/odishatv-khabar/media/post_attachments/uploadimage/library/16_9/16_9_0/amitabh-bachan_1625156912.jpg)
amitabh-bachan
ମୁମ୍ବାଇ: ହିନ୍ଦୀ ସିନେମାରେ ଦୀର୍ଘ ୫୦ ବର୍ଷ ପୂରଣ କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଅନେକ ସମୟରେ ଏହି ଦୀର୍ଘ ଦିନର ଅଭିନୟର ଯାତ୍ରା ମଧ୍ୟରେ ଘଟିଥିବା ଖଟା ମିଠା ଅନୁଭୂତିକୁ ବାଣ୍ଟନ୍ତି ବିଗ୍ ବି। ପ୍ରଶଂସକଙ୍କୁ ପୁରୁଣା କାହାଣୀ ଶୁଣାଇବାକୁ ସେ ଭଲ ପାଆନ୍ତି। ନିକଟରେ ଅମିତାଭ ୧୯୭୭ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଖୁନ୍ ପସିନା'ର ଶୁଟିଂ ସମୟରେ ଏକ ଫଟୋ ଶେଆର କରିଥିଲେ।
ଫଟୋରେ ଅମିତାଭ ବଚ୍ଚନ ଏକ ଜ୍ୟାକେଟ ପିନ୍ଧିଥିବାର ଦେଖିବାକୁ ମିଳିଛି। ଫଟୋ ଶେଆର କରି କ୍ୟାପସନ୍ରେ ଅମିତାଭ ଲେଖିଛନ୍ତି, 'ଯେତେବେଳେ ପୋଷାକ ବିଭାଗ ମୋତେ ଖୁନ୍ ପସିନା ଫିଲ୍ମରେ ଏହି ଜ୍ୟାକେଟ୍ ଦେଇଥିଲା, ମୁଁ ଜାଣି ନଥିଲି ଯେ ମୋତେ ପ୍ରକୃତ ବାଘ ସହିତ ଲଢିବାକୁ ପଡ଼ିବ। ବାଘ କେତେ ବିପଜ୍ଜନକ ଏବଂ ଶକ୍ତିଶାଳୀ ତାହା ଆପଣ ଜାଣନ୍ତି। ଏହା ମୋ ଜୀବନର ଏମିତି ଏକ ମୁହୂର୍ତ୍ତ ଯାହାକୁ ମୁଁ କେବେବି ଭୁଲି ପାରିବି ନାହିଁ।'
ଅମିତାଭ ବଚ୍ଚନଙ୍କ ବ୍ୟତୀତ ବିନୋଦ ଖାନ୍ନା, ରେଖା, ନିରୁପା ରୟ, ଅସରାନୀ, ଅରୁଣା ଇରାନୀ ଏବଂ କାଦର ଖାନ ରାକେଶ କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ ଖୁନ୍ ପସିନାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି ବେଶ୍ ସଫଳତା ହାସଲ କରିଥିଲା |
ହିନ୍ଦୀରେ ହିଟ୍ ହେବା ପରେ ତେଲୁଗୁ ଏବଂ ତାମିଲରେ ଏହି ଫିଲ୍ମର ରିମେକ୍ ମଧ୍ୟ କରାଯାଇଥିଲା। ୧୯୭୯ ମସିହାରେ, ଏହି ଚଳଚ୍ଚିତ୍ରଟି ତେଲୁଗୁ ଭାଷାରେ ଟାଇଗର ନାମକ ମୁକ୍ତିଲାଭ କରିଥିଲା । ​​ଯେଉଁଥିରେ ଏନ୍ଟି ରାମା ରାଓ ମୁଖ୍ୟ ଭୂମିକାରେ ଥିଲେ | ଏଥିସହିତ ଏହି ଚଳଚ୍ଚିତ୍ରଟି ତାମିଲ ଭାଷାରେ ଶିବ ନାମରେ ମୁକ୍ତିଲାଭ କରିଥିଲା ​​ଯେଉଁଥିରେ ରଜନୀକାନ୍ତ ନଜର ଆସିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)