିସ।

ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ଯେ ଅନୁରାଗଙ୍କ ବିରୋଧରେ ଆସିଥିବା ଏଭଳି ମିଥ୍ୟା ଅଭିଯୋଗରେ ସେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଏଭଳି ଭିତ୍ତିହୀନ ଓ ମିଛ ଅଭିଯୋଗ ଆଣିଥିବା ଅଭୋଯୋଗକାରିଣୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅନୁରାଗ। ତାଙ୍କୁ ସୁନିଶ୍ଚିତ ନ୍ୟାୟ ମିଳିବ ବୋଲି ବିଶ୍ୱାସ ରଖିଛନ୍ତି ବୋଲି ଅନୁରାଗଙ୍କ ଓକିଲ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଅଭିନେତ୍ରୀ ପାୟଲ ଘୋଷ ଅନୁରାଗଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ, ୨୦୧୩ ମସିହାରେ ଭର୍ସୋଭା ୟାରି ରୋଡସ୍ଥିତ ଏକ ସ୍ଥାନରେ ଅନୁରାଗ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପାୟଲ। ଅଭିଯୋଗକୁ ଆଧାର କରି ଭର୍ସୋଭା ଥାନାରେ ଅନୁରାଗଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

Advertisment
Advertisment